ଛଡ଼ାଇ ଦେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ରୋଗମୁକ୍ତ କରିବା — ୧. To cure.

(ଯଥା— ବୈଦ୍ୟ ଏକାବେଳକେ ମୋ ଜର ଛଡ଼ାଇ ଦେଲା)

୨. ତ୍ୟାଗ କରାଇବା —୨. To cause to give up.

(ଯଥା—ଏକା ମାଡ଼କେ ତୋ ମନ୍ଦ ଅଭ୍ୟାସ ଛଡ଼ାଇ ଦେବି)

୩. ଫଳକୁ ଚୋପା ବା ଗଛରୁ ବକଳ ଛଡ଼ାଇବା — ୩. To remove the rind or bark.

(ଯଥା—ପାକଲା ପଣସଟି ଛଡ଼ାଇ ଦେଲେ ଭୋଗ ଲାଗିବ)

୪. ଦୁଇଜଣଙ୍କୁ ବିଭିନ୍ନ ବା ପୃଥକ୍ କରାଇ ଦେବା — ୪. To separate.

(ଯଥା—ସେ ଦୁହେଁ ମାଡ଼ ମରାମରି ହେଉଥିଲେ, ମୁଁ ଛଡ଼ାଇ ଦେଲି)

୫. ହସ୍ତାନ୍ତର କରିବା; ବିକିରି କରିବା — ୫. To transfer or sell a thing.

(ଯଥା— ଧାନତକ ଶୀଘ୍ର ଛଡ଼ାଇ ନ ଦେଲେ ଗମରା ହୋଇ ଯିବ)

୬. ଭୃତ୍ୟକୁ ଚାକିରିରୁ ବରଖାସ୍ତ କରିବା — ୬. To dismiss a servant.

(ଯଥା—ହାକିମ ମତେ ଚାକିରି ଛଡ଼ାଇ ଦେଲେ)

୭. ବନ୍ଧନରୁ ମୁକ୍ତ କରିବା; ଉନ୍ମୁକ୍ତ କରିବା — ୭. To set free; to release.

(ଯଥା— ହିଡ଼ କାଟି ବିଲକୁ ପାଣିତକ ଛଡ଼ାଇ ଦିଅ)

୮. ମନରୁ ଦୁର କରିବା —୮. To forget.

ଅନ୍ଧଋଷି ବ୍ୟବନ ସେ କନ୍ୟାକୁ ପାଇ କ୍ରୋଧ, ଦ୍ୱନ୍ଦ ସେକ୍ଷଣି ଦେଲେ ସେ ଛଡ଼ାଇ—କୃଷ୍ଣସିଂହ, ମହାଭାରତ, ବନ

୯. ପାଣି ପକାଇ ନୈବେଦ୍ୟ ପଦାର୍ଥକୁ ଉତ୍ସର୍ଗ କରିବା — ୯. To consecrate or sprinkle water on an offering.

(ଯଥା—ଯୁଦ୍ଧକୁ ଯିବା ପୂର୍ବରୁ ଯୋଦ୍ଧା ମୁଣ୍ଡକୁ ପାଣି ଛଡ଼ାଇ ଦେଇଥାଏ)

୧. ଦେହରେ ବୋଳା ହୋଇଥିବା ଚନ୍ଦନ, ହଳଦୀ, ରଙ୍ଗ ଆଦି ପୋଛିବା, ସାଫ୍ କରିବା — ୧୦. To clear off sandal paste, turmeric paste or paints from the body.
୧୧. (ବଙ୍ଗଳାରୁ ଅନୁକୃତି, ଅପର୍ଯ୍ୟାପ୍ତଭାବରେ ବୁଣି ଦେବା ବା ବିଞ୍ଚି ଦେବା — ୧୧. To scatter broad cast.