ଜିରାଫ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଜରାଫ୍ରୁ ସ୍ପେନଦେଶୀୟ ଭାଷାରେ ବ୍ୟବ— ହୃତ ଶବ୍ଦ ଜୀରାଫାରୁ ଇଂରାଜୀ - ଜିରାଫ୍;Giraffe) ସମ୍ପାଦନା

ଦୀର୍ଘାକାର ଚତୁଷ୍ପଦବିଶେଷ —The Giraffe.

[ ଦ୍ର—ଏହା ଆଫ୍ରିକାଦେଶୀୟ ଚତୁଷ୍ପଦ ଓଟର ବେକ ଓ ଗୋଡ଼ ଅପେକ୍ଷା ଏହାର ବେକ ଓ ଗୋଡ଼ ଲମ୍ୱ ଏହାର ପଛ ଗୋ଼ଡ଼ ଆଗ ଗୋଡ଼ର ପ୍ରାୟ ଦେଢ଼ଗୁଣ ଲମ୍ୱ ଏହାର ଦୁଇଟି ଶିଙ୍ଘ ଅଛି; ଏହାର ପଦ, ପୁଚ୍ଛ, ଗଳା, କର୍ଣ୍ଣ ଓ ଜିହ୍ୱା ଦୀର୍ଘ ଏହାର ଆଖି ମୁହଁ ଉପରକୁ ପଦାକୁ ବାହାରି ଥାଏ ଏ ମୁହଁକୁ ନ ବୁଲାଇ କେବଳ ଆଖିକୁ ପଛଆଡ଼କୁ ଫେରାଇ ଚାହିଁ ପାରେ ଏ ପାଟିରୁ ଜିଭକୁ ୧୭: ଇଞ୍ଚ ପର୍ଯ୍ୟନ୍ତ ବାହାରକୁ କାଢ଼ିପାରେ ଏ ମରୁପ୍ରଦେଶରେ ବିଚରଣ କରେ ଓ ଏହାର ଲମ୍ୱ ବେକ ଯୋଗୁଁ ଏ ସେହି ପ୍ରଦେଶରେ ଜନ୍ନିବା ଡ଼େଙ୍ଗା ତାଳ, ଖଜୁରୀ ଓ କଣ୍ଟା ଗଛରୁ ପତ୍ର ଆଦି ମୁହଦ୍ୱାରା ଛିଣ୍ଡାଇ ଆଣି ଖାଏ ଏହାର ଦେହ ଚିତ୍ର—ମୃଗ ପରି ଈଷତ ହଳଦିଆ ଲୋମରେ ଆବୃତ ଓ ତହିଁରେ ଟିପିଟିପି ଧଳା ଦାଗମାନ ଥାଏ ଏମାନେ ଦଳ ବାନ୍ଧି ରହନ୍ତି ଏହା ଗୋଡ଼ରେ ଖୁରା ଅଛି]