ଝାଉଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - [ ସଂ, ଝାବକ (kirtikar); ତୁଳ ଝାବୁକ=ଅନ୍ୟ ପ୍ରକାର ଗଛ] ସମ୍ପାଦନା

୧. ସରୁ ତାର ଭଳି ପତ୍ରବିଶିଷ୍ଟ ଗଛ; ବିଲାତି ଝାଉଁ —୧. Casuarina Muricata; Casuarina Equisetifolia; tamarisk (Kirtikar).

[ ଦ୍ର—ଏହା ଅଷ୍ଟ୍ରେଲିୟାରୁ ଆନୀତ ଗଛ, ଉଚ୍ଚରେ ୪/୫: ହାତ ବଢ଼େ ଏହାର ଡାଳଗୁଡୢକ ଲମ୍ୱ ଓ ସରୁ ତାରପରି; ଫଳ ଛୋଟ ଓ କଣ୍ଟାଳିଆ; ଏହା ସମୁଦ୍ରତୀରରେ ଓ ବାଲିରେ ବେଶି ଜନ୍ନେ; ପବନରେ ଏହାର ପତ୍ରଗୁଡ଼ିକ ଝାଇଁ— ଝାଇଁ ବା ସାଇଁ ସାଇଁ ଶବ୍ଦ କରେ ୧ ବର୍ଷରେ ଏଥିର ଗଣ୍ଡିରୁ ଭଲ ଟାଣୁଆ କଡ଼ୀ ଓ ଖୁଣ୍ଟର ଉପଯୋଗୀ ଶକ୍ତ କାଠ ମିଳେ; ଏହାର ଫଳ ଗୋଖୁରା ଫଳପରି ଓ ଫୁଲ ଗୋଲାପୀ ରଙ୍ଗର; ଏହାର କାଠ ଗଣ୍ଠିଗଣ୍ଠିଆ; ଏହାର ଡାଳ ଖୁବ୍ ଚେମଡ଼ା

ଅନୁବାଦ ସମ୍ପାଦନା

୨. (ସଂ, ଝାବୁକ) ଧଳା ଘୋଡ଼ାଛାଟିଆ; ଏକଜାତୀୟ ବନ୍ୟ କ୍ଷୁପ ବା ଗୁଳ୍ମ —Tamarix Gallica.

[ ଦ୍ର—ଏହା ଉଚ୍ଚରେ ୪/୫ ହାତ ବଢ଼େ, ନଦୀକୂଳରେ ଓ ବାଲିଚରରେ ଏକତ୍ର ବହୁତ ଗଛ ଜନ୍ମେ; ଡାଳ ବା ଦଣ୍ଡଗୁଡ଼ିକ ବଡ଼ ଝାଉଁଗଛର ଡାଳପରି ଡାଳମାନ ପବନରେ ଝାଇଁଝାଇଁ ବା ସାଇଁ ସାଇଁ ଶବ୍ଦ କରେ ଫଳ ତିନିକୋଣିଆ ଓ ଛୋଟ ଏହାର ଗଣ୍ଡିବା ଦଣ୍ଡ ଗଭୀର ରକ୍ତବର୍ଣ୍ଣ ଏହା ଘୋଡ଼ାଛାଟପରି ସରୁ ଚେମଡ଼ା ହୋଇଥିବାରୁ ଏହାକୁ 'ଘୋଡ଼ାଛାଟିଆ' ମଧ୍ୟ କହନ୍ତି]

ଅନୁବାଦ ସମ୍ପାଦନା

୩. ନାଲି ଘୋଡ଼ାଛାଟିଆ; ନାଲିଝାଉଁ — ୩. Tamaria Dioica.

[ ଦ୍ର—ଏହାର ପତ୍ରର ଖୋଳ ଅଛି ମାଈ ଓ ଅଣ୍ଡିରା ଗଛ ସ୍ୱତନ୍ତ୍ର]