ଝମକେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ଝମକିବାର ଣିଜନ୍ତରୂପ) ସମ୍ପାଦନା

୧. ଧମକାଇବା —୧. To threaten.
୨. ଝମଝମ ଶବ୍ଦ କରିବା — ୨. To make a jingling or clanking sound.


ପାଦ ଧୂଳି ଝାଡ଼ିବା ଛଳେ ନୁପୁର ଝମକାଇ ଭଲେ—ଭୂପତି, ପ୍ରେମପଞ୍ଚାମୃତ

୩. କୌଣସି ତେଜୋମୟ ପଦାର୍ଥ (ଅସ୍ତ୍ରାଦି)କୁ ଦେଖାଇବା — ୩. To display a glittering thing.

ଖାପୁଁ କାଢ଼ି ଝମକାଇଲେ କରେ ଖଣ୍ଡା—କୃଷ୍ଣସିଂହ. ମହାଭାରତ. ବନ

୪. ଇତଃସ୍ତତଃ ଚାଳିତ କରିବା — To wave; to move to and fro.

ଇନ୍ଦ୍ର ତାହା ଦେଖି ବଜ୍ରକୁ ଝମକାଉ ଫିଙ୍ଗିଲେ କୁମାରଙ୍କ ଦେହକୁ ଦେଖାଇ—କୃଷ୍ଣସିଂହ. ମହାଭାରତ. ବନ