ଢମଣା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଢମଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାମନ୍=ଗୃହ; ଏମାନେ ଘରେ ବିଚରଣ କରିବାରୁ; କିମ୍ୱା ସଂସ୍କୃତ - ଦଣ୍ଡ) ସମ୍ପାଦନା

ଏ ପ୍ରକାର ନିର୍ବିଷ୍ଟ ଫଣାହୀନ ଲମ୍ୱା ସର୍ପ; ଢାମଣା ବା ଢେମଣା ସାପ — Zameni Mucosus (serpent)

[ଦ୍ରଷ୍ଟବ୍ୟ —ଏମାନେ ଲମ୍ୱରେ ୪/୫: ହାତ ପର୍ଯ୍ୟନ୍ତ ବଢ଼ନ୍ତି, ଦେହରେ ଇଷତ ନାଲି, ପିଠିରେ କଳା ଓ ହଳଦିଆ ମୁଦିଆ ଚିହ୍ନ ଥାଏ, ପେଟପାଖ ଈଷତ୍ ହଳଦିଆ ଏମାନେ ଚାଳରେ ବୁଲି ମୁଷା ଓ ଗଛରେ ଚଢ଼ି ଚଢ଼େଇ ଛୁଆ ଓ ଡିମ୍ୱ ଗିଳନ୍ତି ଏମାନେ ଖୁବ ଭାରି ପ୍ରବାଦ ଅଛି ଯେ ଏମାନେ ଗାଈଙ୍କ ପଛଗୋଡ ବାଟେ ଚଢି ପଛ ଗୋଡରେ ଛନ୍ଦି ହୋଇ ଗାଈଙ୍କ ଚିର ଚୁଚୁମି ଦୁଧ ପିଇ ଯାଆନ୍ତି ଏମାନେ ଘରେ ଓ ଘରର ଖଞ୍ଜା ଭିତରେ ବେଙ୍ଗ ଖାଇବାକୁ ଅନେକ ସମୟରେ ବୁଲନ୍ତି ଲୋକଙ୍କର ବିଶ୍ୱାସ ଯେ ମାଈ ଢେମଣା (ଢେମଣୀ) ଗୋଖରସାପଙ୍କ ସଙ୍ଗେ ଜୋଡ଼ ଖାଇଲେ ଏହାଙ୍କ ଠାରୁ ଦୋମିଶା ତମ୍ପ ଜନ୍ମନ୍ତି]