ଛଡ଼ାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସକର୍ମକ; ଛାଡୢବାରୁ ଣିଜନ୍ତ ରୂପ; ସଂସ୍କୃତ - ଛୋରଣ; ଛିନ୍ନ) ସମ୍ପାଦନା

୧. ତ୍ୟାଗ କରିବା ବାଧ୍ୟ କରିବା; ତ୍ୟାଗ କରାଇବା —୧. To cause to give up.


ଅନୁବାଦ ସମ୍ପାଦନା

(ଯଥା— ମୁଁ ତାହାର ଅଫିମ ଅଭ୍ୟାସ ଛଡ଼ାଇ ଦେଲି)

୨. ନିକଟରୁ ଅନ୍ତର ବା ଦୂର କରିବା; ସ୍ଥାନାନ୍ତର କରିବା — ୨. To remove; to cause removal.

(ଛଡ଼େଇବା—ଅନ୍ୟରୂପ)

୩. ବଳପୂର୍ବକ କାଢ଼ିନେବା; ବଳ— ପୂର୍ବକ ହରଣ କରିବା ୩. To snatch away; to take away by force.

(ଯଥା— କି ନ କଲୁ ମୋତେ, କନା ଖଣ୍ଡିକ ଛଡ଼ାଇ ନେଲୁ ମାଘ ମାସର ଶୀତେ)

୪. ଫଳରୁ ଚୋପା ବାହାର କରି ନେବା ବା ପୃଥକ୍ କରିବା — ୪. To peel off the skin or rind from a fruit.
୫. ମୁକ୍ତ କରିବା — ୫. To set free; to liberated.

(ଯଥା— ବିଲରୁ ପାଣି ଛଡ଼ାଇଦିଅ)

୬. ପୃଥକ୍ କରିବା —୬. To separate.

(ଯଥା— ଦଇବ ପ୍ରେମିକଠାରୁ ପ୍ରେମିକାଙ୍କୁ ଛଡ଼ାଇ ନେଲା)

୭. ('ପାଣି' ଶବ୍ଦ ସଙ୍ଗେ ବ୍ୟବହୃତ) ମଣ୍ଡଳାକାରରେ (ପାଣି) ଛିଞ୍ଚିବା ହାତରେ ଚଳେ ପାଣି ଧରି ଦେବତାଙ୍କୁ ମାନସିକ କରାଯିବା, ବା ଉତ୍ସର୍ଗ କରାଯିବା ବା ନୈବେଦ୍ୟ ଦିଆ— ଯିବା ପଦାର୍ଥରେ ଚାରି ପାଖରେ ଉକ୍ତ ପାଣିକୁ ମଣ୍ଡଳା— କାରରେ ଛିଞ୍ଚି ଦେବାକୁ ପାଣି ଛଡ଼ାଇବା କହନ୍ତି — ୭. To sprinkle water in a circle round any thing dedicated or offetred to a Deity.

(ଯଥା—ପୂଜକ ନୈବେଦ୍ୟକୁ ପାଣି ଛଡ଼ାଇ ଦେଲା)

୮. ହସ୍ତାନ୍ତର ବା ବିକ୍ରୟ କରିବା — ୮. To shell away; to part with.

(ଯଥା— ଏ ବରଷ ଧାନଭାଉ କମି ହୋଇଯିବାରୁ ମୁଁ କୋଠିରେ ଥିବା ଧାନତକ ଛଡ଼ାଇ ପାରିଲି ନାହିଁ)

୯. ବନ୍ଧକରୁ ମୁକୁଳାଇବା — ୯. To free a thing from encumbrance.

(ଯଥା— ଏ ବର୍ଷ ମୋର ହାତରେ ଟଙ୍କା ହେଲେ ବନ୍ଧା ପଡ଼ି— ଥିବା ଅଳଙ୍କାରତକ ଛଡ଼ାଇବି)

୧. ବଳିଯିବା; ଜିଣିଯିବା —୧୦. To surpass.

ଡ଼ୋଳା ଜ୍ଞାନ ବୁଡ଼ାଇବ, ଶିଳୀମୁଖ ଚଳିବା ଶୋଭାକୁ ଛଡ଼ାଇବ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

୧୧. ଚମଡ଼ା ଉତାରିବା —୧୧. To skin; to flay.

