ଛାଡ଼ିବା
ଛାଡ଼ିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ଛଡ଼ାଇବା—ଣିଜନ୍ତ)
ଦେଶଜ - କ୍ରି. (ସଂସ୍କୃତ - ଚ୍ଛଦ ଧାତୁ; ତୁଳନା - ପାଲି, ଛାଡ଼େତି;ସଂସ୍କୃତ - ସାରଣ;ସଂସ୍କୃତ - ସର୍ଜନ; ସଂସ୍କୃତ - ଛୋରଣ=ପରିତ୍ୟାଗ)
ସମ୍ପାଦନା- ୧. (ସକର୍ମକ) ତ୍ୟାଗ କରିବା; ବର୍ଜନ କରିବା — ୧. To abandom; to give up.
(ଯଥା—ତିନିଦିନ କଷ୍ଟ ପାଇଁ ସେ କାଲି ପ୍ରାଣ ଛାଡ଼ିଲା)
- ୨. (ସକର୍ମକ) (ଅମୁକ ସଙ୍ଗେ) ସମ୍ପର୍କ ତ୍ୟାଗ କରିବା; ସମ୍ୱନ୍ଧ ତୁଟାଇବା —୨. To cut off connection with; to cease to have to do with; to leave.
(ଯଥା—ମୁଁ ସଂସାର ଛାଡ଼ିଲିଣି)
- ୩. (ସକର୍ମକ) (ଅମୁକର) ସଙ୍ଗରୁ ବିଚ୍ଛିନ୍ନ ହେବା; ସଙ୍ଗଚ୍ୟୂତ ହେବା —୩. To be separated from.
(ଯଥା—ମୁଁ ଚାରିମାସ ହେଲା ବାପା ମାଆଙ୍କୁ ଘରେ ଛାଡ଼ି ବିଦେଶ ଆସିଛି)
- ୪. (ସକର୍ମକ) କୌଣସି କାର୍ଯ୍ୟରୁ ବିରତ ହେବା — ୪. To cause to do a thing; to discintinue.
(ଯଥା—ମୁଁ ତୁମ ଡାକ ଶୁଣି ଭାତଖିଆ ଛାଡ଼ି ଉଠି ଆସିଲି)
- ୫. (ସକର୍ମକ) ପାଶରୁ ଅନ୍ତର ହେବା — ୫. To go away from.
(ଯଥା—ତିନିମାସ ହେଲା ବନ୍ଧୁଙ୍କୁ ଛାଡ଼ି ମୋ ପ୍ରାଣ ବିକଳ ହେଉଅଛି)
- ୬. (ଅକର୍ମକ) ପଳତଃ (ଅମୁକଠାରୁ) ଭିନ୍ନ ବୋଲି ଜଣା ପଡ଼ିବା —୬. To be found to differ from.
(ଯଥା—ଏ ସୁନା ମୁଦିର ସେ ସୁନାମୁଦି ଚାରିପଣରେ ଛାଡ଼ୁଛି)
- ୭. (ସକର୍ମକ) (କୌଣସି ଅଭ୍ୟାସ) ତ୍ୟାଗ କରିବା; ନିବୃତ୍ତ ହେବା —୭. To give up (a habit)
- ୮. (ସକର୍ମକ) (ଜୀବନର ବା ଅନ୍ୟ ଆଶା) ପରିତ୍ୟାଗ କରିବା —୮. To give up (every hope of life or of any other matter).
(ଯଥା—ସବୁ ବଇଦଯାକ ସେ ମଳୁକୁ ଛାଡ଼ି ବସିଲେଣି)
- ୯. (ସକର୍ମକ) ତତ୍ତ୍ୱାବଧାନରେ ରଖିବା, ଜଗିବା; କୈଣସି ଆଡ଼କୁ ଯିବାକୁ ଦେବା —୯. To let (some thing) to proceed in a certain direction.
ଦଇବ ଦଉଡ଼ି ମଣିଷ ଗାଈ ଯେଣିକି ଛାଡ଼ଇ ତେଣିକି ଯାଇ ତଗ
- ୧. କୌଣସି ସ୍ଥାନରେ କୌଣସି ଶିଶୁ ବା କୌଣସି ବସ୍ତୁକୁ ରଖିଦେଇ ସେ ସ୍ଥାନ ପରିତ୍ୟାଗ କରିବା; ରଖିଯିବା — ୧୦. To leave a place after leaving ones relatives or things.
