ଛାଡ଼ିଯିବା
ଛାଡ଼ିଯିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଛାଡ଼ିଯିବା
|
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. (ସକର୍ମକ) କୌଣସି ପଦାର୍ଥକୁ କୌଣସି ସ୍ଥାନରେ ତ୍ୟାଗ କରି ଚାଲିଯିବା, ଅର୍ଥାତ୍ ଉକ୍ତ ପଦାର୍ଥକୁ ସଙ୍ଗରେ ନ ନେବା —୧. To leave a thing.
- ୨. (ସକର୍ମକ) ସଙ୍ଗ ତ୍ୟାଗ କରି ଅନ୍ୟତ୍ର ଚାଲିଯିବା — ୨. To go elsewhere leaving the company of some one.
ନେତ୍ରପଥେ ପଡ଼ିଗଲେ କି ସେ ଛାଡ଼—କବିସୂର୍ଯ୍ୟ. କିଶୋରୀଚମ୍ପୂ. ଙ. ଗୀତ
- ୩. (ଅକର୍ମକ) କୌଣସି ବ୍ୟକ୍ତି ବା ବସ୍ତୁର ଦେହରେ ବୋଳା ହୋଇଥିବା ବା ସଂଲଗ୍ନ ଥିବା କୌଣସି ପଦାର୍ଥ ଚ୍ୟୁତ ହେବା; ଖସି ପଡ଼ିବା —୩. To come off (said of a thing attached to the body of another.
(ଯଥା—ପୁରୁଣା କବାଟରୁ ରଙ୍ଗ ଛଡ଼ାଗଲା; ମୋ କପାଳରୁ ଚନ୍ଦନ ଛାଡ଼ିଗଲାଣି; ସାପଦେହରୁ କାତି ଛାଡ଼ିଗଲା; ଗଛରୁ ବକଳା ଛାଡ଼ିଗଲା)
- ୪. (ଅକର୍ମକ) (ଆଭ୍ୟାସାଦି) ପରିତ୍ୟକ୍ତ ହେବା — ୪. (habits) To be given up.
(ଯଥା—କଟକର ଡାକ୍ତର ରଜନୀ ବାବୁଙ୍କର ଚିକିତ୍ସାରେ କେତେ ଲୋକଙ୍କ ଅଫିମ ଅଭ୍ୟାସ ଛାଡ଼ିଗଲାଣି)
- ୫. (ଅକର୍ମକ) ଲୁପ୍ତ ହେବା; ଲୋପ ପାଇବା — ୫. To cease; to be made to disappear.
(ଯଥା—ମୋ ସଙ୍ଗେ ଲଗାଉଛୁ ତୋ ଗରବ ଛାଡ଼ିଯିବ)
[ଦ୍ରଷ୍ଟବ୍ୟ —ଛାଡ଼ିବାର ପ୍ରକୃତ ଅର୍ଥ ସଂସ୍କୃତ - ଛୋରଣ= ପରିତ୍ୟାଗ କରିବା —To leave; to give up ସେଥିରେ ସମ୍ପର୍କ ତ୍ୟାଗ କରିବା ଭାଷାରେ ଅନ୍ୟାନ୍ୟ ପ୍ରୟୋଗଗୁଡ଼ିକ ଏହି ମୂଳ ଭାବକୁ ଅବଲମ୍ୱନ କରି ବିଶିଷ୍ଟ ଭାବରେ ବ୍ୟବହୃତ ହୁଏ]