ତବକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ବୈଦେଶିକ - ବିଶେଷ୍ୟ - (ଆରବୀ - ତବକହ୍=ପତ୍ର) ସମ୍ପାଦନା

ଉପହାରରୂପେ ପ୍ରଦତ୍ତ ମିଷ୍ଟାନ୍ନ ବା ତାମ୍ୱୁଳ ଉପରେ ଆବରଣରୂପେ ବ୍ୟବହୃତ ସୁନା ବା ରୂପାର ଅତି ସୂକ୍ଷ୍ମ ପାତିଆ ବା ସ୍ତର — Thin filaments of gold and silver used in overlaying presents of sweets or betels.

[ଦ୍ରଷ୍ଟବ୍ୟ —ଏହି ପାତିଆ ଏତେ ପାତଳ ଯେ ଏହାକୁ ହାତରେ ମଳି ଦେଲେ ବା ପାଟିରେ ଚୋବାଇଦେଲେ ଏହା ଚୂନା ହୋଇ ମିଳେଇଯାଏ କୌଣସି ମିଠେଇ ବା ପାନଖିଲ ଉପରେ ଏହାକୁ ବିଛାଇ ଦେଲେ ତାହା ସୁନାରୂପାରେ ଛୁଆଣି ହେଲା ପରି ଦିଶେ, ଅଥଚ ଖାଇ ଦେଲେ ଉକ୍ତ ପାତିଆ ପାଟିକୁ ଜଣା ପଡ଼େ ନାହିଁ ୧ ଭରି ଓଜନ ସୁନା ବା ରୂପାରେ ୧ ଇଞ୍ଚ ଲମ୍ୱ ଓ ୫ ଇଞ୍ଚ ଚଉଡ଼ାର ୧୬: ପରସ୍ତ 'ତପକ' ପ୍ରସ୍ତୁତ ହୋଇପାରେ ଏବଂ ଏହି ୧୬: ଖଣ୍ଡ ଯାକ ଏକତ୍ର ଉପର୍ଯ୍ୟୁପରି ରଖି ଦେଲେ ସମୁଦାୟର ସ୍ଥୂଳତା ଏକ ଇଞ୍ଚର ୧/୮: ଭାଗ ସୁଦ୍ଧା ହୁଏ ନାହିଁ ୧ ଭରି ସୁନା ବା ରୂପାକୁ ୧୬: ଖଣ୍ଡ କରି କାଟି ୧୬: ପରସ୍ତ ମୃଗ ବା ଛାଗ ଚମଡ଼ାର ମୃଣା ମଧ୍ୟରେ ପ୍ରତ୍ୟେକ ପରସ୍ତରେ ଖଣ୍ଡିଏ ଲେଖାଏଁ ପୁରାଇ ସେ ଚମଡ଼ା ଉପରେ ହାତୁଡ଼ିରେ ମାଡ଼ ଦେଲେ ଉକ୍ତ ସୁନାରୂପାର କ୍ଷୁଦ୍ର କ୍ଷୁଦ୍ର ଖଣ୍ଡମାନ ଗୋଟିଏ ଗୋଟିଏ 'ତବକ'ରେ ପରିଣତ ହୁଏ]

୨. ଚଉଡ଼ା ଓ ପତଳା ପିତଳର ବା ଅନ୍ୟ ଧାତୁର ଥାଳି — ୨. Big and thin plates of brass or other metal.
୩. (ହିନ୍ଦୁ ସ୍ତ୍ରୀମାନଙ୍କୁ ଡାହାଣୀ ଲାଗିବା ଭଳି) ପରୀମାନଙ୍କ ବାଧାରୁ ରକ୍ଷା ପାଇବା ନିମନ୍ତେ ମୁସଲ୍ମାନ୍ ସ୍ତ୍ରୀଲୋକଙ୍କ ବୋଲିବା ନମାଜ୍ —୩. Portion of the Koran recited by Mahommedan females to save themselves from the attack of evil imps.
୪. ଘୋଡ଼ାଙ୍କ ଦିହରେ ଚକା ଚକା ଫୁଲା ଦାଗ ହେବା ଏକ ପ୍ରକାର ରୋଗ —୪. A kind of disease attacking horses.

ଦେଶଜ - ବିଶେଷ୍ୟ - (ତୁଳ. ସଂସ୍କୃତ - ସ୍ତବକ) ସମ୍ପାଦନା

୧. ପ୍ରସ୍ତ; ପରସ୍ତ — ୧. Layer; stratum.
୨. ଥାକ —୨. Shelf.