ଡାହାଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂ ଡାକିନୀ) ସମ୍ପାଦନା

୧. ଡାକିନୀ; ଯୋଗିନୀ; ଅପ— ଦେବତା; କାଳୀ ଠାକୁରାଣୀଙ୍କ ସହଚରୀ — ୧. A evil spirit (female); an evil Deity; one of the ୬୪ J̄oginīs attending on Goddess Kāḻī
୨. ପିଶାଚୀ —୨. A female ghost.
୩. ଗୁଣୀ ବିଦ୍ୟାରେ ପାରଙ୍ଗମୀ ସ୍ତ୍ରୀ ୩. A women versed in sorcery or blanckart.
୪. ଡଙ୍କୁଣୀ; ଯେଉଁ ସ୍ତ୍ରୀ ପରର ଖାଦ୍ୟଦ୍ରବ୍ୟ ପ୍ରତି ବା ସୁନ୍ଦର ଶିଶୁ ପ୍ରତି ଲୋଲୁପ ଦୃଷ୍ଟି ପକାଏ; ମାୟାବିନୀ — ୪. Sorceress; witch; a woman who casts longing glances on a dainty article of food or on a fine-looking infant.

[ଦ୍ରଷ୍ଟବ୍ୟ —ଆମ ଦେଶରେ ଜଣେ ଜଣେ ସ୍ତ୍ରୀଲୋକଙ୍କୁ ଓ ବିଶେଷତଃ ଇତର ଜାତୀୟା କୁରୂପା ସ୍ତ୍ରୀମାନଙ୍କୁ କେହିକେହି ଡାହାଣୀ କହନ୍ତି ଏମାନେ ସୁନ୍ଦର ଶିଶୁ, ଶାରୀ ପକ୍ଷୀ କିମ୍ୱା ଭଲ ଖାଦ୍ୟଦ୍ରବ୍ୟ ଦୋଖିଲେ ତହିପ୍ରତି ଏପରି ଲୋଲୁପ କୁଦୁଷ୍ଟି ପକାନ୍ତି ଯେ ତଦ୍ଦ୍ୱାରା ଦୃଷ୍ଟ ଜୀବଟି ରୋଗଗ୍ରସ୍ତ ହୋଇ ମରିଯାଏ ଓ ସେମାନଙ୍କ ଦୃଷ୍ଟି ପଡ଼ିଥିବା ଖାଦ୍ୟକୁ ଯେ ଖାଏ ତାର ମଧ୍ୟ ଝାଡ଼ା ହୁଏ ଏଥିପାଇଁ କହନ୍ତି ଯେ ଡାହାଣୀ ମୋ ପିଲାର ପେଟରେ ପଶି ପେଟ କୋରି ପକାଉ ଅଛି ବା ମୋ ପିଳଲାଟିକୁ ଡାହାଣୀ ଖାଇଗଲା ବା ମାରିପକାଇଲା, ଏ ଖାଦ୍ୟକୁ ଡାହାଣୀ ଦୃଷ୍ଟି କରିଛି ଡାହାଣୀ ମାନେ ଆପଣା ଦେହ ସଙ୍ଗେ ନିକଟବର୍ତ୍ତୀ ଶିଶୁ ବା ମନୁଷ୍ୟ ଦେହରେ ଲାଗିଥିବା ଖଣ୍ଡିଏ ନଡ଼ା (ଯାହା କି ଡାହାଣୀଙ୍କ ଦେହକୁ ଯୋଗ କରିଥାଏ)ଦ୍ୱାରା ଉକ୍ତ ଶିଶୁ ବା ବ୍ୟକ୍ତି ଦେହରୁ ରକ୍ତ ଶୋଷି ନେବାର ପ୍ରବାଦ ଅଛି ଯେଉଁ ସ୍ତ୍ରୀ ସାଧାରଣତଃ ଡାହାଣୀ ବୋଲି ପରିଚିତ ତା ଦୃଷ୍ଟିରୁ ମାଆମାନେ ନିଜନିଜର ଶିଶୁକୁ ଓ ଶାରୀ ପୋକ୍ଷୀ ପଶିଥିବା ଲୋକେ ଶାରୀ ପକ୍ଷୀକୁ ଓ ଖାଦ୍ୟକୁ ଲୁଚାଇ କରି ରଖନ୍ତି ଏହି ଡାହାଣୀ ମାନେ ନିଶା ରାତିରେ ଛଦ୍ମ ଓ ବିକଟ ବେଶ ଧରି ଗୋପନରେ ଆପଣା ପରିବାରର ଅଜ୍ଞାତରେ ଘରୁ ବାହାରି ଯାଇ ଗୁହପଡ଼ିଆରେ ସେମା— ନଙ୍କର ଅନ୍ୟ ସହଚରୀମାନଙ୍କୁ ଭେଟି ଲଙ୍ଗଳା ହୁଅନ୍ତି, ମୁଣ୍ଡକୁ ତଳକୁ କରି, ଗୋଡ଼କୁ ଉପରକୁ ଟେକି ହାତରେ ଚାଲି ଚାଲି କଞ୍ଚା ବିଷ୍ଠା ଚରି ବୁଲିବାର ମଧ୍ୟ ଲୋକେ ଦେଖିଥିବାର କହନ୍ତି ଏମାନଙ୍କ କଞ୍ଚାଖାଈ ଡାହାଣୀ କୁହାଯାଏ ଏମାନେ ଜୀବିତ (କଞ୍ଚା) ମନୁଷ୍ୟକୁ ମଧ୍ୟ ଖାଇଯାନ୍ତି ଏମାନେ ଶ୍ମଶାନରେ ଶବର କଞ୍ଚା ମାଂସ ଖାଆନ୍ତି ଏମାନଙ୍କ ହାବୁଡ଼ରେ ନିଶା ରାତିରେ ନିର୍ଜନ ସ୍ଥାନରେ କେହି ମନୁଷ୍ୟ ପଡ଼ିଗଲେ ତାକୁ ମଧ୍ୟ ଖାଇଯାନ୍ତି ବୋଲି ଶୁଣା ଅଛି ଶୁଖିଲାଖାଈ ଡାହାଣୀମାନେ ଶୁଖିଲା ବିଷ୍ଠା ଓ ମୁର୍ଦ୍ଦାରର ଶୁଖିଲା ମାଂସ ଖାଆନ୍ତି ଡାହାଣୀମାନେ ନାରୀରୂପଧାରୀ ଡାକିନୀ ବା ଅପଦେବତା ଥିବାର ଲୋକ ବିଶ୍ୱାସ ଏମାନଙ୍କ କୌଣସି ଶିଶୁ—ଠାରେ ଦୃଷ୍ଟି ପଡ଼ିଲେ ସେ ଶିଶୁକୁ ରକ୍ଷା କରିବା ନିମନ୍ତେ ମନ୍ତ୍ର ଯନ୍ତ୍ର (ଝଡ଼ା, ଫୁଙ୍କା), ଜଡ଼ିବୁଟୀ ଆଦି ପ୍ରୟୋଗ କରାଯାଏ

ଡାହାଣୀ ମାନେ ପାଳ ଦଉଡ଼ିକୁ ଡେଇଁ କରି କିମ୍ୱା ସେମାନଙ୍କ ଚାରିପାଖେ ମଣ୍ଡଳାକାରରେ ଟଣା ହୋଇଥିବା ଗାରକୁ ଡେଇଁ କରି ଯାଆନ୍ତି ନାହିଁ

