ଜମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ଜମ୍ମା—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଆରବୀ - ଜମା=ସଂହତ; ଏକତ୍ରୀକୃତ) ସମ୍ପାଦନା

୧. ସଂହତି; ସମଷ୍ଟି —୧. Collection.
୨. ଏକତ୍ରୀକୃତ ବସ୍ତୁ; ସ୍ତୁପ — ୨. Heap; accumulation.
୩. ପୁଞ୍ଜି; ସ୍ତୁପୀକୃତ ବା ଗଚ୍ଛିତ ଧନ — ୩. Hoard of riches.
୪. ପାଣ୍ଠି; ମୂଳଧନ —୪. Capital of a business.
୫. ମୋଟ ପ୍ରାପ୍ତି; ଆୟ —୫. Total income; gross raceipt.

ଜମା ଅନୁସାରେ ବ୍ୟୟ ଲାଗି ଦାୟୀ ହେବ, ଏହା ଦିନେ ମନେ କଲ ନାହିଁ—ରାଦାନାଥ. ଦରବାର

୬. ଅନ୍ୟ ଲୋକ ନିକଟରେ ଧନାଦିର ନ୍ୟାସ ବା ଡ଼ିପାଜିଟ୍ — ୬. Deposit of money.
୭. ଜମିର ବାର୍ଷିକ ଖଜଣା ବା ରାଜସ୍ୱ — ୭. Annual rent or revenue of a property.
୮. ଆୟ; ପ୍ରାପ୍ତ ପଦାର୍ଥ ବା ଧାନ — ୮. Income; receipt.
୯. ଜମିବା; ଏକତ୍ର ଠୁଳ ହେବା — ୯. Being collecting together; being heaped upaccumulating; gathering together.
୧. ତରଳ ପଦାର୍ଥ ବସିଯିବା; ଘନୀଭାବ — ୧୦. Coagulating; freezing.

ବିଶେଷଣ - ସମ୍ପାଦନା

୧. ସ୍ତୁପୀକୃତ; ପୁଞ୍ଜୀକୃତ —୧. Heaped; collected; gathered together; accumulated.
୨. ନ୍ୟସ୍ତ; ଗଚ୍ଛିତ —୨. Deposited.
୩. ସଞ୍ଚିତ —୩. Hoarded.
୪. ହିସାବରେ ଜମାଘରେ ଲେଖାଥିବା — ୪. Entered on the credit side of an account.


ସମ୍ପାଦନା

ଆଦୌ; ଟିକିଏ ହେଲେ; ଅତି ଅଳ୍ପ ମଧ୍ୟ — At all; at the least.

ନନ୍ଦନନ୍ଦନ ପ୍ରେମା, ପ୍ରେମାରେ ନୁହେ ଜମା, ନିତମ୍ୱୀନୀଙ୍କ ଯେବେ ଗତି ଥିବ କବିସୂର୍ଯ୍ୟ. କିଶୋରୀଚମ୍ପୁ. ନ—ଗୀତ

ପ୍ରାଦେଶିକ - (ସମ୍ୱଲପୁର) ଅ ସମ୍ପାଦନା

ମାନେ; (ଏହା ଶବ୍ଦର ପୂର୍ବରେ ଓ ପରେ ସମୂହ ଅର୍ଥରେ ବ୍ୟବହୃତ ହୁଏ) —A suffix indicating the plural number.

(ଯଥା—ବାବୁଜମା, ଗାଈଜମା, ଜମାଗାଈ ଇତ୍ୟାଦି)