ଡାକ ନାମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଲେଖକମାନେ ଆପଣା ଆପଣା ନାମ ପ୍ରକାଶ ନ କରି ଲେଖାରେ ଗ୍ରହଣ କରିବା ଅନ୍ୟ ନାମ — ୧. Nom-de-plume; a fictitious name assumed by a writer or author; pseudonym.
୨. ଯେଉଁ ନାମରେ କୌଣସି ବ୍ୟକ୍ତିକୁ ସାଧାରଣତଃ ଲୋକେ ଡାକନ୍ତି; ଓରଫ — ୨. A name by which a person is ordinarily known; alias.


୩. କୃପଣ, ଅଦତା ଆଦି ବ୍ୟକ୍ତିଙ୍କୁ ଚିଡ଼ାଇବା ପାଇଁ ବା ଘୃଣା କରିବା ପାଇଁ ଯେଉଁ ନାମରେ ଡାକନ୍ତି —୩. Nick-name.
୪. ସାଙ୍ଗ ସୁଖମାନେ ଥଟ୍ଟାରେ ବା ପ୍ରେମରେ କୌଣସି ବ୍ୟକ୍ତିକୁ ଯେଉଁ ନାମରେ ଡାକନ୍ତି — ୪. A nickname given in sportive familiarity.
୫. ପିତାମାତା ଆଦି ପିଲାଙ୍କୁ ଗେଲବସରରେ ଯେଉଁ ନାମରେ ଡାକନ୍ତି; ଗେହ୍ଲା ନାଆଁ — ୫. A term by which fond parents or elders call their chidren in affection; fond name.

[ ଦ୍ର—ଗୋଟିଏ ମାତୃଶନ୍ୟ ସ୍ତନନ୍ଧୟ ପିଲାକୁ ଶ୍ରୀମତୀ ପୀତାମ୍ୱରୀ ଦେବୀ ଆଣି ପାଳିଅଛନ୍ତି ତାହାର ନାମ ଜଗବନ୍ଧୁ, କିନ୍ତୁ ତା ପାଟି ସମ୍ପୂର୍ଣ୍ଣ ଫିଟି ନ ଥିବାରୁ ସେ 'ଜଗବନ୍ଧୁ' ଶବ୍ଦ ଉଚ୍ଚାରଣ କରି ନ ପାରି ଦିନେ ଖନେଇ ନିଜର ନାମକୁ 'ଜୁଜୁ' ବୋଲି ଉଚ୍ଚାରଣ କଲା, ସେହି ଦିନଠାରୁ ତାକୁ ପାଳୟିତ୍ରୀ ଓ ଆମ୍ଭେମାନେ ସମସ୍ତେ ଜୁଜୁ ବୋଲି ଡାକୁ ଅଛୁଁ]