ଏମାନଙ୍କ ଭିନ୍ନ ଭିନ୍ନ ନାମ ଅଛି ଯଥା—କଞ୍ଚାଖାଆ, ଶୁଖିଲା— ଖାଈ, ଶୋଷଣୀ, ଖୁଦୁଡ଼ୀ, ହାଡ଼ବାଈ, ଦୃଷ୍ଟି, ପିଶାଚୁଣୀ ବା ପିତାଶୁଣୀ ଇତ୍ୟାଦି

ସ୍ତ୍ରୀ ମାନଙ୍କ ମଧ୍ୟରେ 'ଡ଼ାହାଣୀ' ଶଦ୍ଦ ଗାଳିରେ ବ୍ୟବହୃତ ହୁଏ ଡାହାଣୀମାନଙ୍କ ସମ୍ୱନ୍ଧୀୟ ଓ ପ୍ରତିଷେଧକ ମନ୍ତ୍ରଯନ୍ତ୍ରକୁ'ଗାରଡ଼ି ବିଦ୍ୟା' ବୋଲାଯାଏ ଓ ଏହା ଆସାମ ଦେଶସ୍ଥ 'କାଉଁରୀ କାମାଖ୍ୟା' ବା 'କାଉଁରୀ କାମ ଚଣ୍ଡୀ' ଠାକୁରୀଣଙ୍କ ଅଞ୍ଚଳକୁ ଯାଇ ଶିକ୍ଷା କରା ଯାଇ ପାରେ ବୋଲି ସାଧାରଣାଙ୍କର ବିଶ୍ୱାସ କାଉଁରୀ କାମଚଣ୍ଡୀ ଅଞ୍ଚଳରେ 'ନିତେଇ ମୋ ଧୋବଣୀ' କିଟେଇ ମା ପତର ଶଉରୁଣୀ' ପ୍ରଧାନ ଗୁରୁ ଥିଲେ ବୋଲି ଏ ପର୍ଯ୍ୟନ୍ତ ଝଡ଼ାଫୁଙ୍କାର ଅଧିକାଂଶ ମନ୍ତ୍ର

ସେମାନଙ୍କ ନାମରେ ଭଣିତା ହୋଇଥିବାର ଦେଖାଯାଏ ପାଶ୍ଚାତ୍ୟ ଶିକ୍ଷା ବିସ୍ତାର ସଙ୍ଗେ ସଙ୍ଗେ ଏ ସଂସ୍କାରଗୁଡ଼ିକ କ୍ରମେ କ୍ରମେ ସମାଜରୁ ଉତ୍ପାଟିତ ହେଉଅଛି ଏ ସଂସ୍କାର ସମ୍ୱନ୍ଧରେ କେତେଗୁଡ଼ିଏ ଢ଼ଗ ଓ ପ୍ରବଚନ ମଧ୍ୟ ଦେଖାଯାଏ ଯଥା— ପଦାରେ ପୁଅ ବେଇ ଡାହାଣୀକୁ ଡରିବା ନ୍ୟାୟା ଡାହାଣୀ ବା ପିତାଶୁଣୀମାନେ ଅନ୍ୟ ବ୍ୟକ୍ତିର ଦେହରେ ପ୍ରବେଶ କରି ତାହାକୁ ବାତୁଳ କରନ୍ତି ଏହାକୁ ଡାହାଣୀ ଲାଗିବା ବୋଲାଯାଏ ଏବଂ ଗୁଣିଆଁ ଆସି ଝାଡ଼ଫୁଙ୍କ କଲେ ଡହାଣୀ ମାନେ ସେ ବ୍ୟକ୍ତିଦେହରୁ ଛାଡି ପଳାନ୍ତି ନଚେତ୍ ସେ ବ୍ୟକ୍ତିର ମୃତ୍ୟୁ ଅବଶ୍ୟଂଭାବୀ ଏଥି ସମ୍ୱନ୍ଧେ ଢଗ ଅଛି; ଯଥା— ଡାହାଣୀ ହୋଇ ଲାଗିବା, ଗୁଣିଆଁ ହୋଇ ଝାଡିବା ନ୍ୟାୟ]