ଛତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛତ୍ର) ସମ୍ପାଦନା

ଆତପତ୍ର — ୧. Umbrella.

୨. ମହନ୍ତ, ଦେବତା, ରାଜା ଆଦିଙ୍କ ମୁଣ୍ଡ ଉପରେ ଧରାଯିବା ବଡ଼ ଛତ୍ର —୨. A big umbrella held over the head of deities, kings and mahantas.
୩. (ସଂସ୍କୃତ - ଛଦ ଧାତୁ) ମରହଟ୍ଟି ପାଲିଙ୍କି ବା ରଥର ଆଚ୍ଛାଦନ — ୩. The pood or cover of a paliki or car.
୪. ବର୍ତ୍ତୁଳାକାର ଅଗ୍ରଭାଗ; (ଲୁହା କଣ୍ଟାର ମୁଣ୍ଡି ପରି) ଛତ୍ରାକାର ଅଗ୍ରଭାଗ ବା ମୁଣ୍ଡି —୪. The spreading top (e.g. of a nail).
୫. ଲିଙ୍ଗର ବର୍ତ୍ତୁଳାକାର ଅଗ୍ରଭାଗ ବା ସୁପାରି — ୫. The round top of the penis; nut.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଛତ୍ରାକ; ତୁଳ. ହିନ୍ଦୀ - ଛତରୀ) ସମ୍ପାଦନା

ଛତୁ —Mushroom.

[ଦ୍ରଷ୍ଟବ୍ୟ —ଛତୁର ପ୍ରକାର ଭେଦ ପ୍ରାଦେଶିକ - ନାମ ଯଥା—ପୁଟୁବା ରୁଗୁଡ଼ା, ପୁଆଳ, ଭୁଦୋମଉଳା, ବିହୁଡ଼େନ, ବଣୁଆ, ବାଲି ]