ଝଲକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜ୍ୱଳକ; ସଂସ୍କୃତ - ଝଲ୍ଲିକା=ଦୀପ୍ତି; ହିନ୍ଦୀ - ଶବ୍ଦସାଗର)

୧. ଆଲୋକର ଚମକ ବା କ୍ଷଣସ୍ଥାୟୀ ସଭା — ୧. Flash of light.
୨. ତେଜଃ; ଦୀପ୍ତି — ୨. Lustre; glamour; radiance.
୩. ସୌନ୍ଦର୍ଯ୍ୟ; କାନ୍ତି —୩. Grace; beauty.

ତହିଁ ପାଖରେ ସୁନା ଦୁବର ଝଲକ କୃଷ୍ଣସିଂହ. ମହାଭାରତ. ବନ

୪. ଅଗ୍ନିଶିଖା —୪. Flame of fire.
୫. (ସଂସ୍କୃତ - ଝଲ୍ଲକ) କଂସାର ବାଦ୍ୟ —୫. A musical instrument of bellmetal.
୬. ନୋଲକ; ଫାସିଆରେ ଝୁଲୁଥିବା ଗୋଲ ରତ୍ନ ବା ଧାତୁ ଗୋଲକ —୬. A pendant gem.
୭. କର୍ଣ୍ଣାଳଙ୍କାରବିଶେଷ —୭. A earring.

ଶ୍ରବଣେ ଭର ମୋ ଝଲକ ଚକ୍ର ଫେରତା ମୁକୁତା ବନ୍ଧ ପ୍ରାଚୀ, ରହସ୍ୟମଞ୍ଜରୀ

୮. ଆନ୍ଦୋଳନ —୮. Agitation.
୯. ଆଲୋକତରଙ୍ଗ —୯. A wave of light.
୧. ପ୍ରତିବିମ୍ୱ —୧୦. Reflected image.
୧୧. ତରଙ୍ଗ; ଢେଉ —୧୧. Wave.

ଦେଶଜ - ବିଶେଷଣ - ସମ୍ପାଦନା

୧. ପ୍ରତିବିମ୍ୱିତ —୧. Reflected.
୨. ଦୀପ୍ତ —୨. Lighted; illuminated.
୩. ଝଟକୁଥିବା; ଉଜ୍ୱଳ — ୩. Bright; dazzling.

ପାଟପତନୀ ମଣ୍ଡି ଫେରା, ବସ୍ତ୍ରେ ଝଲକ ଚନ୍ଦ୍ରତାରା ଯଶୋବନ୍ତ. ପ୍ରେମଭକ୍ତି ବ୍ରହ୍ମଗୀତା