ଛନ୍ଦସ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଛନ୍ଦ୍ ଧାତୁ=ଦୀପ୍ତି ପାଇବା+ଭାବ. ଅସ୍) ସମ୍ପାଦନା

୧ : ପଦ୍ୟବନ୍ଧ —୧. Prosody; poetic composition; rhyme.

[ଦ୍ରଷ୍ଟବ୍ୟ —ଯେଉଁ ରଚନାରେ ବର୍ଣ୍ଣ ବା ମାତ୍ରାର ଗଣନା ଅନୁସାରେ ବିରାମ ଆଦିର ନିୟମ ଅଛି ତାକୁ ଛନ୍ଦଃ ବୋଲାଯାଏ ଏହା ୨ ପ୍ରକାର; ଯଥା—ବାର୍ଣ୍ଣିକ ଓ ମାତ୍ରିକ ଯହିଁର ପ୍ରତିପାଦରେ ଅକ୍ଷର ସଂଖ୍ୟାର ଓ ଲଘୁଗୁରୁକ୍ରମର ନିୟମ ଥାଏ ତାକୁ ବାର୍ଣ୍ଣିକ ବା ବର୍ଣ୍ଣବୃତ୍ତ, ଓ ଯହିଁରେ ଅକ୍ଷରଗଣନାର ତଥା ଲଘୁଗୁରୁକ୍ରମର ବିଚାର ନ ହୋଇ କେବଳ ମାତ୍ରାର ସଂଖ୍ୟା ରକ୍ଷା କରାଯାଏ ତାକୁ ମାତ୍ରିକ ଛନ୍ଦଃ ବୋଲାଯାଏ ପାଦର ବିଚାରରେ ବୃତ୍ତ ବା ଛନ୍ଦଃର ୩ଭେଦ, ଯଥା—ସମବୃତ୍ତ, ଅର୍ଦ୍ଧସମବୃତ୍ତ ଓ ବିଷମବୃତ୍ତ ଯେଉଁ ରଚନାରେ ୪ ପାଦ ସମାନ ତାକୁ ସମବୃତ୍ତ, ଯହିଁରେ ୧ମ ପାଦ ୩ୟ ପାଦ ସଙ୍ଗେ ଓ ୨ୟ ପାଦ. ୪ର୍ଥ ପାଦ ସଙ୍ଗେ ସମାନ ତାକୁ ଅର୍ଦ୍ଧସମବୃତ୍ତ ଓ ଯହିଁରେ ପାଦମାନ ଅସମାନ ତାକୁ ବିଷମବୃତ୍ତ ବୋଲାଯାଏ ଅଧିକାଂଶ ସଂସ୍କୃତ ଛନ୍ଦଃ ବାର୍ଣ୍ଣିକ ଓ ଭାଷାର ଛନ୍ଦମାନ ମାତ୍ରିକ ଅଟେ ହିନ୍ଦୀ - ଶବ୍ଦସାଗର ]

୨ : ପଦ୍ୟ ବା ଗଦ୍ୟ ରଚନାର ରୀତି — ୨. Style of prose or poetry.

୩ : ପଦ୍ୟର ରାଗ ବା ରାଗିଣୀ— ୩. Poetical air or measure; metre; cadence.

୪ : ଇଚ୍ଛା; ଅଭିଳାଷ —୪. Wish; desire.

୫ : ସ୍ୱେଚ୍ଛାଚାର; ମନମୁଖୀ ବ୍ୟବହାର — ୫. Voluntary action; arbitrary conduct.

୬ : ବେଦର ମନ୍ତ୍ରର ରାଗ — ୬. Metre of vedic texts.

[ଦ୍ରଷ୍ଟବ୍ୟ —ଅକ୍ଷରର ସଂଖ୍ୟା ଅନୁସାରେ ରଚିତ ବେଦମନ୍ତ୍ରମାନଙ୍କର ଭିନ୍ନ ଭିନ୍ନ ଛନ୍ଦଃ ଅଛି ଛନ୍ଦଃ ମୁଖ୍ୟତଃ ୭ଟି ଯଥା—ଗାୟତ୍ରୀ, ଉଷ୍ଣିକ୍; ଅନୁଷ୍ଟୁପ୍, ବୃହତୀ, ପଂକ୍ତି, ତ୍ରିଷ୍ଟୁପ୍ ଓ ଜଗତୀ ଏ ପ୍ରତ୍ୟେକର ଆର୍ଷୀ, ଦୈବୀ, ଆସୁରୀ, ପ୍ରାଜାପତ୍ୟା, ଯାଜୁସୀ, ସାମ୍ନୀ, ଆର୍ଚ୍ଚୀ ଓ ବ୍ରହ୍ମୀ ଏହିପରି ଆଠଗୋଟି ଭେଦଅଛି ଓ ଏମାନଙ୍କ ସମ୍ମିଶ୍ରଣରେ ଅନେକ ସଙ୍କର ଛନ୍ଦଃମାନଙ୍କର କଳ୍ପନା କରାଯାଇଅଛି ଏହା ଛଡ଼ା ଯଜୁର୍ବେଦର ମନ୍ତ୍ରମାନଙ୍କରେ ଅତିଜଗତୀ, ଶକ୍କାରୀ, ଅତିଶକ୍କାରୀ, ଅଷ୍ଟି, ଅତ୍ୟଷ୍ଟି, ଧୃତି, ଅତିଧୃତି, କୃତି, ପ୍ରକୃତି, ଆକୃତି, ଚିକୃତି, ସଂସ୍କୃତି, ଅଭିକୃତି ଓ ଉତ୍କୃତି ନାମରେ ଗୁଡିଏ ଛନ୍ଦଃ ବ୍ୟବହୃତି ହୋଇଅଛି ବୈଦିକ ଛନ୍ଦଃମାନଙ୍କରେ ମାତ୍ରା ବା ଲଘୁଗୁରୁର ବିଚାର ନାହିଁ; କେବଳ ଅକ୍ଷରସଂଖ୍ୟା ଅନୁସାରେ ଛନ୍ଦଃମାନଙ୍କୁ ନିଶ୍ଚୟ କରାଯାଏ—ହିନ୍ଦୀ - ଶବ୍ଦସାଗର]

୭. ବେଦ —୭. The Bedas.
୮. ଛନ୍ଦଃମାନଙ୍କର ଲକ୍ଷଣାଦି ବିବୃତ ହୋଇଥିବା ବେଦାଙ୍ଗ (ହିନ୍ଦୀ - ଶବ୍ଦସାଗର) —୮. That part of the Bedas which treat of metres.