ଝଡ଼ିବା
ଝଡ଼ିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଝଡ଼ା(ଡ଼େ)ଇବା—ଣିଜନ୍ତରୂପ
ଦେଶଜ - କ୍ରି. (ସଂସ୍କୃତ - ଝଟଧାତୁ)
ସମ୍ପାଦନା- ୧. ବୃକ୍ଷାଦିରୁ (ପତ୍ରାଦି ବା ଫଳ) ସ୍ୱାସ୍ଥାନଚ୍ୟୁତ ହୋଇ ଭୂତଳରେ ପଡ଼ିବା; ଖସି ପଡ଼ିବା — ୧. To drop down from its proper place (e.g. leaves and fruits from the tree.)
ବିଭୀଷଣ ଝଡ଼ିଲା ପତ୍ରମାନ ଖାଇ ତପରେ ଶୀର୍ଣ୍ଣ କରି ଦେଲା ନିଜ ଦେହୀ—କୃଷ୍ଣସିଂହ. ମହାଭାରତ. ବନ
- ୨. ସ୍ଖଳିତ ହେବା —୨. To be dislocated; to be discharged.
- ୩. କୃଶ ହେବା; କ୍ଷୀଣ ହେବା — ୩. To become weak, emaciated or lean.
(ଯଥା—ଚାରିଦିନିଆଁ ଜରରେ ସେ ଖୁବ୍ ଝଡ଼ି ଗଲାଣି)
- ୪. (ଅନ୍ନ ଆଦି) ପେଟରେ ଜୀର୍ଣ୍ଣ ହେବା — ୪. To be digested.
- ୫. (ଲକ୍ଷଣାର୍ଥ) ବହୁଧା ପ୍ରକାଶିତ ହେବା; ଝରିବା — ୫. To appear profusely; to be emitted profusely.
ସ୍ମିତ ସୁଧାବିନ୍ଦୁ ଝଡ଼ୁଥାଇ—କବିସୂର୍ଯ୍ୟ. ସଙ୍ଗୀତ
- ୬. ଭାଙ୍ଗିଯାଇ ତଳେ ପଡ଼ିବା — ୬. To break and fall down.
ବୃକ୍ଷମାନେ କିରଣ ମଡ଼ମଡ଼ ରଡ଼ି ସେ ଗିରି ଶୃଙ୍ଗରୁ ପଡ଼ିଲେ ତଳେ ଝଡ଼ି କୃଷ୍ମସିଂହ. ମହାଭାରତ. ବନ
- ୭. ଲୁପ୍ତ ହେବା —୭. Disappear.
ଦେଲେ ଦିବ୍ୟ ବାସ, ଝଡ଼ିଲା ସେ ପ୍ରାସ, ମୁଦି ହେଲା ହୃଦସ୍ଥଳୀ ବିଶ୍ୱନାଥ. ବିଚିତ୍ର ରାମାୟଣ
- ୮. (ଆକ୍ରାନ୍ତ ବ୍ୟକ୍ତିର ଦେହରୁ ମନ୍ତ୍ରାଦିଦ୍ୱାରା ଭୁତ, ପ୍ରେତ, ବିଷ ଓ ରୋଗାଦି) ଛାଡ଼ିବା —୮. (Evil sprit disease or poison) To be expelled from the body by the application of charms.
ତନ୍ତେ ମିଶି ପ୍ରୀତି ବିଷ ନ ଝଡ଼ିଲା ଭୀତି ବୈରାଗ୍ୟ ମନ୍ତରେ ନନ୍ଦକିଶୋର. ଶର୍ମିଷ୍ଠା
- ୯. (ଲକ୍ଷଣାର୍ଥ) କ୍ଷୟ ହେବା; କମିବା — ୯. (figurative) To lesson; to diminish.
ଝଡ଼ିବ ବଳ କୋମଳ ଛାତିରୁ କବିସୂର୍ଯ୍ୟ. ସଙ୍ଗୀତ
- ୧. (ପୁରୁଷ ପକ୍ଷରେ) ମୈଥୁନ ପରେ ବୀର୍ଯ୍ୟପାତ କରିବା — ୧୦. To have one's semen discharged after copulation (said of males).
- ୧୧. (ସ୍ତ୍ରୀ ପକ୍ଷରେ) ମୈଥୁନ କାଳରେ ଅତିରିକ୍ତ ରୂପେ ଉତ୍ତେଜିତ ହେବା —୧୧. To have orgasm during copulation (said of females).
[ଦ୍ରଷ୍ଟବ୍ୟ —ଏଥିର ଅସମାପିକା ରୂପ ସଙ୍ଗେ ପଡ଼ିବା ଓ ଯିବା କ୍ରିୟା ଯୁକ୍ତ ହୁଏ]