ମାଉଁସ କାଟିଲେ ତ ଛାଲ ଛାଡ଼ଇ କୃଷ୍ଣସିଂହ. ମହାଭାରତ. ବନ

୧୨. ଦେହର ମଳି ବା ଦେହରେ ବୋଳା ଯାଇଥିବା ଲେପ ବା କୌଣସି ପଦାର୍ଥ ଉପରୁ ପୁଟ ବା ରଙ୍ଗର ସ୍ତର ବା ମଇଳାକୁ ଉଠାଇ ଦେବା ବା କାଢ଼ିବା — ୧୨. To scrape off or clear away a layer of ointment or paint or dirt from the body of some thing.
୧୩. ନାଶ କରିବା —୧୩. To destroy.

ତେବେ ଆସି ତୋର ଛଡ଼ାଇ ଏ ଦୁଃଖକୁ କୃଷ୍ଣସିଂହ. ମହାଭାରତ. ବନ

୧୪. ମନରୁ ସନ୍ଦେହ ଆଦି ଦୂର ହେବାର ଉପାୟ କରିବା — ୧୪. To remove (doubt) from one's mind.

କହି ତା ଛଡ଼ାଅ ମୋ ହୃଦରୁ ସନ୍ଦେହକୁ କୃଷ୍ଣସିଂହ. ମହାଭାରତ. ବନ

୧୫. କୌଣସି ବ୍ୟକ୍ତିକୁ ବନ୍ଧନରୁ ବା ବିପଦରୁ ମୁକ୍ତ କରିବା — ୧୫. To liberate or extricate a person from confinement or danger.

(ଯଥା— ମୁଁ ଶହେ ଟଙ୍କା ଖରଚ କରି ତାକୁ ଜେଲ୍ ଦଣ୍ଡରୁ ଛଡ଼ାଇଲି)

୧୬. ଜଳାଶୟ ଆଦିରେ ଅନ୍ୟ ବ୍ୟକ୍ତି ମାଛଜାଆଁଳ ଆଦି ଛାଡ଼ିବାର ଉପାୟ କରିବା —୧୭. To cause fish- fries to be set free in a pond.

(ଯଥା— ମୁଁ ଏ ବରଷ ପାଞ୍ଚ ହାଣ୍ଡି ଭାକୁଡ଼ ଜାଆଁଳ ଆଣି ଆମ ଦାଣ୍ଡ ପୋଖରୀରେ ଛଡ଼ାଇଛି)

୧୭. ଡଙ୍ଗା ବା ଜାହାଜ ଆଦିକୁ କୂଳରୁ ପାଣି ଭିତରକୁ ଚଳାଇବା —୧୭. To move a boat from the shore.

(ଯଥା— ନାହୁରିମାନେ ହରିବୋଲ ପକାଇ ବଢ଼ିଲା ନଈରେ ଡ଼ଙ୍ଗାକୁ ଛଡ଼ାଇଲେ)

୧୮. (ଲକ୍ଷଣାର୍ଥ) (ସମ୍ପର୍କ ଆଦି) ତୁଟାଇବା; ନିଜ ଉପରୁ (ଦାୟିତ୍ୱ ଆଦ) ବିଚ୍ଛିନ୍ନ କରିବା — ୧୮. (figurative) Cut or any connection or responsibility from one's self.

(ଯଥା— ସେ ପୁଅ ଉପରେ ସବୁ ଭାର ଦେଇ ଆପଣା ଦିହରୁ ସବୁ ଛୁତି ଛଡ଼ାଇ ବସିଛି)

୧୯. (ଲକ୍ଷାଣାର୍ଥ) ଆରୋପିତ କଳଙ୍କ ବା ବଦନାମ ବା ନିନ୍ଦା ପ୍ରଖ୍ୟାପନ ବା ଅପନୋଦନ କରିବା — ୧୯. (figurative) To free or exonerate one's self from any stain or blame.

(ଯଥା—ତାଙ୍କ ନାମରେ ଯେଉଁ କଳଙ୍କ ରଟିଲାଣି ତାହା ଛଡ଼ାଇବାକୁ ଯାଏ ବରଷ କେତେ)

[ଦ୍ରଷ୍ଟବ୍ୟ — ଛଡ଼ାଇବା କ୍ରିୟାର ଅସମାପିକା ରୂପ ସଙ୍ଗେ ଆଣିବା, ନେବା, ପକାଇବା କ୍ରିୟାମାନଙ୍କର ସମାପିକା ରୂପ ଯୁକ୍ତ ହୁଏ]