ଜାମିନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆ) ସମ୍ପାଦନା

୧. ପର ପାଇଁ ଦାୟିତ୍ୱ ଗ୍ରହଣ କରିବା ବ୍ୟକ୍ତି; ପ୍ରତିଭୁ —୧. A surety; bail.
୨. ପ୍ରତିଭୂତ୍ୱ; ପରର ଋଣ ଆଦି ନିମନ୍ତେ ଦାୟିତ୍ୱ — ୨. Surety-ship.
୩. ମୁଚାଲିକା; ଅନ୍ୟର କାର୍ଯ୍ୟ ସକାଶେ ଦାୟୀ ହେବାର ଅଙ୍ଗୀକାର ପତ୍ର ବା ନିଦର୍ଶନ ପତ୍ର — ୩. Surety-bond.
୪. ପରର କର୍ମ ପାଇଁ ଦାୟୀ ରହିବା ନିମନ୍ତେ କୌଣସି ବ୍ୟକ୍ତି ନିଜର ଯେଉଁ ସମ୍ପତ୍ତିକୁ ଆବଦ୍ଧ ରଖେ ବା ଯେଉଁ ଅର୍ଥଦଣ୍ଡ ଦେବାକୁ ଅଙ୍ଗୀକାର କରେ — ୪. Security in cash or property.

[ଦ୍ରଷ୍ଟବ୍ୟ —ଅଭିଯୁକ୍ତ ବ୍ୟକ୍ତି ନିର୍ଦ୍ଧାରିତ ତାରିଖରେ ଅଦାଲତରେ ହାଜର ହେବ (ହାଜର ଜାମିନ୍); କୌଣସି ବ୍ୟକ୍ତି ଭବିଷ୍ୟତରେ ଶାନ୍ତିଭଙ୍ଗ ନ କରିବ (ଫାଇଲ୍ ଜାମିନ୍) ଏଥିପାଇଁ ଅନ୍ୟ ଜଣେ ଲୋକ (ଜାମିନ୍ଦାର) କର୍ତ୍ତୃପକ୍ଷଙ୍କୁ ଗୋଟିଏ ଅଙ୍ଗୀକାରପତ୍ର (ଜାମିନ୍ନାମା) ଲେଖି ଦିଏ ଓ ଯେବେ ନିର୍ଦ୍ଧାରିତ କାର୍ଯ୍ୟମାନ ନିର୍ଦ୍ଧାରିତ ସମୟରେ କରା ନ ଯିବ ତେବେ ତହିଁର କ୍ଷତିପୂରଣ କରିବା ପାଇଁ ଜାମିନ୍ଦାର ବ୍ୟକ୍ତିଗତଭାବରେ ଦାୟୀ ହୁଏ (ଖାତିର୍ ଜାମିନ୍) କିମ୍ୱା ନିଜର ସମ୍ପତ୍ତିକୁ ଆବଦ୍ଧ ରଖେ (ସମ୍ପତ୍ତି ଜାମିନ୍), କିମ୍ୱା ନଗଦ ଟଙ୍କା ଡିପାଜିଟ୍ କରେ (ନଗଦ ଜାମିନ୍) ]

୫. ଦୁଇ ଖଣ୍ଡ ଅଟାଣୁଆ ବା ପୃଥକ ବସ୍ତୁକୁ ଟାଣ କରିବା ପାଇଁ ତହିଁ ତଳେ ଜୋଡ଼ାଯିବା କାଠ ବା ଧାତୁର ଖଣ୍ଡ — ୫. A bit of wood or metal put under two separate or weak bits.
୬. ଆଶ୍ରୟ; ଠିଆ —୬. Prop; support.