ତହିଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - (ପଦ୍ୟ) ଅ. (ସଂସ୍କୃତ - ତଥାହିଁ; ତତ୍ରହି; ତସ୍ମିନ୍; ତତ୍ସ୍ଥାନେ) ସମ୍ପାଦନା

୧. ତଥି; ସେହି ସ୍ଥାନରେ; ସେଠାରେ — ୧. There; in that place.
୨. ସେ ବିଷୟରେ; ସେଥିରେ — ୨. In that matter.

ମୁଁ କହିଲି, ତହିଁ କେଉଁ ଦୋଷ? ରାଜା ଶୁଣି ହେଲେ ତୃଷ୍ଟ ମନ— ରାଧାନାଥ, ପାର୍ବତୀ

୩.ଠାରେ —୩. With; in.

ସକଳ ଶାସ୍ତ୍ର ତୁମ୍ଭ ତହିଁ, ବେଦ ପୁରାଣ ଯେତେ କହି— ଜଗନ୍ନାଥ, ଭାଗବତ

୪. ତନ୍ମଧ୍ୟରେ —୪. In that.
୫. (ଅମୁକ) ଠାରେ; ନିକଟରେ — ୫. At; near; with.

ବୈଷ୍ଣବ ପଡ଼ିଶା ଯେ ଜନ, ତା ତହିଁ ନାହିଁଟି ମୋ ପଣ— ଭୂପତି, ପ୍ରେମପଞ୍ଚାମୃତ

୬. (ଅମୁକ ସ୍ତ୍ରୀର) ଗର୍ଭରେ —୬. In the womb.

ଦେବକୁଲ୍ୟାର ତହିଁ ତାର, ହୋଇଲା ପ୍ରସ୍ତାବ କୁମର— ଜଗନ୍ନାଥ, ଭାଗବତ

ଦେଶଜ - ସର୍ବନାମ (ସଂସ୍କୃତ - ତତ୍) ସମ୍ପାଦନା

ତାହା —That.

[ ଦ୍ର—'ତହିଁ' ଶବ୍ଦ ଓଡ଼ିଆରେ ମୂଳ ସର୍ବନାମ ଶବ୍ଦ 'ତାହା' ରୂପେ ବ୍ୟବହୃତ ହୋଇ ସେଥି ସଙ୍ଗେ କି, କୁ, ରୁ, ଠାରୁ,ରେ ଆଦି ବିଭକ୍ତ୍ୟନ୍ତ ପ୍ରତ୍ୟୟମାନ ଯୁକ୍ତ ହୁଏ; ଯଥା—ତହିଁକି, ତହିଁକୁ, ତହିଁରୁ, ତହିଁଠାରୁ, ତହିଁରେ]