ଟଙ୍କ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ଟଙ୍କ୍ ଧାତୁ=ବାନ୍ଧିବା+କରଣ. ଅ) ସମ୍ପାଦନା

୧. ପାହାଡ଼; କ୍ଷୁଦ୍ର ଶୈଳ —୧. Hill.
୨. ଗଣ୍ଡ ଶୈଳ; ପର୍ବତ ଦେହରୁ ବିଚ୍ୟୁତ ବଡ଼ ପଥରଖଣ୍ଡ — ୨. A black of stone separted from the main hill.
୩. ଖଡ୍ଗ —୩. Sword; scimitar.
୪. ଟାଙ୍ଗର ଭୂମି —୪. Hilly ground; rocky ground
୫. (+ଅଧି. ଅ)— ଖଡ୍ଗକୋଷ; ଖଣ୍ଡାର ଖାପ — Scabbard; sheath.
୬. ଏକ ପ୍ରକାର ସରୁ କୋଡ଼ି; ଖଣତା —A spud or digging iron; a narrow-bladed spade; hoe.
୭. କ୍ରୋଧ; ରାଗ —୭. Anger; wrath.
୮. (+କର୍ମ. ଅ)—ଗର୍ବ —୮. Arrogance.
୯. ପରିମାଣବିଶେଷ; ଚାରି ମାସ ପରିମାଣ; ଏକଟଙ୍କାର ଦ୍ୱିପଞ୍ଚମାଂଶ —୯. A weight of ୪ 'masas' or ୬୮ grains ୨/୫ of a tola.

[ଦ୍ରଷ୍ଟବ୍ୟ —ସ୍ଥଳବିଶେଷରେ ଏହା ୩ ମସା ବା ୨୪: ରତି ପରିମାଣ ବୋଲି ଧରା ଯାଏ]


୧. ଗୋଡ଼ —୧୦. The leg.
୧୧. ମୁଦ୍ରା —୧୧. Coin.
୧୨. ପଥର କାଟିବାର ଅସ୍ତ୍ର; ଟାଙ୍ଗିଆ —୧୨. Mattock; an axe used in chipping stone.
୧୩. ରୌପ୍ୟ ମୁଦ୍ରା —୧୩. A silver coin.
୧୪. ଟଙ୍କା —୧୪. A rupee.
୧୫. ଜଙ୍ଗ —୧୫. Thigh.
୧୬. ଟାଙ୍ଗଣା; ମୁହାଗ —୧୬. Borax.
୧୭. କୁରାଢ଼ି; ପରଶୁ (ହିନ୍ଦୀ - ଶବ୍ଦସାଗର) — ୧୭. Axe; hatchet.
୧୮. କୋଷ; ଅନାଗାର (ହିନ୍ଦୀ - ଶବ୍ଦସାଗର) — ୧୮. Treasury.
୧୯. ଶ୍ରୀ, ଭୈରବ ଓ କାନଡ଼ ରାଗ ଯୋଗ ହୋଇ ରଚିତ ସମ୍ପୂର୍ଣ୍ଣ ଜାତିର ରାଗିଣୀ —୧୯. A kind of mixed musical strain.

[ଦ୍ରଷ୍ଟବ୍ୟ —ଏହା ଗାଇବାର ସମୟ ରାତି ୧୬: ଦଣ୍ଡ ଠାରୁ ୨ ଦଣ୍ଡ ପର୍ଯ୍ୟନ୍ତ ଏଥିରେ କୋମଳ ଋଷଭ ସ୍ୱର ଲାଗେ ହନୁମାନ୍ଙ୍କ ମତରେ ଏହାର ସ୍ୱରଗ୍ରାମ ସଗ ଧନି ସାସା (ହିନ୍ଦୀ - ଶବ୍ଦସାଗର)]

୨. ନୀଳ କପିତ୍ଥ (ହିନ୍ଦୀ - ଶବ୍ଦସାଗର) — ୨୦. The blue wood-apple.
୨୧. ଏକ କଣ୍ଟକୀ ଗଛ ଯହିଁରେ ବେଲ ବା କଇଥ ପରି ଫଳ ଧରେ (ହିନ୍ଦୀ - ଶବ୍ଦସାଗର) —୨୧. A kind of wild tree producing fruits like marmalus.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତକ୍ର=ଅମ୍ଳ) ସମ୍ପାଦନା

ଅମ୍ଳସ୍ୱାଦ; ଅମ୍ଳରସ; ଅମ୍ଳତା — ୧. Sour or acid taste; sourness.

ଟଙ୍କା ନ ଥାଇ ଟାଙ୍ଗର ମୁଣ୍ଡରେ ଗଭା ଢଗ

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ଅତ୍ୟନ୍ତ ଖଟା ଲାଗୁଥିବା; ଅତି ଅମ୍ଳ — Very sour.