ଠୋକର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ) ସମ୍ପାଦନା

୧. କଠିନ ଦ୍ରବ୍ୟ ସଙ୍ଗେ କଠିନ ଦ୍ରବ୍ୟର ଜୋର୍ରେ ଲାଗିବା ଆଘାତ — ୧. Hard knock; a hard thing comig in forceful contact with another hard thing; impact.

[ଦ୍ରଷ୍ଟବ୍ୟ —ଗୋଟିଏ ଜୀବ ବା ବସ୍ତୁ ବେଗରେ ଗତି କରୁଥିବା ଅବସ୍ଥାରେ ଆଉ ଗୋଟିଏ ଅଚଳ ବସ୍ତୁ ବା ବାଧାରେ ହାବୁଡ଼ିଗଲେ ପ୍ରଥମ ବସ୍ତୁ ବା ଜୀବ ଯେଉଁ ପ୍ରତିଘାତ ପାଏ ତାକୁ ଠୋକର ବୋଲାଯାଏ; ଦ୍ୱିତୀୟ ବସ୍ତୁ ଯେଉଁ ଆଘାତ ପାଏ ତାକୁ ଚୋଟ ବା ମାଡ଼ ବୋଲାଯାଏ ୨ଟି ଗତିଶୀଳ କଠିନ ବସ୍ତୁ ବିପରୀତ ଦିଗରୁ ଆସି ଜୋର୍ରେ ବାଜିଗଲେ ଉକ୍ତ ଦୁଇ ବସ୍ତୁର ଘାତପ୍ରତିଘାତକୁ ଲଢ଼େଇ ବା ହାବୁଡ଼ାହାବୁଡ଼ି କହନ୍ତି]

୨. ଝୁଣ୍ଟି ପଡ଼ିବା —୨. Stumbling; tripping.
୩. ମନୁଷ୍ୟ ଚାଲୁ ଚାଲୁ ବାଟରେ ଯେଉଁ ବସ୍ତୁ ଗୋଡ଼ ଆଗରେ ହାବୁଡ଼ି ଗଲେ ମନୁଷ୍ୟ ଝୁଣ୍ଟି ପଡ଼େ — ୩. Stumbling-block.
୪. ବାଧା —୪. Impediment; obstacle.
୫. ଠଣା; ବକ୍ରୀକୃତ ଆଙ୍ଗୁଠିର ଗଣ୍ଠିଦ୍ୱାରା ମୁଣ୍ଡଆଦି ଅସ୍ଥିମୟ ସ୍ଥାନରେ କରାଯିବା ଆଘାତ —୫. A rap with the knuckles.
୬. କଥା କହୁଥିବା ବ୍ୟକ୍ତିଙ୍କ କଥାରେ ତୀବ୍ର ମନ୍ତବ୍ୟ ପ୍ରକାଶ ପୂର୍ବକ ତାଙ୍କୁ କଥା କହିବାର ମଝିରେ ମଝିରେ ଦିଆଯିବା ବାଧା —୬. Obstacles put on the way of a speaking person in the shape of ironical or pithy remarks of criticisms on the subject-matter of his speech.
୭. (ଲକ୍ଷଣାର୍ଥ) ଅପ୍ରାତିକର ସଂସାରିକ ଅନୂଭବଜନିତ ଶିକ୍ଷା —୭. (figuarative) Lesson learnt by a person from bitter wordly experience.
୮. ଧୀରେ ଧୀରେ କରାଯିବା ଆଘାତ — ୮. Slight stroke.