ଡାଉନ୍ ଟ୍ରେନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଅପ୍ ଟ୍ରେନ୍—ବିପରୀତ)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଡାଉନ୍=ନିମ୍ନକୁ, ତଳକୁ+ ଟ୍ରେନ=ରେଳଗାଡି) ସମ୍ପାଦନା

ଯେଉଁ ରେଳଗାଡି ଦୁର— ବର୍ତ୍ତୀ ଷ୍ଟେସନ୍ରୁ କୌଣସି କୈନ୍ଦ୍ରିକ ଷ୍ଟେସନ୍ ବା ପ୍ରଧାନ ଟର୍ମିନାଲ୍ ଷ୍ଟେସନ୍ (ଶେଷମୁଣ୍ଡ ଷ୍ଟେସନ୍) ବା ପ୍ରଧାନ ରାଜଧାନୀ ଆଡକୁ ଆସେ — Down train; a railway-train proceeding towards a central or terminal station or metropolis.

[ ଦ୍ର—ଭାଷାକୋଷର ୧ମ ଖଣ୍ଡ ୩୬୭: ପୃଷ୍ଠାରେ 'ଅପ୍ଟେନ୍'ର ଅର୍ଥ—ଯେଉଂ ରେଳଗାଡି ଦୂରବର୍ତ୍ତୀ ଷ୍ଟେସନ୍ରୁ ରେଳର କୈନ୍ଦ୍ରିକ ବା ମୂଳ ଷ୍ଟେସନ୍କୁ ଯାଏ, ବୋଲି ଲେଖାଅଛି—ବେବ୍ସଟର୍କୃତ ବଖ୍ୟାତ ଇଂରାଜି ଭାଷାକୋଷରେ (Webster's English Dictionary ରେ) ଡାଉନ୍ ଟ୍ରେନ୍ ଶବ୍ଦ ନାହିଁ ଅପ୍ଟ୍ରେନ୍ (up-train)ର ଅର୍ଥ ଲେଖା ଅଛି —A train going in the direction of the metropolis or the main terminus. ଅର୍ଥାତ୍ ରାଜଧାନୀ ବା ପ୍ରଧାନ ଟର୍ମିନାଲ୍ ଷ୍ଟେସନ୍ଆଡକୁ ଯେଉଁ ରେଳଗାଡି ଯାଏ ଏ ଭାଷାକୋଷରେ ଦିଆଯାଇ ଥିବା 'ଅପ୍ ଟ୍ରେନ୍'ର ଅର୍ଥ ବେକ୍ୱଟରଙ୍କ ପ୍ରଦତ୍ତ ଅର୍ଥ ସଙ୍ଗେ ମିଳୁଅଛି—କିନ୍ତୁ ବିଶେଷ୍ୟ - ଏନ୍. ଆର୍ (ବେଙ୍ଗଲ ନାଗପୁର ରେଲବେ) ଇ. ଆଇ. ଆର୍ (ଇଷ୍ଟଇଣ୍ଡିଆନ୍ ରେଲବେ), ଟାଇମ୍ଟେବ୍ଲ ମାନଙ୍କରେ ଥିବା ଅପ୍ ଓ ଡାଉନ୍ ଟ୍ରେନ୍ମାନଙ୍କ ସଙ୍ଗେ ଉପରୋକ୍ତ ଅର୍ଥର ମେଳ ହେଉନାହିଁ ଉପରୋକ୍ତ ଟାଇମ୍ଟେବ୍ଲମାନଙ୍କରୁ ଦେଖାଯାଏ ଯେ ବିଶେଷ୍ୟ - ଏନ. ଆର୍ର ବୋମ୍ୱେ, ନାଗପୁର ଓ ମାନ୍ଦ୍ରାଜ ଆଦି ଆଡ଼ୁ ହାବଡ଼ା ଷ୍ଟେସନ୍ମାନଙ୍କୁ ଯେଉଁ ଗାଡ଼ିମାନ ଆସେ ସେମାନେ ଡାଉନ୍ ଟ୍ରେନ ଓ ହାବାଡ଼ାରୁ ବୋମ୍ୱେ, ମାନ୍ଦ୍ରାଜ, ନାଗପୁରଆଦି ଦୂରବର୍ତ୍ତୀ ଷ୍ଟେସନ୍ ମାନଙ୍କୁ ଯେଉଁ ଗାଡ଼ିମାନ ଯାଏ ତାକୁ ଅପ୍ ଟ୍ରେନ୍ ବୋଲାଯାଏ ଇ. ଆଇ. ଆର୍ର ସାହାରନପୁର, ଦିଲ୍ଲୀ, ପଞାବ, ବମ୍ୱେ, ମାନ୍ଦ୍ରାଜ, ବର୍ଦ୍ଧମାନଆଦି ଆଡ଼ୁ ହାବଡ଼ାକୁ ଆସୁଥିବା ଗାଡ଼ିମାନ ଡାଉନ୍ ଟ୍ରେନ୍ ଓ ହାବଡ଼ାରୁ ପଞ୍ଜାବଆଦି ଆଡ଼କୁ ଯିବା ଗାଡ଼ିମାନ ଅପ୍ଟ୍ରେନ୍ ନାମରେ ଅଭିହିତ, ଏବଂ ଏହି ଦିଗବାରଣ ଅନୁସାରେ ମଧ୍ୟ ବ୍ରାଞ୍ଚ୍ ଲାଇନ୍ମାନଙ୍କରେ ଚଳୁଥିବା ଗାଡ଼ିମାନଙ୍କୁ ଯଥାକ୍ରମେ ଡାଉନ୍ ଟ୍ରେନ୍ ଓ ଅପ୍ ଟ୍ରେନ୍ ବୋଲାଯାଏ ଦାକ୍ଷିଣାତ୍ୟର ରେଳ— ମାନଙ୍କରେ ଟ୍ୟୁଟିକରିନ୍, ତ୍ରିଚିନ୍ନାପଲ୍ଲୀଠାରୁ ମାନ୍ଦ୍ରାଜକୁ ଓ ମାନ୍ଦ୍ରାଜରୁ ଉଆଲାଟାୟାରକୁ ଯିବା ଗାଡ଼ିମାନଙ୍କୁ ଡାଉନ୍ ଟ୍ରେନ୍ ଓ ଏତଦ୍— ବିପରୀତଗାମୀ ଗାଡ଼ିମାନଙ୍କୁ ଅପ୍ଟ୍ରେନ୍ ବୋଲାଯାଏ ଏହି ଲିହାଜରେ ଭାଷାକୋଷର ୧ମ ଖଣ୍ଡରେ 'ଅପ୍ ଟ୍ରେନ୍'ର ଯେଉଁ ଅର୍ଥ ବେବ୍ସ ଟର୍ଙ୍କ ଇଂରାଜି ଭାଷାକୋଷର ଅର୍ଥାନୂସରଣରେ ଲେଖା ହୋଇଅଛି ତାହା ଠିକ୍ ନୁହେଁ ତାହା 'ଡାଉନ୍ ଟ୍ରେନ'ର ଅର୍ଥ ବୁଝିବାକୁ ହେବ ଓ 'ଅପ୍ ଟ୍ରେନ୍'ର ଅର୍ଥ—ଯେଉଁ ରେଳଗାଡ଼ି କୈନ୍ଦିକ ବା ଟର୍ମିନାଲ୍ ଷ୍ଟେସନରୁ ଦୁରବର୍ତ୍ତୀ ଷ୍ଟେସନ୍ମାନଙ୍କ ଆଡ଼କୁ ଯାଏ The train which starts from a central or terminal station of a Railway for a distant destination-<? ?> ବୁଝିବାକୁ ହେବ ]