ଥମିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ସ୍ତନ୍ଭ୍ ଧାତୁ ସଂସ୍କୃତ - ସ୍ତମ୍ଭନ, ପ୍ରା. ଥଂଭନ) ସମ୍ପାଦନା

୧. ବନ୍ଦ ହେବା —୧. To cease; to stop.

କାହିଁ ଥମି ଗଲା ବିରୋଧ ମଧୁସୂଦନ, ଉତ୍ତରରାମଚରିତ

୨. ଥମ ଖାଇବା —୨. To come to a standstill; to be taken aback.
୩. କଥା ବନ୍ଦ କରିବା —୩. To cease speaking; to desist from speaking.
୪. ଗତି କରୁ କରୁ ଅଟକି ଯିବା — ୪. To halt; to pause.
୫. (ମେଘ, ଜୁଆର ଆଦି) କମିବା; ଉପଶାନ୍ତ ହେବା — ୫. To slack (as the tide or rain).