ଡୁବେଇବା
ଡୁବେଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ଡୁବିବା କ୍ରିୟାର ଣିଜନ୍ତ ରୂପ — ୧. The causative form of Dubibā.
- ୨. କୌଣସି ବ୍ୟକ୍ତି ବା ବସ୍ତୁକୁ ପାଣିରେ ନିମଜ୍ଜିତ କରାଇବା; ବୁଡ଼ାଇବା; ମଗ୍ନ କରିବା — ୨. To immerse a thing or person in water; to drown a person.
- ୩. ଜାତି ଧର୍ମ ଆଦି ତ୍ୟାଗ କରିବା ବା ଲୋପ କରିବା — ୩. To give up one's caste or religious practices.
(ଯଥା—ଆଜିକାଲିର ପିଲାଏ ଚିତା ପଇତା ସବୁ ଡୁବାଇଲେଣି)
- ୪. ପରର ସର୍ବନାଷ ବା ଅନିଷ୍ଟ ଘଟାଇବା — ୪. To cause another's ruin.
(ଯଥା—ନିଷ୍ଠୁର ମହାଜନ ମୋର ସର୍ବ୍ୱସ୍ୱ ନିଲାମ କରି ନେଇ ମତେ ଡୁବାଇ ଦେଲା)
- ୫. ଲୋପ କରିବା; ନଷ୍ଟ କରିବା — ୫. To annihilate; to destroy.
- ୬. ଅପବାଦ ଦେଇ ଜାତିଚ୍ୟୁତ କରାଇବା — ୬. To cause a person to be out-casted by making serious aspersions against him.
- ୭. କୁଳ ଲୋପ କରିବା; ବଂଶକୁ ନିର୍ବଂଶ କରାଇବା — ୭. To root out a family; to cause extinction of a family.
(ଯଥା—ଅମୁକ ବ୍ୟକ୍ତି ବିବାହ ନ କରି ଆପଣା କୁଳକୁ ଡୁବାଇ ଦେଲା)
- ୮. ପ୍ରାପ୍ୟ ଧନକୁ ବହୁକାଳ ଆଦାୟ ନ ଦେଇ ତମାଦି କରାଇବା —୮. To cause another person's dues to become unrealisable by lapse of time.
(ଯଥା—ଖାତକ ୧୨: ବର୍ଷ ହେଲା ମୋ ଠାରୁ ଟଙ୍କା କରଜ ନେଇ ସୁଧ ମୂଳ ସବୁ ଡୁବାଇ ଦେଲା)
- ୯. ଧନ ନଷ୍ଟ ବା କ୍ଷତି କରାଇବା; ଗମାଇବା — ୯. To cause loss of money.
(ଯଥା—ଆମ ଗୁଣବନ୍ତ ପୁଅ ଘରୁ ଗୁଡ଼ିଏ ଟଙ୍କା ନେଇ ବେପାର କରି ଶେଷକୁ ମୂଳଧନତକ ଡୁବାଇ ଦେଲା)
- ୧. ଅନ୍ୟ ବ୍ୟକ୍ତିର ମହତ୍ତ୍ୱ ଇଜ୍ଜତ୍ ବା ପ୍ରତିଷ୍ଠା ସୁନାମକୁ ଖର୍ବ୍ୱ କରାଇବା —୧୦. To cause loss to one's prestige or honour.
(ଯଥା—ମୁଁ ଗରୀବ ଲୋକ ବୋଲି ଗାଁଆଁବାଲାଯାକ ଏକମେଳ ହୋଇ ମତେ ଡୁବାଇ ଦେବାକୁ ବସି ଅଛନ୍ତି)
- ୧୧. (ସୁନାମ) କଳଙ୍କିତ କରିବା — ୧୧. To bring stigma or stain upon one's good name.
[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା ଓ ପକା(କେ)ଇବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]