(ଯଥା—ସେ ତିନିଗୋଟି ଶିଶୁସନ୍ତାନ ଛାଡ଼ି ଇହଜଗତ ପରିତ୍ୟାଗ କଲେ)
- ୧୧. କୌଣସି ସ୍ଥାନ ତ୍ୟାଗ କରି ସ୍ଥାନାନ୍ତରକୁ ଯିବା — ୧୧. To go away from a place.
(ଯଥା—ମାର୍ଉଡ୍ ସାହେବ ୬ ମାସ ପାଇଁ କଟକ ଛାଡ଼ିଲେ)
- ୧୨. (ଦେହରୁ ଜ୍ୱରଆଦି ରୋଗ) ଓହ୍ଲାଇବା — ୧୨. To leave (said of a disease).
(ଯଥା—ସନ୍ଧ୍ୟାବେଳେ ତାଠଉଁ ଜର ଛାଡ଼ିଗଲା)
- ୧୩. ସ୍ଥାନାନ୍ତରକୁ ଯିବା ପାଇଁ ଅନୂକୂଳ କରିବା; ନିର୍ଦ୍ଦିଷ୍ଟ ସ୍ଥାନରୁ ପ୍ରୟାଣ କରିବା — ୧୩. To start or depart from a place.
(ଯଥା—ଜାହାଜ ଘଣ୍ଟାଏ ପୂର୍ବରେ ବନ୍ଦର ଛାଡ଼ିଲା)
- ୧୪. ନ ରୋକିବା; ସଂଯମନ; ଶିଥଳ କରିବା — ୧୪. To slacken control; not to restrain.
(ଯଥା—ଘୋଡ଼ାସବାର ଘୋଡ଼ାକୁ ଛାଡ଼ିଦେବାରୁ ଘୋଡ଼ା ଖୁବ୍ ଜୋର୍ରେ ଦଉଡ଼ିଛି)
- ୧୫. ଯୋଡ଼ ଖୋଲିଯିବ; ଫିଟିଯିବ; ସଂହତି ଶିଥିଳ ହେବା — ୧୫. To give way.
(ଯଥା—ପୁରୁଣା ଡଙ୍ଗାର ତଳିପଟା ଗୁଡ଼ିକ ଛାଡ଼ି ଗଲାଣି)
- ୧୬. କୌଣସି ଖାଦ୍ୟ ନ ଖାଇବା —୧୬. To give up taking any food; to discontinue taking (foor)
(ଯଥା—ପିଲା ୬ମାସ ହେଲା ମାଆ ଦୁଧ ଛାଡ଼ିଲାଣି; ମଳୁ ଦୁଇ ମାସ ହେଲା ଆହାର ଛାଡ଼ିଲାଣି)
- ୧୭. ଯିବାକୁ ଅନୂମତି ଦେବା — ୧୭. To let go; to permit to go out.
(ଯଥା—ପଣ୍ଡିତେ ମୋତେ ଖାଇବା ପାଇଁ ଛାଡ଼ିଲେ ନାହିଁ)
- ୧୮. (ସକର୍ମକ) ବ୍ରତଧାରଣପୂର୍ବକ କୌଣସି ନିର୍ଦ୍ଦିଷ୍ଟ ଖାଦ୍ୟ ବସ୍ତୁ ବର୍ଜନ କରିବା ବା ନ ଖାଇବା —୧୮. To abstain from taking a particular food by observing a religious vow.
- ୧୯. (ସକର୍ମକ) ବନ୍ଧନରୁ ଅବ୍ୟାହତି ଦେବା; ମୁକୁଳାଇ ଦେବା; ମୁକ୍ତ ଦେବା —୧୯. To release from restraint.
ଅରଜୁନ ବୋଇଲେ ଯୁଧିଷ୍ଠିର ବୋଲେ ଛାଡ଼ିଦିଅ ଏବେ ଏହାଙ୍କୁ ତୁମ୍ଭେ ଭଲେ କୃଷ୍ଣସିଂହ. ମହାଭାରତ. ବନ
- ୨. (ସକର୍ମକ) କ୍ଷମା ଦେବା; ମାର୍ଜନ କରିବା — ୨୦. To pardon; to excuse.
(ଯଥା—ଏହି ଥରକ ତୋର ପ୍ରଥମ ଦୋଷ ମୁଁ ଛାଡ଼ି ଦେଲି; ଏଣିକି ଆଉ ଛାଡ଼ିବି ନାହିଁ)
- ୨୧. (ସକର୍ମକ) (ପଥ) ଉନ୍ନୁକ୍ତ କରିବା; ମେଲା କରିବା; — ୨୧. To open.
