ଜଡ଼ାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଜଡ଼େଇବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ଜଟ ଧାତୁର ଣିଜନ୍ତ ରୂପ) ସମ୍ପାଦନା

୧. ଜଡ଼ିବାର ଣିଜନ୍ତ ରୂପ; ସଂଲଗ୍ନ କରାଇବା — ୧. Causative form of Jaṟḍ̠ibā to cause to cling to.

ବିଷ୍ଣୁଙ୍କ ରତନ ପଲଙ୍କ ଛଡ଼ାଇ ଜଡ଼ାଇ ସର୍ପ ଶୟନେ ଉପେନ୍ଦ୍ର ଭଞ୍ଜ. ବୈଦେହୀଶବିଳାସ

୨. ଖଚିତ କରିବା — ୨. To set or inlay with gems.
୩. ଉତ୍ତମରୂପେ ବେଷ୍ଟନ କରିବା; ଚାରିପାଖେ ଗୁଡ଼େଇବା — ୩. To wrap or wind round.

ପୀଡ଼ା ଓଷ୍ଠକୁ ଭିଡ଼ାଇ ଅଙ୍ଗକୁ ଜଡ଼ାଇ ନ ଥିବ ଦିନରେ କବିସୂର୍ଯ୍ୟ ସଙ୍ଗୀତକଲ୍ଲୋଳିନୀ

୪. ଜାବୁଡ଼ି କରି ଧରିବା —୪. To cling to.
୫. କୌଣସି ଦୋଷରେ ଅନ୍ୟ ବ୍ୟକ୍ତିକୁ ଜଡ଼ିତ ବା ଲିପ୍ତ କରିବା —୫. To implicate.