ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଅଷ୍ଟାଦଶ ବ୍ୟଞ୍ଜନହର୍ଣ୍ଣ; ତ ବର୍ଗର ତୃତୀୟବର୍ଣ୍ଣ ଏହାର ଉଚ୍ଚାରଣ ସ୍ଥାନ ଦନ୍ତ —The ୧୮th consonant pronounced with the help of the teeth; corresponding to English 'th' as in 'bethe'.

[ ଦ୍ର—ଏହି ଅକ୍ଷରର ଉପର ଅଂଶ ଦହିନଉତି ଉପରେ ଘୋଡ଼ିଆ ହୋଇଥିବା ପଲମ ଆକୃତିବିଶିଷ୍ଟ ଥିବାରୁ ଅବଧାନମାନେ ପିଲାମାନଙ୍କୁ ଏହି ଅକ୍ଷରକୁ ଲେଖିବାକୁ ଶିକ୍ଷାଦେବା ସମୟରେ ଦହିନଉତିଆ 'ଦ' ବୋଲି କହିଥାଆନ୍ତି]

(ଦା—ସ୍ତ୍ରୀ) 

ପୁଲିଙ୍ଗ - ସମ୍ପାଦନା

ବିଶେଷଣବାଚକ ପ୍ରତ୍ୟୟ (ଅର୍ଥ) ଦାତା; ଯେ ଦିଏ — A suffix meaning 'giver'.

[ ଦ୍ର—ଦା ଧାତୁ ନିଷ୍ପନ୍ନ ଏହି 'ଦ' ସାଧାରଣତଃ ଅନ୍ୟ ଶବ୍ଦ ପରେ ପ୍ରଯୁକ୍ତ ହୁଏ ଯଥା—ଧନଦୁ, ଗରଦ, ଜଳଦ, ବାରିଦ, କରଦ ଇତ୍ୟାଦି ଏହାର ସ୍ତ୍ରୀଲିଙ୍ଗରେ ଦା ହୁଏ ଯଥା—ଧନଦା, ବରଦା, ମୋକ୍ଷଦା ଇତ୍ୟାଦି]

ସଂସ୍କୃତ - ବିଶେଷ୍ୟ - (ଦା ଧାତୁ+କର୍ତ୍ତୃ. ଅ) ସମ୍ପାଦନା

୧. ପର୍ବତ — ୧. Mountain.
୨. (+ଭାବ. ଅ) ଦାନ —୨. Gift.
୩. ତ୍ୟାଗ —୩. Act of relinquishing.
୪. (ଦୋ ଧାତୁ=ଛେଦନ କରିବା+ଭାବ. ଅ)— ଛେଦନ —୪. Cutting.
୫. ଭାଗ କରିବା —୫. Dividing.
୬. (ଦା+କର୍ତ୍ତୃ. ଅ) ଦାତା — ୬. Giver; a bounteous man.
୭. (ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଅ)— ପତ୍ନୀ; ଭାର୍ଯ୍ୟା —୭. Wife.

ସଂସ୍କୃତ - ବିଶେଷଣ - (ଦୈ ଧାତୁ=ଶୋଧନ କରିବା+କର୍ମ. ଅ) ସମ୍ପାଦନା

ଶୁଦ୍ଧ — Pure; purified.

ଦେଶଜ - ବିଶେଷ୍ୟ - (ଶିଶୁବଚନ; ସଂସ୍କୃତ - ଦୁଗ୍ଧ; ଓଡ଼ିଆ ଦୁଧର ସଂକ୍ଷେପ) ସମ୍ପାଦନା

୧. ମାତୃସ୍ତନ —୧. Mother's breast.
୨. ସ୍ତନ୍ୟ; ଦୁଗ୍ଧ —୨. Milk from the mother's breast.
୩. ଦଅ (ଦେଖ) - —୩. Da-a (See)

ଦେଶଜ - ଅ. (ଦମିଦାରୀ ଓ କଚିରିଆ; ସାଙ୍କେତିକ) ସମ୍ପାଦନା

୧. ଦଖଲ — ୧. An abbreviation used to denote possession.
୨. ଦଖଲକାର —୨. An abbreviation for a person in possession.

(ଯଥା—୨୫: ନମ୍ୱର ଜମି ଦ ରାମ ପରିଡ଼ା)

୩. ଦକ୍ଷିଣ; ଦକ୍ଷିଣରେ —୩. To the south.

(ଯଥା—ଏ ଜମିର ଚଉହଦିରେ ଦ ମନୁ ବାବୁ)