(ଯଥା—ମତେ ବାଟ ଛାଡ଼ି ଦିଅ, ମୁଁ ଯିବି)
- ୨୨. (ସକର୍ମକ) ରିଆତି ଦେବା; ଛାଡ଼ି ଦେବା — ୨୨. To remlit.
(ଯଥା—ମହାଜନ ଖାତକକୁ ଅଧେ ସୁଧ ଛାଡ଼ି ଦେଲେ)
- ୨୩. (ସକର୍ମକ) ହାତରେ ବା କ୍ରୋଡ଼ରେ ନ ଧରିବା — ୨୩. Not to taken in lone's arms.
(ଯଥା—ଶିଶୁକୁ ଛାଡ଼ିଦିଅ, ସେ ଆପଣା ମନକୁ ଚାଲୁ)
- ୨୪. (ସକର୍ମକ) ଆସାମୀକୁ ମକଦମାରୁ ଖଲାସ ଦେବା, ଆବ୍ୟା ହତି ଦେବା —୨. To acquit (an accused).
(ଯଥା—ହାକିମ ମୁଦାଲାକୁ ଛାଡ଼ି ବାର ରାୟ ଦେଲେ)
- ୨୫. (ସକର୍ମକ) ବିଞ୍ଚି ଦେବା; ଖେଳାଇବା — ୨୫. To let loose; to strew.
(ଯଥା—ଚିତଳମାଛ କୋରଡ଼ରେ ବିହନ ଛାଡ଼ିଛି)
- ୨୬. (ସକର୍ମକ) ଭ୍ରମକ୍ରମେ ବାଦ୍ ଦେବା ବା ତାଲିକାଭୂକ୍ତ ନ କରିବା —୨୬. To omit from a list by oversight.
(ଯଥା—ନିମନ୍ତ୍ରଣ—ତାଲିକାରୁ ଜଣେ ପ୍ରଧାନ ବ୍ୟକ୍ତିଙ୍କ ନାମ ମୁଁ ଛାଡ଼ି ଯାଇଥିଲି)
- ୨୭. (ସକର୍ମକ) ଗୋରୁ ଆଦି ନ ଜଗିବା — ୨୭. Not to tend or watch cattle.
(ଯଥା—ଗଉଡ଼ ଗାଈଗୁଡ଼ାକୁ ଛାଡ଼ିଦେଇ ମୋ ବଗିଚା ଚରାଇ ଦେଲା)
- ୨୮. (ସକର୍ମକ) (ଉପଦେଶ ଆଦି) ଗ୍ରହଣ ନ କରିବା; ବିଚାରରେ ନ ଆଣିବା —୨୮. Not to take into account; to leave out of consideration.
ପୂର୍ବରୁ ତ ହିତକଥାଟି ଦେଲେ ଛାଡ଼ି କୃଷ୍ଣସିଂହ. ମହାଭାରତ. ବନ
- ୨୯. (ସକର୍ମକ) ମନେ ନ ପକାଇବା; ଭୂଲିଯିବା — ୨୯. To forget.
(ଯଥା—ପୁତ୍ରଶୋକ ଛାଡ଼ି ନ ଦେଲେ ବୃଦ୍ଧ ଅଳ୍ପଦିନେ ମରିଯିବ)
- ୩. (ସକର୍ମକ) ତଳକୁ ଲମ୍ୱାଇ ଦେବା — ୩୦. To unfurl; to let down.
କାଳ ଛାଡ଼ିଦିଅ ଭୂଇଁରେ ପଡ଼ୁ, ଲକ୍ଷେ ଚମ୍ପାଫୁଲ ଝଡ଼ୁ—ତଗ
- ୩୧. (ଅକର୍ମକ) ଗତି ବନ୍ଦ ହୋଇଯିବା, ନିସ୍ପନ୍ଦ ହେବା — ୩୦. To cease to beat.
ପ୍ରକୃତି ଦେହରୁ ଜୀବନନାଟୀକା ସହସା ଗଲାକି ଛାଡ଼ି .ରାଧାନାଥ. ପାର୍ବତୀ
- ୩୨. (ସକର୍ମକ) ତରଳ ପଦାର୍ଥ ବୋହିଯିବାର ଉପାୟ କରିବା; ତରଳ ବସ୍ତୁକୁ ଗତିବିଶିଷ୍ଟ କରାଇବା — ୩୨. To let a liquid flow.
