ଛାତି
ଛାତି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଛଦ ଧାତୁ) (ଛାଦିବା, ଛାଦୀ=ଆଚ୍ଛାଦନକାରୀ ଏହା ହୃଦୟକୁ ଆଚ୍ଛାଦନ କରେ)
ସମ୍ପାଦନା- ୧. କଣ୍ଠଦେଶ ଓ ପେଟ ମଧ୍ୟସ୍ଥ ଶରୀରର ସାମନା ପାଖ; ବକ୍ଷଦେଶ; ବକ୍ଷସ୍ଥଳ — ୧. Breast; chest.
ଚମକିତ ନାହିଁ ମୋ ଛାତି କବିସୂର୍ଯ୍ୟ. କିଶୋରୀଚମ୍ପୂ. ଚ. ଗୀତ
- ୨. ବୁକୁ; ହୃଦୟ —୨. Bosom; heart.
- ୩. ମନଃ; ଅନ୍ତଃକରଣ —୩. Mind.
- ୪. ସାହାସ —୪. Courage.
- ୫. ସ୍ତ୍ରୀଲୋକଙ୍କର ସ୍ତନ —୫. Woman's breast.
ଝଳାଅ କୁଞ୍ଜରକୁମ୍ଭସ୍ଥଳକୃତି ଛାତିରେ କବିସୂର୍ଯ୍ୟ. ସଙ୍ଗୀତ
- ୬. ଧୌର୍ଯ୍ୟ —୬. Patience; forbearance.
- ୭. କଷ୍ଟସହିଷ୍ଣୁତା —୭. Endurance.
- ୮. ଏକ ଛାତି ପରିମିତ ଉଚ୍ଚତା ବା ଗଭୀରତା — ୮. Depth up to a man's breast; height upto a man's breast.