ଟାଣିଟୁଣି
ଟାଣିଟୁଣି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି.ବିଶେଷଣ - (ଅସମାପିକା ରୂପ)
ସମ୍ପାଦନା- ୧. ନିଃଶେଷ କରି; ସମସ୍ତ ଟାଣି ନେଇ —୧. Drawing out everything completely.
ନେ ବଳଦ ଟାଣି ଟୁଣି; ଆଉ ନାହିଁଟି ଦୋଓଡ଼ାପାଣି ଶିଶୁଗୀତ
- ୨. ବହୁ ପରିଶ୍ରମ ସହ; ଖୁବ୍ ଜୋର୍ରେ — ୨. Laying much stress or strain; with much straining.
- ୩. ବଡ଼ ପାଟି କରି —୩. Loudly.
ଦ୍ରୋଣ ଭୀଷ୍ମ କର୍ଣ୍ଣ ଯେ ଶଲ୍ୟଙ୍କୁ ନ ଜିଣି ନ କହି ସଭା ମଧ୍ୟେ ହୋଇ ଟାଣି ଟୁଣି—କୃଷ୍ଣସିଂହ. ମହାଭାରତ ଉଦ୍ଯୋଗ
- ୪. ଭିଡ଼ିଓଟାରି; କ୍ଲିଷ୍ଟାର୍ଥ ବା କଳ୍ପିତାର୍ଥ ପ୍ରୟୋଗପୂର୍ବକ — ୪. By much straining of language; by applying far-fetched meaning.
ଆସଣ ନ ହୁଏ ଟାଣି ଟୁଣି ଏକ ପ୍ରକାର ପାଠ ଲଗାଇଯିବେ ଫକୀର ମୋହନ. ଛମାଣ ଆଠଗୁଣ୍ଠ
[ଦ୍ରଷ୍ଟବ୍ୟ — କୌଣସି ବାକ୍ୟାର୍ଥ ବକ୍ତାଙ୍କ ଅଭିପ୍ରାୟର ଅନୁକୂଳ ନ ହେଲେ କ୍ଲିଷ୍ଟାର୍ଥ ବା କଳ୍ପିତାର୍ଥ ପ୍ରୟୋଗ କରି ତାଙ୍କ ଅଭିପ୍ରାୟର ଅନୁକୂଳ ଅର୍ଥ କରା ଗଲେ ଏହି ଶବ୍ଦ ପ୍ରୟୋଗ କରାଯାଏ]
- ୫. ଗର୍ବ ପ୍ରକାଶ ବା ଆସ୍ଫାଳନପୂର୍ବକ — Boastfully; arrogantly.