ଠାକୁରାଣୀ ଲାଗିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

କାଳିସୀ ଲାଗିବା; ଦେବତା ଉଭା ହେବ; ନରଦେହରେ ଗ୍ରାମଦେବତାଙ୍କର ଆବେଶ, ବା ଆବିର୍ଭାବ — A person being possessed with the spirit of a Goddess.

[ ଦ୍ର—ଯେଉଁ ବ୍ୟକ୍ତି ଠାକୁରାଣୀ ଲାଗନ୍ତି ତାକୁ କାଳସୀ କହନ୍ତି ଏ ବ୍ୟକ୍ତି ଠାକୁରାଣୀ ଲାଗିବା ସମୟରେ ଥରଥର ହେଉଥାଏ ଓ ମୁଣ୍ଡ ହଲାଉଥାଏ, ଠାକୁରଣୀଙ୍କ ଆଦେଶ ସାଧାରଣଙ୍କଠାରେ ବ୍ୟକ୍ତ କରେ ଏବଂ ଅନେକ ଅଦ୍ଭୂତ କଥା କହିବାର ଓ କରିବାର ଶୁଣାଯାଏ ଓ ଦେଖାଯାଏ କେତେକ ସମୟ ପରେ ତା ଦେହରୁ ଠାକୁରାଣୀ ଓହ୍ଲାଇ ଗଳାରୁ ଉକ୍ତ ବ୍ୟକ୍ତି ପୁନର୍ବାର ସାଧାରଣ ମନୁଷ୍ୟ ପରି ବ୍ୟବହାର କରେ ଗ୍ରାମର କୌଣସି ବିପଦ (ବସନ୍ତ, ଓଲାଉଠା) ହେଲେ ଲୋକେ ଗ୍ରାମଦେବୀଙ୍କୁ ମାଜଣା କରି ବାଜା ଆଦି ବଜାଇଲେ ଗ୍ରାମଦେବତାଙ୍କ ସେବକକୁ ବା ଅନ୍ୟ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ଠାକୁରାଣୀ ଲାଗନ୍ତି ଓ ସେ ଗ୍ରାମବାସୀମାନଙ୍କ ଠାକୁରାଣୀଙ୍କ ଆଦେଶ (ହୁକୁମ) ଶୁଣାନ୍ତି, ଗ୍ରାମ ପ୍ରଦକ୍ଷିଣ କରନ୍ତି ଓ ଠାକୁରାଣୀଙ୍କୁ ଭୋଗ କରାଯିବା ଛେନାପଣା ପିଅନ୍ତି କାଳିସୀ ଠାକୁରାଣୀଙ୍କ ଆଦେଶକୁ ସାଧାରଣଲୋକଙ୍କ ଆଗରେ କହିବାକୁ 'ଅବିତରିବା' ବୋଲାଯାଏ]