ଜଠର
ଜଠର
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଜମ୍ ଧାତୁ, ଭକ୍ଷଣ କରିବା+କରଣ ଅର, ମ ସ୍ଥାନରେ ଠ ଆଦେଶ; କିମ୍ୱା ଜନ୍ ଧାତୁ, ଜନ୍ମ କରିବା+ଅଧିକରଣ ଅର) ସମ୍ପାଦନା
- ୧. ପେଟ; ଉଦର —୧. Belly.
- ୨. ଜରାୟୁ; ଗର୍ଭ —୨. Womb.
- ୩. ଅନ୍ତଃସ୍ଥଳ —୩. Interior.
- ୪. ଗର୍ତ୍ତ —୪. Cavity; den.
- ୫. ଶରୀର; ଦେହ (ହିନ୍ଦୀ - ଶବ୍ଦସାଗର) —୫. Body.
- ୬. ମରକତମଣିର ଦୋଷବିଶେଷ (ହିନ୍ଦୀ - ଶବ୍ଦସାଗର) — ୬. A defect in emerald.
- ୭. ସୁଶ୍ରୁତୋକ୍ତ ଉଦର ଫୁଲିବା ରୋଗବିଶେଷ — ୭. A disease consisting of a swollen belly.
- ୮. ଭାବତୋକ୍ତ ପର୍ବତବିଶେଷ — ୮. Name of a mythological mountain.
[ ଦ୍ର—ଏହା ମେରୁର ପୂର୍ବରେ; ଏହାର ଦୈର୍ଘ୍ୟ ୧୯: ହଜାର ଯୋଜନ; ଚୌଡ଼ା ୨ ହଜାର ଯୋଜନ ଓ ଉଚ୍ଚତା ୨ ହଜାର ଯୋଜନ; ଏହା ନୀଳ ପର୍ବତଠାରୁ ନିଷିଧ ଗିରି ପର୍ଯ୍ୟନ୍ତ ବିସ୍ତୃତ— ହିନ୍ଦୀ - ଶବ୍ଦସାଗର ]
- ୯. ବୃହସଂହିତା ଓ ମହାଭାରତୋକ୍ତ ଦେଶବିଶେଷ — ୯. Name of mythological country.
[ ଦ୍ର—ଏହା କୁକୁର ଦେଶର ନିକଟରେ; ଏହା ଅଶ୍ଳେଷା, ମଘା ଓ ପୂର୍ବଫାଲୁନୀ ନକ୍ଷତ୍ରମାନଙ୍କ ଅଧିକାରଭୁକ୍ତ— ହିନ୍ଦୀ - ଶବ୍ଦସାଗର ]
- ୧. ଉତ୍ସଙ୍ଗ; କ୍ରୋଡ଼ —୧୦. Bosom. (Apte).
ସଂସ୍କୃତ - ବିଶେଷଣ - (+କତ୍ତୃ. ଅର) ସମ୍ପାଦନା
- ୧. କଠିନ —୧. Hard.
- ୨. କର୍କଶ —୨. Rough.
- ୩. ବୃଦ୍ଧ —୩. Old; decrepit.