ଜମିଦାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଜମିଦାରାଣୀ, ଜମିଦାରିଆଣୀ,ସ୍ତ୍ରୀ

ଦେଶଜ - ବିଶେଷ୍ୟ - (ଫାରାସୀ - ଜମିନ୍ଦାର୍) ସମ୍ପାଦନା

ଭୂସ୍ୱାମୀ; କ୍ଷେତ୍ରସ୍ୱାମୀ; ଭୂମିର ମାଲିକ; ପ୍ରଜାଙ୍କଠାରୁ ଖଜାଣା ଅଦାୟ କରି ଆପଣା ନିର୍ଦ୍ଦିଷ୍ଟ ପାରିଶ୍ରମିକ ବା ମାଲିକାନା କାଟି ନେଇ ବାକି ରାଜସ୍ୱ ବା ସଦରଜମା ସରକାରରେ ଦାଖଲ କରିବା ବ୍ୟକ୍ତ — Zamindar; land-lord; proprietor of land recognised by the Government.

[ଦ୍ରଷ୍ଟବ୍ୟ —ବଙ୍ଗ, ବିହାର, ଓଡ଼ିଶାର ଜମିଦାର ମାନେ ପୂର୍ବେ ମୋଗଲ ରାଜତ୍ୱ ସମୟରେ ପ୍ରଜାମାନଙ୍କଠାରୁ ସମ୍ରାଟଙ୍କୁ ଦେୟ ରାଜସ୍ୱ ଆଦାୟ କରି ରାଜକୋଷରେ ଦାଖଲ କରୁଥିଲେ ଓ ସେମାନେ ରାଜାଙ୍କର ଭୃତ୍ୟ ମାତ୍ର ଥିଲେ କ୍ରମଶଃ ଏ ଚାକିରି ପୁରୁଷାନୁକ୍ରମେ ବଂଶାନୁଗତ ହେଲା ଇଂରେଜମାନେ ଏ ଅଞ୍ଚଳ ଅଧିକାର କହିବା ପରେ ରାଜସ୍ୱ ବନ୍ଦୋବସ୍ତ କରିବା ସମୟରେ ଜମିଦାରମାନଙ୍କୁ ଜମିର ମାଲିକ ବା ସ୍ନତ୍ୱାଧିକାରୀ ବୋଲି ପ୍ରଥମେ ଘୋଷଣାକଲେ ଓ ସେମାନଙ୍କ ପ୍ରପ୍ୟ 'ମାଲକାନା' ହିସାବ କରି ରାଜସ୍ୱ—ଜମାରୁ ତାହା କାଟି ଦେଇ ବାକି ଯାହା ସରକାରଙ୍କୁ ଦେୟ ହେଲା ତାହା ସଦରଜମା ବା ମାଲଗୁଜାରି ନାମରେ ଉକ୍ତ ଜମିଦାରି ଉପରେ ବନ୍ଦୋବସ୍ତ କଲେ ଇଂରେଜ ସରକାର ପରେ ବଙ୍ଗ ଓ ବିହାରରେ ଏହି ଜମାକୁ ଚିରସ୍ଥାୟୀ କଲେ, କିନ୍ତୁ ଓଡ଼ିଶାର ଜମିଦାର— ମାନଙ୍କ ସଦରଜମା ପରବର୍ତ୍ତୀ 'ବନ୍ଦୋବସ୍ତ' ମାନଙ୍କରେ କ୍ରମେ ବଢ଼ୁଅଛି](ଜମିଦାରାନ୍—ବହୁଚନ)