ଜୋଡ଼
ଜୋଡ଼
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଜୁଡ଼୍ ଧାତୁ=ବନ୍ଧନ କରିବା)
ସମ୍ପାଦନା- ୧. ମିଳନ; ସମ୍ମିଳନ —୧. Mixing together; union.
- ୨. ଯୋଡ଼ା; ଯୁଗ୍ମ; ଯୁଗଳ — ୨. A pair.
- ୩. ଏକତ୍ରାବସ୍ଥିତ ପୁରୁଷ ଓ ସ୍ତ୍ରୀ; ଦମ୍ପତି —୩. Couple.
[ଦ୍ରଷ୍ଟବ୍ୟ —ବିଶେଷତଃ ମନୁଷ୍ୟେତରପ୍ରାଣି ଦମ୍ପତି ପ୍ରତି ଏହା ପ୍ରଯୁଜ୍ୟ]
- ୪. ଇତର ଜନ୍ତୁମିଥୁନଙ୍କ ସଙ୍ଗମ —୪. Cohabitation or crossing of animals.
- ୫. ଏକତ୍ର ବ୍ୟବହୃତ ଧୋତି ଚାଦର; ଅଧୋବାସ ଓ ଉତ୍ତରୀୟ — ୫. A pair of cloths (upper and lower).
ଜୋଡ଼ଟିଏ ବୁଣାଗଲା ବାଦ୍ ଶାରିଆ ତାକୁ ଓଳିଏ ଯାଏ ଚଉଚିଲା ଫକୀରମୋହନ. ଛମାଣଆଠଗୁଣ୍ଠ
- ୬. (ଗଣିତ) ଯୋଗ; ବହୁ ସଂଖ୍ୟାର ମିଶ୍ରଣ — ୬. (mathematies) Addition.
- ୭. ଦୁଇଟି ପୃଥକ୍ ପଦାର୍ଥ ବା ଅଂଶକୁଏକତ୍ର ଯୋଗକରିବା — ୭. Uniting or joining together of two separate things or parts.
- ୮. ଦୁଇଟି ପଦାର୍ଥ ବା ଅଂଶଯୁକ୍ତ ହେବା ସ୍ଥାନ — ୮. A joint; the place where two things are joined together; juncture.
- ୯. (ଶାବରୀ ଭାଷା—ଜୋର୍); ବହୁଦୂରବିସୃତ ଜଳାଶୟ — Ditch; a long narrow stretch of water.
ପ୍ରାଦେଶିକ - (ପୁରୀ)
ସମ୍ପାଦନା- ୧. ପାଣିଚି ନଡ଼ିଆ ଓ ଖୁରୁଡ଼ ନଡ଼ିଆର ପରିମାଣ ବିଶେଷ —୧. An aggregate or unit of ୭୨୦ or ୮୬୪ cocoanuts.
[ଦ୍ରଷ୍ଟବ୍ୟ —ପାଣିଚି ନଡ଼ିଆ ୧ ଜୋଡ଼=କା /?/(ନଅପଣ ୭୨: କଡ଼ା); ଖୁରୁଡ଼ନଡ଼ିଆ ୧ ଜୋଡ଼=କା /?/ ୧୬: ଗଣ୍ଡା (ଏଗାର ପଣ ୧୬: ଗଣ୍ଡା=୯୪୪: କଡ଼ା)]
- ୨. (ସମ୍ୱଲପୁର) ବି—ଛୋଟ ନଦୀ — ୨. Streamlet.
(ବିଜୋଡ଼—ବିପରୀତ)
ଦେଶଜ - ବିଶେଷଣ -
ସମ୍ପାଦନାସମସଂଖ୍ୟକ (ସଂଖ୍ୟା) — Even (number).