ଡାକିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ଡ=ଶବ୍ଦ କରିବା; ସଂସ୍କୃତ - ହୁଙ୍କାର) ସମ୍ପାଦନା

୧. ଆହ୍ୱାନ କରିବା — ୧. To call.

ଡାକିମଧ୍ୟମକୁ ଡାକି ଆଣିବାକୁ ଏଠାକୁ କାହା ଭରସା—କିବିସୂର୍ଯ୍ୟ. କିଶୋରୀଚମ୍ପୁ ଡ ଗାତ

୨. ନିମନ୍ତ୍ରଣ କରିବା —୨. To invite.
୩. ଉପସ୍ଥିତ ହେବାପାଇଁ ତଲବ କରିବା — ୩. To summon; to send for.
୪. ଉଚ୍ଚୈଃସ୍ୱରରେ ଚିତ୍କାର କରିବା — ୪. To bowl; to shout.

ଡାକିଲେ ଦାନ ପଡ଼ଇ ଅବଜ୍ଞା ନୋହି ଯେ—ପ୍ରାଚୀ. ନଳଚରିତ

୫. ବୋବାଇବା; ରାବ କରିବା; କଣ୍ଠରେ ସ୍ୱର କରିବା — ୫. To utter a sound.

ଡାକନ୍ତେ ମୟୂର ଉର ଉଲ୍ଲସି ଦଦୁର ଦୂର ଚେତା କଲା ହୋଇ ଥର ଥର ହେ ଭଞ୍ଜ. ପ୍ରେମସୁଧାନିଧି

[ ଦ୍ର—ଭିନ୍ନ ଭିନ୍ନ ଜାତୀୟ ପ୍ରାଣୀ ଭିନ୍ନ ଭିନ୍ନ ପ୍ରକାରରେ ଡାକନ୍ତି ଯଥା—ପାରା ଘୁମୁରିବା, ଗୋରୁ ହମାଳିବା, କୁକୁର ଓ ବିଲୁଆ ଭୁକିବା; ମେଣ୍ଢା ଓ ଛେଳି ମେଁ ମେଁ ହେବା, ବିରାଡ଼ି ମ୍ୟାଉଁ ମ୍ୟାଉଁ ହେବା; ବାଘ ହଣ୍ଟାଳିବା]

୬. ସମ୍ୱୋଧନ କରିବା —୬. To hail; to accost.
୭. ଅନୂଗ୍ରହ ବା କୃପାପ୍ରାର୍ଥୀ ହୋଇ ଦେବତା ଆଦିଙ୍କ ନାମ ନେବା ବା ପ୍ରାର୍ଥନା କରିବା ବା ସ୍ମରଣ କରିବା — ୭. To invoke (a Deity or God) for help or favour.
୮. ସ୍ପଷ୍ଟରୂପେ କହିବା —୮. To speak out.
୯. (ବିଲ) ଶୁଖି କରି ଫାଟିବା — ୯. To crack, being dried of all moisture (said of a field).
୧. କୌଣସି ବ୍ୟକ୍ତିର ନାମ ଉଚ୍ଚରଣ ପୂର୍ବକ ଉଚ୍ଚୈଃସ୍ୱରରେ କହିବା —୧୦. To call out a person's name.
୧୧. କୌଣସି ବ୍ୟକ୍ତିର ନାମ ଧରି ତାକୁ ପାଖକୁ ଆସିବାକୁ ଉଚ୍ଚୈଃସ୍ୱରରେ କହିବା —୧୧. To call a person to come near by uttering his name.
୧୨. ଉଚ୍ଚ ଶବ୍ଦ ଉତ୍ପନ୍ନ କରିବା — ୧୨. To produce a loud sound.

(ଯଥା—ବାଉଁଶ ଉପରେ ଖୁବ୍ ବୋଝ ଲଦି ଦେବାରୁ ବାଉଁଶ କଡ଼ କଡ଼ ଡାକୁଛି)

୧୩. ଗର୍ଜନ କରିବା —୧୩. To roar.

(ଯଥା—କାଲିଠାରୁ ମେଘ ଭାରି ଡ଼ାକୁଛି)

୧୪. (ଲକ୍ଷଣାର୍ଥ) ନିର୍ଦ୍ଦେଶ କରିବା; ଉଲ୍ଲେଖ କରିବା — ୧୩. (figurative) (a book; the scriptures) To say. to lay down.

(ଯଥା—ମଦ ଖାଇଲେ ପ୍ରାୟଶ୍ଚିତ୍ତ କରିବାକୁ ହୁଏ ବୋଲି ଆମ ଶାସ୍ତ୍ର ଡାକୁଛି)

[ଦ୍ରଷ୍ଟବ୍ୟ —ଡାକିବା କ୍ରିୟାର ଅସମାପିକା ରୂପ ସଙ୍ଗେ ଆଣିବା, ଦେବା, ନେବା, ପକା(କେ)ଇବା କ୍ରିୟାର ସମାପିକାରୂପ ଯୁକ୍ତ ହୁଏ ଡାକିବା କ୍ରିୟାର ସମାପିକାରୂପ ସଙ୍ଗେ ହାକିବାର ସମାପିକା ରୂପେ ଯୁକ୍ତ ହୁଏ ଓ ଅସାମାପିକାରୂପ ସଙ୍ଗେ ଫୂକାରିବା, ବଜାଇବା, ହାକିବା କ୍ରିୟାର ଅସମାପିକାରୂପ ଯୁକ୍ତ ହୁଏ]