ତ୍ରିଭୂଜ
ତ୍ରିଭୂଜ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ତ୍ରି+ଭୂଜ=ବାହୁ; ଯାହାର)
ସମ୍ପାଦନା(ଜ୍ୟାମିତି) ତିନି ଗୋଟି ସରଳ ରେଖାଦ୍ୱାରା ଆବଦ୍ଧ କ୍ଷେତ୍ର —(geometry) Triangle.
[ଦ୍ରଷ୍ଟବ୍ୟ —ବାହୁ ଭେଦରେ ତ୍ରିଭୂଜ ୩ ପ୍ରକାର, ଯଥା—ସମବାହୁ, ସମଦ୍ୱିବାହୁ ଓ ବିଷମବାହୁ
-------------କୋଣ---------------
କୋଣ ଭେଦରେ ମଧ୍ୟ ତ୍ରିଭୂଜ ୩ ପ୍ରକାର ଯଥା:—1.ସମକୋଣୀ
2.ସ୍ଥୂଳକୋଣୀ
3.ସୂକ୍ଷ୍ମକୋଣୀ
[1]ସମକୋଣ:ଯେଉଁ କୋଣର ପରିମାଣ ୯୦ଂ ତାହା ସମକୋଣ ଅଟେ।
[2]ସ୍ଥୁଳକୋଣ:ଯେଉଁ କୋଣର ପରିମାଣ ୯୦ଂ ରୁ ଅଧିକ ମାତ୍ର ୧୮୦ଂ ରୁ କମ୍ ତାହାକୁ ସ୍ଥୁଳକୋଣ କୁହାଯାଏ।
[3]ସୂକ୍ମକୋଣ:ଯେଉଁ କୋଣର ପରିମାଣ ୦ଂ ରୁ ଅଧିକ ମାତ୍ର ୯୦ଂ ରୁ କମ୍ ତାହାକୁ ସୂକ୍ମକୋଣ କୁହାଯାଏ।
(କ) ସ୍ଥୁଳକୋଣୀ ତ୍ରିଭୁଜରେ ଗୋଟିଏ ମାତ୍ର ସ୍ଥୁଳକୋଣ ଥାଏ ।
(ଖ) ସମକୋଣୀ ତ୍ରିଭୁଜରେ ଗୋଟିଏ ମାତ୍ର ସମକୋଣ ଥାଏ ।
(ଗ) ସୂକ୍ମ୍ମକୋଣୀ ତ୍ରିଭୁଜରେ ୩ଟି ଯାକ କୋଣ ସୂକ୍ମକୋଣ ଥାଏ ।
[[[ଦୁଇଟି ରେଖାଖଣ୍ଡ ଗୋଟିଏ ବିନ୍ଦୁରେ ମିଳିତ ହେଲେ ମିଳନ ବିନ୍ଦୁରେ କୋଣ ଉତ୍ପନ୍ନ ହୁଏ।]]]
(୧)- ସନ୍ନିହିତ କୋଣ : ଗୋଟିଏ ସମତଳରେ ଥିବା ଦୁଇଟି କୋଣର ଗୋଟିଏ ସାଧାରଣ ବିନ୍ଦୁ ଓ ଗୋଟିଏ ଶୀର୍ଷବିନ୍ଦୁ ଥିଲେ ଏବଂ ସେମାନଙ୍କର ଅନ୍ତର୍ଦ୍ଧେଶ ଦ୍ବୟର କୌଣସି ସାଧାରଣ ଅଂଶ ନ ଥିଲେ,ସେହି କୋଣ ଦ୍ବୟକୁ ସନ୍ନିହିତ କୋଣ କୁହାଯାଏ।
(୨)- ପ୍ରତୀକ କୋଣ/ବିପରୀତ କୋଣ : ଦୁଇଟି ସରଳରେଖା ପରସ୍ପରକୁ ଗୋଟିଏ ବିନ୍ଦୁରେ ଛେଦ କଲେ,ଯେଉଁ କୋଣ ୪ଟି ଉତ୍ପନ୍ନ ହୁଏ,ସେମାନଙ୍କ ମଧ୍ୟରୁ ଯେଉଁ କୋଣ ଦ୍ବୟ ମଧ୍ୟରେ ସାଧାରଣ ବହୁ ନଥାଏ, ଅର୍ଥାତ୍ ଯେଉଁ କୋଣ ଦ୍ବୟ ସନ୍ନିହିତ ନୁହନ୍ତି ; ସେହି କୋଣ ଦ୍ବୟକୁ ପ୍ରତୀକ କୋଣ/ ବିପରୀତ କୋଣ କୁହାଯାଏ
ଅନୁରୂପକ କୋଣ : ଦୁଇଟି କୋଣର ପରିମାଣ ସମଷ୍ଟି ୯୦ଂ ହେଲେ ତନ୍ମମଧ୍ୟରୁ ଗୋଟିଏ କୋଣ ଅନ୍ୟଟିର ଅନୁରୂପକ କୋଣ।
ପରିପୂରକ କୋଣ : ଦୁଇଟି କୋଣର ପରିମାଣ ସମଷ୍ଟି ୧୮୦ଂ କିମ୍ବା ଦୁଇ ସମକୋଣ ହେଲେ ସେହି କୋଣ ଦ୍ବୟପରସ୍ପର ପରିପୂରକ ହେବ।
ବିଶେଷଣ -
ସମ୍ପାଦନାତିନି ବାହୁବିଶିଷ୍ଟ —Having three arms.