ଢିଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଢିଲମ୍ଢିଲା—ଅନ୍ୟରୂପ)

(ଚୂସ୍ତ, ଜାକୁଆ—ବିପରୀତ)

ଦେଶଜ - ବିଶେଷଣ - (ସଂସ୍କୃତ - ଶିଥିଳ; ହେଳା (ତୁଳ) ପ୍ରା. ଶିତିଳ; ସିଢୋଳୋ) ସମ୍ପାଦନା

୧. ହୁଗୁଳା; ଶଥିଳା — ୧. Slack; loose; lax; not fitting in properly.

(ଯଥା—ମୋ ଦେହକୁ କୁର୍ତ୍ତାଟା ଢିଲା ହେଉଛି)

୨. ଅଳସୁଆ; ସୁସ୍ଥୀ — ୨. Lazy; slack (in doing any work) dilatory; slow.
୩. କାର୍ଯ୍ୟରେ ଅବହେଳାକାରୀ — ୩. Negligent in work.
୪. ଅନିୟମ; ବିଶୃଙ୍ଖଳ — ୪. Irregular; undisciplined.

ଅନୁବାଦ ସମ୍ପାଦନା

ବିଶେଷ୍ୟ - ସମ୍ପାଦନା

୧. ଶିଥିଳତା —୧. Slckness; laxity.

ହୁଏ ତାହାଙ୍କର କାର୍ଯ୍ୟରେ ଗଫଲତି, ନ ହୁଏ ଢିଲା— ଫକୀରମୋହନ, ଛମାଣ ଆଠଗୁଣ୍ଠ

୨. ଆଳସ୍ୟ; ଶୈଥିଲ୍ୟ; ହେବା — ୨. Laziness; dilatoriness; negligence.
୩. ନିୟମ ବା ଶୃଙ୍ଖଳାର ଅଭାବ — ୩. Irregularity; indiscipline.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା

ଦାଉଣୀ; ଯେଉଁ ବନ୍ଧନୀରେ ଅନେକ— ଗୁଡ଼ିଏ ଗୋରୁ ଏକସମୟରେ ଧାଡ଼ି ହୋଇ ବନ୍ଧା ହେବା ପାଇଁ ପଘା ଥାଏ —A rope used to yoke many bullocks in a row; a tether.

[ ଦ୍ର—ବେଙ୍ଗଳାରେ ଓ ଗେରୁଗୋଠରେ ବହୁସଂଖ୍ୟକ ଗୋରିଙ୍କୁ ଧାଡ଼ି କରି ବାନ୍ଧିବାପାଇଁ ଏହା ବ୍ୟବହୃତ ହୁଏ]

ପ୍ରାଦେଶିକ - (ଗଡ଼ଜାତ)—ବିଶେଷ୍ୟ - ସମ୍ପାଦନା

ମାଛ ଧରିବା ଜାଲ — A kind of fishing net.