ଝରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଆରବୀ - ତରା; ତୁଳ ସଂସ୍କୃତ - ଧାରା) ସମ୍ପାଦନା

୧. ପୁଷ୍ପର ଲମ୍ୱମାନ ଗୁଚ୍ଛ ବା ପେନ୍ଥା — ୧. A hanging bunch of flowers.
୨. ମୁଣ୍ଡରେ ପିନ୍ଧାଯିବା ଫୁଲ ଗଭା; ପୁଲଗୁନ୍ଥା ତୋଡ଼ା — ୨. A hanging nosegay worn on the hair.

ଝମ୍ପାଝାଲରିଆ ଅଳକ ତିଳକ ଶୋଭିନୀର କେଶବେଶେ ଝରା ଖଞ୍ଜି ବିମ୍ୱ ଓଷ୍ଠେ ଶତ ଚୁମ୍ୱ ରଚିବି କେବେ ହରଷେ କବିସୂର୍ଯ୍ୟ. ସଙ୍ଗୀତ

୩. ଟୋପିଆଦିରୁ ଏକପାଖୁରେ ଓହୋଳିଥିବା ଜରି ବା ରେଶମ ଡ଼ୋରର ଝୁମ୍ପା ବା ଗୁଚ୍ଛ —୩. Tassels hanging down from a cap.
୪. ଜୁଡ଼ାର ଅଳଙ୍କାର ବିଶେଷ; ଝରା କାଠିରୁ ଓହୋଳି ଥିବା ଘୁଙ୍ଗୁରଲଗା ଝଞ୍ଜିରମାଳ —୪. Chain-tassels hanging from a lady's hairpin.

ମସ୍ତଙ୍କ ମଣ୍ଡନ ଝରାରେ କବିସୂର୍ଯ୍ୟ, ସଙ୍ଗୀତ

୫. ଝରାଗୁଡ଼ (ଦେଖ) - ୫. Jharā-guṟḍ̠a (See)
୬. (ଲକ୍ଷଣାର୍ଥ; ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁକ୍ତ)—ଭୁଷଣ ସ୍ୱରୂପ; ଉତ୍କୃଷ୍ଟ ବ୍ୟକ୍ତି —୬. (figurative) Ornament.

ଧରାଧରାଧିପସ୍ତନା ରଖି ଚରାନ୍ତେ ତୋ ବିନା ପରାଭବ କାହିଁ ହେବ ନିନ୍ଦାରେ ଧରା ଝରା କବିସୂର୍ଯ୍ୟ. ସଙ୍ଗୀତ

୭. (ଗ୍ରାମ୍ୟ ଓ ଇତର; ଡ଼ ସ୍ଥାନରେ ର ଉଚ୍ଚାରଣ)—ଝଡ଼ା; ଗଛରୁ ଝଡ଼ିପଡ଼ି ଥିବା ଧାନ ବା ଫଳ ଆଦି — ୭. Grains or friuts which have dropped from plants and trees.

ଦେଶଜ - ବିଶେଷଣ - ସମ୍ପାଦନା

୧. ଝରି ଥିବା — ୧. Which has dripped or oozed.
୨. (ଇତର ଓ ଗ୍ରାମ୍ୟ)—ଝଡ଼ି ପଡ଼ିଥିବା — ୨. Which has fallen down or dropped.

ପ୍ରାଦେଶିକ - (ଗଡ଼ଜାତ)—ବିଶେଷ୍ୟ - ସମ୍ପାଦନା

ରାଜାଙ୍କ ଅବିବାହିତା ବା ରକ୍ଷିତା ଦାସୀ; ରାଜାଙ୍କ ବିଶେଷ ସ୍ନେହ ଓ ଅନୁଗ୍ରହ ପାତ୍ରୀ ଦାସୀ — A favourite concubine of a Rājā.

[ଦ୍ରଷ୍ଟବ୍ୟ —ଗଡ଼ଜାତରେ ରାଜାଙ୍କର ପ୍ରଥମ ବିବାହିତା ସ୍ତ୍ରୀଙ୍କୁ ପାଟ— ମହାଦେଈ ବା ପାଟରାଣୀ, ଅନ୍ୟ ବିବାହିତା ସ୍ତ୍ରୀମାନଙ୍କୁ ମହାଦେଈ ବା ରାଣୀ, ନାମମାତ୍ର ଅର୍ଥାତ୍ ଗାନ୍ଧର୍ବ ମତରେ ବିବାହିତା ଦାସୀଙ୍କୁ ଫୁଲଦେଈ ବା ଫୁଲବିବାହୀ ବା ଫୁଲବେଈ ଆଦି କହନ୍ତି ରାଜା ଯେଉଁ ଦାସୀକୁ ପୁଲଝରାଟିଏ ଉପହାର ଦେଇ ଅନୁଗୃହିତା ରକ୍ଷିତା ରୂପେ ବରଣ କରିଥାଆନ୍ତି, ତାକୁ ଝରା କହନ୍ତି]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

୧. ବାଳୁଙ୍ଗା ଧାନ — ୧. Paddy growing without culture.
୨. ଶୂଦ୍ରଜାତିବିଶେଷ (ଏମାନେ ନଈବାଲିକୁ ଚଲାଇ ସେଥିରୁ ସୁନାର ଅତି କ୍ଷୁଦ୍ର କଣାମାନ ଝାରନ୍ତି) — ୨. A caste of Sudras (whose occupation is to get gold-dust from the river-bed by sifting and washing the sands.)

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ - ସମ୍ପାଦନା

ଜରାଳି ମାଛ — A kind of fish.