ଥାପିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସ୍ଥା ଧାତୁ ଣିଜନ୍ତ=ସ୍ଥାପି ଧାତୁ) ସମ୍ପାଦନା

୧. ସ୍ଥାପନ କରିବା —୧. To place.

ଏହା କହି ଚିତାଗ୍ନି ସ୍ଥାପି ମାଦୀ ନାରୀ ପାଣ୍ଡୁଙ୍କ ଘେନି ତହିଁ ପଶି ଗଲେ ମରି—କୃଷ୍ଣସିଂହ. ମହାଭାରତ. ଆଦି

୨. ପ୍ରତିଷ୍ଠା କରିବା —୨. To set up.

ସ୍ଥାନ ଭିଆଇ ଦେବ ଅଥେ ଶୁଣ ତୁ ଥାପିଲେ ଯେମନ୍ତେ—ଜଗନ୍ନାଥ. ଭାଗବତ

୩. ବସାଇବା —୩. To establish; to place.
୪. ସ୍ଥିର କରିବା —୪. To settle.

କିନ୍ନରେ ରାଗ ଥାପି ଗୀତକୁ ଗାଇଲେ—କୃଷ୍ଣସିଂହ. ମହାଭାରତ. ସଭା

୫. ସ୍ଥାପିତ କରିବା —୫. To plant.
୬. ଗୋବର, କାଦୁଅ ଆଦିର ବିଣ୍ଡାକୁ ହାତରେ ବା ଛାଞ୍ଚରେ ଚଟକା କରି କାନ୍ଥରେ ବା ଭୂମିରେ ବସାଇବା — ୬. To set balls of cowdung or clay on the ground or wall by flattening them with the palm.

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ - ସମ୍ପାଦନା

ଢାପିବା (ଦେଖ) - Ḍhāpibā (See)