[ ଦ୍ର—ସମ୍ୱାଦପତ୍ର ଓ ସାମୟିକ ପତ୍ରର ଲେଖକମାନେ ବ୍ୟଙ୍ଗ ବିଦ୍ରୂପ ପୂର୍ଣ୍ଣ ବା ଗୁରୁତର ଅଭିଯୋଗ ବା ସମାଲୋଚନା ଯୁକ୍ତ ବିଷୟ କୌଣସି ପ୍ରବନ୍ଧ ଲେଖି ସେହି କାରଣରୁ ବା ଅନ୍ୟ କିଛି କାରଣରୁ ତହିଁରେ ନିଜର ପ୍ରକୃତ ନାମ ନ ଲେଖି ଗୋଟିଏ କାଳ୍ପନିକ ବା ଆକ୍ଷରିକ ଅର୍ଥବିଶିଷ୍ଟ ନାମ ଦିଅନ୍ତି ଫକୀରମୋହନ ସେନାପତି କେତେକ ଲେଖାରେ ତାଙ୍କ ନାମ ଧୂର୍ଜଟି ରଖିଥିଲେ ପଣ୍ଡିତ କୁଳମଣି ଦାସ ଉଦ୍ଭଟ୍ଟ ଶ୍ଲୋକମାନଙ୍କ ପଦ୍ୟାନୁବାଦରେ ଉତ୍କଳ ସାହିତ୍ୟ ପତ୍ରିକାରେ ଆପଣାର ନାମ ବାଚସ୍ପତି ଶର୍ମା ଓ ସମ୍ମର୍ଜନୀଶୀର୍ଷକ ପ୍ରବନ୍ଧମାନଙ୍କରେ ବିଷ୍ଣୁଶର୍ମା ରଖିଅଛନ୍ତି ଏ ଭାଷାକୋଷର ସଂଗ୍ରାହକ ଭାଗବତ ଟୁଙ୍ଗି ଆଦି ପ୍ରବନ୍ଧରେ ଆପଣା ନାମ ଦୁର୍ମୁଖ ଶର୍ମା ରଖିଥିଲେ ଖ୍ୟାତନାମା ବ୍ୟକ୍ତିଙ୍କ ଲେଖା ଦେଖି ପାଠକମାନେ ଲେଖାକୁ ସ୍ୱାଧୀନ ଭାବରେ ଆଲୋଚନା ନ କରି ଲେଖକଙ୍କ ନାମ ଦେଖି ତଦ୍ଦ୍ୱାରା ଚାଳିତ ହୋଇ ନିଜର ସ୍ୱାଧୀନ ମନ୍ତବ୍ୟ ବା ମତ ସଂଗଠନ ବା ପ୍ରକାଶ କରିବେ ନାହିଁ, ଏହି ଆଶଙ୍କାରେ କେତେକ ଖ୍ୟାତନାମା ଲେଖକ ମଧ୍ୟ ଡାକ ନାମ ବ୍ୟବହାର କରନ୍ତି ଜାତକରେ ରାଶିଗତ ନାମ ଗୋଟିଏ ଥିଏ, ପିତା ମାତା ସ୍ନେହରେ ଗୋଟିଏ ନାମ ଦିଅନ୍ତି ଶାଶୁ ଘରେ ବଧୂକୁ ଶାଶୁ ଶଶୁର ଗୋଟିଏ ନୂଆ ନାମ ଦିଅନ୍ତି ପୋଷ୍ୟ ପୁତ୍ରମାନଙ୍କୁ ଗ୍ରହିତାମାନେ ନୂଆ ନାମ ଦିଅନ୍ତି ବେଶି ଅକ୍ଷର ଥିବାରୁ ଯେଉଁ ନାମ ଉଚ୍ଚାରଣ କରିବାକୁ ଆୟାସ ପଡ଼େ ତାକୁ ଲୋକେ ଗୋଟିଏ ସଂକ୍ଷିପ୍ତ ନାମ ଦିଅନ୍ତି ଯଥା—ସତ୍ୟବାଦୀର ଡାକ ନାମ ବାଜ, ହୃଷିକେଶ=ହୁରୁଷୀ, ଧୃବ— ଚରଣ=ଧୋବା, ମନମୋହିନୀ=ମନା, ପଦ୍ମନାଭ=ପଦିଆ, ନରେନ୍ଦ୍ର କୁମାର=ନରୀ, ପୀତାମ୍ୱରୀ=ପିତେଈ, ପଦ୍ମଚରଣ=ପଦ ଶିଶୁମାନଙ୍କୁ ନାମକରଣ ପୂର୍ବରୁ ପିତାମାତା ଗେଲବସରରେ ଗୋଟିଏ ଗୋଟିଏ ନାମ ଦିଅନ୍ୟି ଶାଶୁଶଶୁର ଆଦି ଗୁରୁଜନଙ୍କ ନାମ ଧରିବା ନିଷିଦ୍ଧ, ଏଥିପାଇଁ ଯେବେ କୌଣସି ବଧୂର ବା ଭୃତ୍ୟର ନାମ ଶଶୁର ଘରର ବା ଖାମିନ୍ଦଙ୍କ ପରିବାରର କୌଣସି ଗୁରୁଜନଙ୍କ ନାମ ହୋଇଥାଏ ତେବେ ଶଶୁର ଘରେ ବା ଭୃତ୍ୟସ୍ୱାମୀମାନେ ବଧୂକୁ ବା ଭୃତ୍ୟକୁ ଗୋଟିଏ ନୂଆ ନାମ ଦିଅନ୍ତି ଅପର୍ତ୍ତିଆଣୀ— ମାନଙ୍କର ପ୍ରାକୃତ ନାମକୁ ଯମଠାରୁ ଲୁଚାଇ ରଖିବା ଆଶାରେ ସେମାନଙ୍କୁ ବାଉରିଆ, ପାଣୁଆ, କଣ୍ଡୁରିଆ, ହାଡ଼ିଆ ଆଦି ଡାକ ନାମ ଦିଆଯାଏ ଶିଶୁମାନଙ୍କ ମଧ୍ୟ ନାମକରଣ ପରେ ପିତାମାତଦି ଗୁରୁ— ଜନମାନେ ନୂଆ ନାମ ଦିଅନ୍ତି କୃପଣ ଓ ଦୁଷ୍ଟ ବ୍ୟକ୍ତିର ନାମ ଉଚ୍ଚାରଣ କରିବା ଅଶୁଭ, ଏଥିପାଇଁ ସେମାନଙ୍କୁ ଲୋକେ ଗୋଟିଏ ଗୋଟିଏ ଡାକ ନାମ ଦେଇ ଥାଆନ୍ତି ସାଙ୍ଗସୁଖମାନେ ସ୍ନେହରେ ବା ଥଟ୍ଟାପରିହାସରେ ଆପଣା ମଧ୍ୟରେ ଡାକ ନାମ ଦିଆଦେଇ ହୁଅନ୍ତି ଏକନାମଧାରୀ ଏକାଧିକ ବ୍ୟକ୍ତିଙ୍କୁ ବାରିବା ପାଇଁ ମଧ୍ୟ ଡାକନାମ ଦିଆଯାଏ]