ଝଙ୍କାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ଝୁମ୍=ଅନୁକରଣ ଶବ୍ଦ+କୃ ଧାତୁ+ଭାବ ଅ) ସମ୍ପାଦନା

୧. ଝମ୍ ଝମ୍ ଶବ୍ଦ; ଝଣଝଣ ଶବ୍ଦ — ୨. Jingling sound; clanging.

ବିମ୍ୱାଧରୀଙ୍କର ଚମ୍ପକ ଅଙ୍ଗୁଳି କମ୍ପନେ ମଧୁ ଝଙ୍କାର— ରାଧାନାଥ, ପାର୍ବତୀ

୨. ଗୁଞ୍ଜନ; ଭ୍ରମରାଦିଙ୍କ ଗୁଣୁଗୁଣୁ ଶବ୍ଦ — ୨. Humming sound; buzzing of bees.

ମଧୂପ ଝଙ୍କାର କରେ ଯେ କାଳେ, ମତ୍ତକାଶିନୀ ମୋହି ସେହି କାଳେ—ଗୋଲୋକ, ଇନ୍ଦୁରେଖା

୩. ପବନର ବେଗଦ୍ୱାରା ବୃକ୍ଷାଦିର ପତ୍ର ଓ ଶାଖା ସଞ୍ଚାଳିତ ହୋବାର ଶବ୍ଦ ସାଇଁ ସାଇଁ —୩. Rustling sound produced by wind blowing on the leaves and branches of trees.
୪. ବୀଣାଦି ଯନ୍ତ୍ରର ନିକ୍ୱଣ —୪. The twanging sound of a harp or other stringed instrument.
୫. ଶିଞନ; ଧନୁର ଟଙ୍କାର — ୫. Twanging of a bow.
୬. କ୍ରୋଧ, ବିରକ୍ତି, ଆକ୍ରେଶ ପ୍ରଭୃତି ବ୍ୟଞ୍ଜକ ତର୍ଜ୍ଜନ ଗର୍ଜ୍ଜନ — ୬. Chafing and roaring through anger or displeasure.
୭. କୋଳାହଳ; ଘୋଓ ଘାଆ — ୭. Bustle; hubbub.

ଅନୁବାଦ ସମ୍ପାଦନା

ଦେଶଜ - ବି ସମ୍ପାଦନା

ପବନର ବେଗ ବା ହପ୍ପା — Gust or blast of wind.