ଛଡ଼ାଛଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଭିନ୍ନ ଭିନ୍ନ, ପୃଥକ୍ ପୃଥକ୍; ବିଚ୍ଛିନ୍ନ — ୧. Separated.

ପୁରୁରବା ଦିନେ କଶ୍ୟପଙ୍କୁ ପୁଚ୍ଛିଲେ, ଅନ୍ୟୋନ୍ୟେ ଦ୍ୱିଜେ କ୍ଷତ୍ରି ଛଡ଼ାଛଡ଼ି ହେଲେ, ସର୍ବ ବର୍ଣ୍ଣ କାହାର ଆଶ୍ରୟ ଗ୍ରହଣ, କରିଣ ସୁରକ୍ଷିତ ହୁଅନ୍ତି ବଖାଣ କୃଷ୍ଣସିଂହ. ମହାଭାରତ. ଶାନ୍ତି

୨. (ବଙ୍ଗଳାରୁ ଗୃହୀତ) ବହୁ ପରିମାଣରେ ଇତସ୍ତତଃ ବିକ୍ଷିପ୍ତ ଅପର୍ଯ୍ୟାପ୍ତ ଭାବରେ ବିତରିତ (କୌଣସି ବସ୍ତୁ) — ୨. Indiscriminately distributed kor strewn.

(ଯଥା—ଆଜି ଭୋଜିରେ ରସଗୋଲ୍ଲାର ଛଡ଼ାଛଡ଼ି ଲାଗିଲା)

୩. ପରସ୍ପରଠାରୁ କୌଣସି ବସ୍ତୁ ଛଡ଼ାଇ ନଉଥିବା (ଦୁଇ ବ୍ୟକ୍ତି) —୩. (two persons) Mutually snatching away a thing.
୪. ଟଣାଟଣି; ଝିଙ୍କାଝିଙ୍କି — ୪. Dragging each other; scuffling.
୫. ପରସ୍ପରଠାରୁ ଅଲଗା କରାଯିବା (କଳି କରୁଥିବା କିମ୍ୱା ମାଡ଼ ମରାମରି ହୋଉଥିବା ଦୁଇ ବା ତତୋଽଧିକ ବ୍ୟକ୍ତି — ୫. (two person) Separated from each other while engaged in a quarrel or scuffle.
୬. ଚୋପା ଛଡ଼ା ହୋଇ ନୈବେଦ୍ୟ ବା ଖାଦ୍ୟ ନିମନ୍ତେ ପ୍ରସ୍ତୁତ—(ଫଳ ଆଦି) —୬. (Fruits) Ready for use after removal of the rind.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. କୌଣସି ବସ୍ତୁକୁ ଜବରଦସ୍ତି ଝିଙ୍କି ଛଡ଼ାଇ ନେବା —୧. Forcible snatching away of a thing.
୨. ଭିନ୍ନ ଭିନ୍ନ ହେବା; ପୃଥକ୍ ହେବା; ବିଚ୍ଛେଦ — ୨. Separation.

କେବେହେଁ ନ ଥିଲା ମୋ ତା ଛଡ଼ାଛଡ଼ି ଭଞ୍ଜ. ସୁବର୍ଣ୍ଣରେଖା

୩. କୌଣସି ବସ୍ତୁର ଅପର୍ଯ୍ୟାପ୍ତ ଭାବରେ ବଣ୍ଟନ ବା ବିଞ୍ଚା ହୋବା; ହରିଲୁଟ୍ —୩. Indiscriminate distribut<? ?>tion or strewing <? ?>lof any thing in large quantities.
୪. ପରସ୍ପରଠାରୁ କୌଣସି ବସ୍ତୁ ଛଡ଼ାଇ ନେବା ପାଇ ଦୁଇ ବ୍ୟକ୍ତିଙ୍କର ଚେଷ୍ଟା —୪. The state of two persons trying to snatch away a thing from each other.
୫. ଟଣାଟଣି; ଝିଙ୍କାଝିଙ୍କି (ଗୋପୀନାଥ ନନ୍ଦ) — ୫. Bragging each other; scuffling.
୬. କଳି କରୁଥିବା ବା ମାଡ଼ ମରାମରି ହେଉଥିବା ଦୁଇ ବା ତତୋଽଧିକ ବ୍ୟକ୍ତିଙ୍କୁ ପୃଥକ୍ କରିବା —୬. Separat<? ?>hing two persons from a scuffling.

ସାଇବାଲା ମିଶି ଛଡ଼ାଛଡ଼ି କଲେ କୁନ୍ତଳାକୁମାରୀ. ନଅତୁଣ୍ଡୀ

୭. ପକ୍ୱ ଫଳାଦିର ଚୋପା ଛଡ଼ାଇ ନୈବେଦ୍ୟ ବା ଖାଦ୍ୟ ନିମନ୍ତେ ପ୍ରସ୍ତୁତ କରିବା — ୭. Peeling off a fruit.