ଟାକି ରହିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି—(ସଂସ୍କୃତ - ତର୍କ ଧାତୁ) ସମ୍ପାଦନା

୧. କୌଣସି ପଦାର୍ଥ (ଯଥା—ନିର୍ଦ୍ଦିଷ୍ଟ ସମୟରେ ଭୋଜ୍ୟ ଦ୍ରବ୍ୟ) ମିଳିବ ବୋଲି ଚାହିଁ ବସିବା; ଉତ୍କଣ୍ଠାସହକାରେ ଅପେକ୍ଷା କରିବା —୧. To eagerly look out for; to hankeringly wait for.

ଅଯାଚିତ ବୃତ୍ତି ଅଜଗର ତୃଣ—ଭୂମିରେ ଲାଖି, ଓଟାରିବା ଆଶେ ଶ୍ୱାସେ ମୃଗ ଯହିଁ ରହନ୍ତି ଟାକି ରାଧାନାଥ. ଉଷା

୨. ଆଶା କରିବା —୨. To expect.

ଟାକିଛି ସୁଧାଶୁଂ କଳାକୁ ଆକାଶୁଁ କରିବାକୁ ପାଣିଗତ— କବିସୂର୍ଯ୍ୟ. କିଶୋରୀଚମ୍ପୂ, ଟ. ଗୀତ

୩. ଅଧୈର୍ଯ୍ୟ ସହକାରେ ଜଗି ରହିବା — ୩. To watch impatiently for.

ପ୍ରଣୟୀ—ଆନନ୍ଦେ କୋଟି କୋଟି ଯୁଗ ବସି ରହିଥାନ୍ତା ଟାକି— ନନ୍ଦକିଶୋର. ଶର୍ମିଷ୍ଠା

୪. ନିର୍ନିମେଷ ଦୃଷ୍ଟିରେ ଚାହିଁ ରହିବା — ୪. To wait with winkless eyes; to be on the look out for.

ଯେମନ୍ତେ ବ୍ୟାଧ ଯେ ମୃଗର, ଛିଦ୍ର ଟାକଇ ନିରନ୍ତର ଜଗନ୍ନାଥ. ଭାଗବତ

୫. ନାକେଇବା (ଦେଖ) - —୫. Nākeibā (See)