ତହସିଲ ଦାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ତହସୀଲ+ଫାରାସୀ - ପ୍ରତ୍ୟୟ ଦାର) ସମ୍ପାଦନା

୧. ପ୍ରଜାମାନଙ୍କଠାରୁ ଜମିଦାରଙ୍କ ଖଜଣା ଆଦାୟ କରିବା କର୍ମଚାରୀ —୧. Zamindar's moffasal Tahasildar; rent-collector.
୨. ଏକ ଶ୍ରେଣୀର ସରକାରୀ ରାଜସ୍ୱ—କର୍ମଚାରୀ; ସରକାରୀ ଖାସ୍ମାହାଲର ରାଜସ୍ୱ ଆଦାୟର ଭାରପ୍ରାପ୍ତ କର୍ମଚାରୀ — ୨. A class of Revenue Officers under Government in charge of revenue collection of a Government Estate.

[ ଦ୍ର—କଟକଜିଲ୍ଲାର ଖାସମାହାଲ ବାଙ୍କି ଓ ସହର କଟକ ଏବଂ ପୁରୀଜିଲ୍ଲାର ଖୋରଧା ଖାସମାହାଲର ପ୍ରଜାମାନଙ୍କଠାରୁ ରାଜସ୍ୱ ଆଦାୟ କରିବାର ସର୍ବୋଚ୍ଚ କର୍ମଚାରୀଙ୍କୁ ତହସିଲ୍ଦାର ବୋଲାଯାଏ; ଏ ଫାରସୀ ଶବ୍ଦ ଇଂରାଜିରେ ଚଳିଳାଣି]

ପ୍ରାଦେଶିକ - (ସମ୍ୱଲପୁର)—ବିଶେଷ୍ୟ - ସମ୍ପାଦନା

ଜିଲ୍ଲାର ରାଜସ୍ୱସଂକ୍ରାନ୍ତ ସବ— ଡିଭିଜନ୍ର ରାଜସ୍ୱ ଆଦାୟର ଭାରପ୍ରାପ୍ତ ପ୍ରଧାନ ସରକାରୀ କର୍ମଚାରୀ —The chief Revenue Officer of a Revenue-subdivision of a district.