(ଯଥା—ଖଲାସୀ ଲକ୍ ଚାବି ଖୋଲି ପାଣି ଛାଡ଼ିଲା)
- ୩୩. (ସକର୍ମକ) ଘୋଡ଼ଦଉଡ଼ରେ ଘୋଡ଼ାମାନଙ୍କୁ ଖୁବ୍ ଜୋରରେ ଦଉଡ଼ାଇବାକୁ ଆରମ୍ଭ କରିବା; ଦଉଡ଼ାଇବା — ୩୩. To start a horse in a race.
(ଯଥା—ଆଜି ଘୋଡ଼ାଦଉଡ଼ରେ ତିନି ଜଣ ଘୋଡ଼ା ଛାଡ଼ି ଥିଲେ, କିନ୍ତୁ ଅଧବାଟରେ ଜଣେ ହଟି ରହିଗଲା)
- ୩୪. କୌଣସି ବ୍ୟକ୍ତିକୁ ସ୍ଥାନାନ୍ତରକୁ ସଙ୍ଗରେ ନେଇ ସେଠାରେ ତାକୁ ରଖି ସେଠାରେ ଏକାକୀ ଫେରି ଆସିବା; ସ୍ଥାନା— ନ୍ତରରେ ରଖି ଚାଲି ଆସିବା —୩୪. To take a person to some place and come back alone after leaving him there.
(ଯଥା—ଲକ୍ଷ୍ନଣ ସୀତାଙ୍କୁ ବନରେ ଛାଡ଼ି ଆସିଲେ)
- ୩୫. (ଅଙ୍ଗର ଗ୍ରନ୍ଥି ଆଦି) ଶିଥିଳ ହେବା — ୩୫. To become slack.
(ଯଥା—ଅଫିମ ଖାଇବା ବେଳ ଗଡ଼ିଯିବାରୁ ତା ହାତ ଗୋଡ଼ ଛାଡ଼ି ଯାଉଛି)
- ୩୬. ଲିଭିଯିବା; ଅଦୃଶ୍ୟ ହେବା — ୩୬. To fade; to disapaper.
(ଯଥା—ଏ ଲୁଗାରୁ ଏ ପକ୍କା ରଙ୍ଗ ଛାଡ଼ିବ ନାହିଁ)
- ୩୭. ନିକ୍ଷେପ କରିବା — ୩୭. To throw some thing down.
(ଯଥା—ସେ ଦୁଷ୍ଟ ବାତୁଳ ମୋ ଉପରକୁ କୁଳୁକୁଞ୍ଚା ପାଣି ଛାଡ଼ି ଦେଲା)
- ୩୮. ବ୍ରତାଦି ଧାରଣପୂର୍ବକ ନଖବାଳ ଦାଢ଼ି ଆଦି ନ କାଟି ରଖିବା; ବଢ଼ାଇବା —୩୮. To let the hair and nails etc grow (on account of the observance of some vow.)
- ୩୯. କୌଣସି ବିଷୟକୁ ଆଲୋଚନାରରୁ କ୍ଷାନ୍ତ ହେବା — ୩୯. To cease from dicussing a matter.
(ଯଥା—ଧର୍ମକଥା ଛାଡ଼; ଘରକଥା ପକାଅ)
- ୪. (ସକର୍ମକ) ନିର୍ଦ୍ଦିଷ୍ଟ ଦୁରତ୍ୱକୁ ବ୍ୟବଧାନ ରଖିବା — ୪୦. To leave out some space.
ଚାଖଣ୍ଡେ ଛାଡ଼ି ଭାଙ୍ଗିବ ଭଣ୍ଡା, ତେବେ ଯେ ଦେଖିବ କଦଳୀପେଣ୍ଡ କୃଷିବଚନ
୪୧: (ସକର୍ମକ) କୌଣସି ସ୍ଥାନରେ (ଯଥା ପୋଖରୀରେ କୌଣସି ଜୀବକୁ ପ୍ରାନାନ୍ତରରୁ ଆଣି ରଖିବା — ୪୧. To let fry of fishes in ma pond to breed.
(ଯଥା—ମୁଁ ଏବର୍ଷ ଆମ ପୋଖରୀରେ ହଜାରେ ଜାଁଆଁଳା ଚାଡ଼ିଛି)
୪୨: (ସକର୍ମକ) (ସଂସ୍କୃତ - ଛର୍ଦ୍ଦନ) ଉଦ୍ଗାରିବା (ତୁଳ. ହିନ୍ଦୀ - ଛୋଡ଼ନା = ବାନ୍ତି କରିବା) —୪୨. To vomit.
