ଝାଇଁ ଝାଇଁ ହେବା
ଝାଇଁ ଝାଇଁ ହେବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଝାଇଁ ଝାଇଁ ହେବା
|
ଦେଶଜ - ବିଶେଷ୍ୟ -(ଧ୍ୱନ୍ୟନୁକରଣ; ବା ଝଙ୍କାର)
ସମ୍ପାଦନା- ୧. ଶରୀରର କୌଣସି ଅଙ୍ଗ ବହୁକାଳ ଏକ ଅବସ୍ଥାରେ ରହି ଅବଶ ହୋଇ ଥିବା ଅବସ୍ଥାରେ ତାହାକୁ ସ୍ଥାନଭ୍ରଷ୍ଟ କରିବା ସମୟରେ ଝିମି— ଝିମି ଅନୁରୁପ ଅନୁଭୂତି ଝିମିଝିମି ହେବା — ୧. Tingling sensation due to moving a limb already benumbed by being kept in one fixed position for a long time.
- ୨. କାନମୁଣ୍ଡାରେ ଜୋର୍ରେ ଚାପୁଡ଼ା ବାଜିଲେ କିମ୍ୱା ଦେହରେ କୌଣସି ଗଣ୍ଠିରେ ହଠାତ୍ ଠୋକର ଲାଗିଲେ ମସ୍ତିସ୍କରେ ଯେଉଁ ଝିମି ଝିମି ଅନୁଭୂତ ହୁଏ — ୨. A tingling or twanging sensation flet in the brain when the root of the ear or any other him-joint is suddenly struck with force.
- ୩. କାନର ଛିଦ୍ରରେ ବହୁକାଳ ତେଲ ନ ପକାଇଲେ କାନ ମଧ୍ୟରେ ଯେଉଁ ଝିମି ଝିମି ଅନୁଭୂତି ହୁଏ —୩. A sensation of reverberating felt inside the ear when oil is not into the ear hole for a long time.
- ୪. ଘଣ୍ଟା ବା ଝାଞ୍ଜର ଘୋରତର ଶବ୍ଦ ବହୁକାଳ ପର୍ଯ୍ୟନ୍ତ ଶୁଣିଲେ କାନ ଭିତରେ ଜଣାଯିବା ଏକ ପ୍ରକାର ଅପ୍ରୀତିକର ଭାଁ ଭାଁ ଅନୂଭୁତି —୪. Unpleasant sensa tion felt in the ear produced by long hearing a continuous shrill sound for long time.
- ୫. ହାଣ୍ଡିରେ ଚାଉଳ ବା ମୂଗ ଆଦି ଭାଜିବା ସମୟରେ ଭଜାଭଜି ଖଡ଼ିକାଦ୍ୱାରା ଉକ୍ତ ଚାଉଳ ଆଦିକୁ ଲେଉଟ ପାଉଟ କରିବା ବା ଖରଡ଼ିବା ସମୟରେ ହେବା ଶବ୍ଦ — ୫. Metallic sound produced while stirring rice etc with the frying stick a pot over the fire.
- ୬. ଫଟା ଘଣ୍ଟ ସବା ଝାଞ୍ଜ ବାଜିବାର ବହୁକାଳସ୍ଥାୟୀ ଶବ୍ଦ ବା ଧ୍ୱନି —୬. A long lingering tingling sound produced with the eymbals or by striking a broken gong long din of metallic instruments.
- ୭. ଖରାଦ୍ୱାରା ଶସ୍ୟ ଆଦି (ଯଥା—ମୁଗ) ଉତ୍ତମରୂପେ ଶୁଖି ଯିବା —୭. Grains completely drying through heat.
(ଯଥା—ଗମରା ମୂଗ ଡାଲି ବୌଶାଖ ମାସ ଖରାରେ ଝାଇଁ ଝାଇଁ ହୋଇ ଶୁଖି ଗଲାଣି)
[ଦ୍ରଷ୍ଟବ୍ୟ —ଝମଝମ ଶବ୍ଦ—ଅଳ୍ପକାଳସ୍ଥାୟୀ, ଝାଇଁଝାଇଁ ଶବ୍ଦ—ଅଧିକକାଳ ସ୍ଥାୟୀ ଓ ଉଚ୍ଚତର]