ସର୍ପ ଗୋଡ଼ାଇ ନ ପାରିଲା ଫୁଟିଣ ଗରଳ ଛାଡ଼ିଲା ରାଧାନାଥ. ଭାଗବତ
୪୩: (ସକର୍ମକ) ନିଜ ମନରୁ ସନ୍ଦେହ ଆଦି ଦୂର କରିବା — ୪୩. To remove (doudt) from one's mind
(ଯଥା—ମନରୁ ପୁତ୍ରବିୟୋଗ ଦୁଃଖ ଛାଡ଼)
୪୪: (ସକର୍ମକ) ଅମୁକ ସ୍ଥାନରେ ବା ଅମୁକଙ୍କ ନିକଟରେ ବା ଅମୁକଙ୍କ ତତ୍ତ୍ୱାବଧାନରେ କୌଣସି ବ୍ୟକ୍ତିକୁ ରଖିବା — ୪୪. To leave with; to leave in the custody of.
(ଯଥା—ପିଲାଟି ଇଂରେଜି ପଢ଼ିବ ବୋଲି ତାକୁ ମୁଁ ମାସେ ହେଲା ହେଡ଼ମାଷ୍ଟରଙ୍କ ପାଖରେ ଛାଡ଼ିଛି)
[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକାରୂପେ ସଙ୍ଗେ ଆସିବା, ଦେବା, ଯିବା, ପଳାଇବା କ୍ରିୟାମାନଙ୍କ ସମାପିକା ରୂପେ ଲାଗେ]
୪୫: (ସକର୍ମକ) (ବାଣ ଆଦି) ନିଜ ଦେହରୁ ସ୍ଫଲିଙ୍ଗ ଆଦି ବିଞ୍ଚାଡ଼ିବା —୪୫. To let off sparks from one's body.
(ଯଥା—ହାବିଳିଟା ଆକାଶକୁ ଉଠିଯାଇ ନାଗ ନକ୍ଷତ୍ର ଛାଡ଼ୁଛି)
୪୬: (ସକର୍ମକ) ମଝିରେ ନିର୍ଦ୍ଦିଷ୍ଟ ସମୟ ଅତିବାହିତ କରିବା — ୪୬. To let a fixed time expire.
(ଯଥା—ଆଜକୁ ତିନି ମାସ ଛାଡ଼ି ତୁମେ ମୋତେ ଦେଖା କଲେ ମୁଁ ତୁମ୍ଭକୁ କିଛି ସାହାଯ୍ୟ କରିବି)
୪୭: (ସକର୍ମକ) ଅମୁକଠାରୁ ଭିନ୍ନ ହେବା; ଅମୁକ ସଙ୍ଗେ ମେଳ ନ ହେବା —୪୭. To differ from.
(ଯଥା— ମୋ ଘଣ୍ଟା ରେଳ ଷ୍ଟେସନ ଘଣ୍ଟାକୁ ୫ ମିନିଟ ଛାଡ଼ିଛି)
୪୮: (ସକର୍ମକ) ବସ୍ତ୍ରାନ୍ତର ପରିଧାନ କରିବା ପାଇଁ ପିନ୍ଧିଥିବା ବସ୍ତ୍ରାଦିକୁ ତ୍ୟାଗ କରିବା; ପାଲିଟିବା; ବଦଳିବା — ୪୮. To change one's cloth.
୪୯: (ସକର୍ମକ) ଆପଣା ନିକଟକୁ ଥିବା କୌଣସି ଦ୍ରବ୍ୟକୁ ବିକି ଦେବା —୪୯. To away something in hand; to part with.
(ଯଥା—ଏ ଅଭାବ ସମୟରେ ଧାନତକ ନ ଛାଡ଼ିଲେ ପଛେ ପସ୍ତାଇବାକୁ ପଡ଼ିବ)
- ୫. (ସକର୍ମକ) ଗଣନା ନ କରିବା —୫୦. Not to count; to leave out from calculation.
୫୧: (ଅକର୍ମକ) ସ୍ଖଳିତ ହେବା; ଚ୍ୟୁତ ହେବା — ୫୧. To drop down; to fall down.
(ଯଥା—ତା ଦେହରୁ ହଳଦୀମଳଖୁଟି ଭଲ ହୋଇ ଛାଡ଼ି ନାହିଁ; ଗଛରୁ ବକଳା ଛାଡ଼ିଲାଣି)