ଛଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ସ୍ତ୍ରୀ . (ସଂସ୍କୃତ - ଉପସର୍ଯ୍ୟା=ଗର୍ଭଧାରଣୋପଯୁକ୍ତା କିନ୍ତୁ ଅପ୍ରସୂତା ଗାଭୀ)—ଅପ୍ରସୂତା ଗୌ; ଅଳ୍ପ ବୟାସ୍କା ଗାଈ; ଯେଉଁ ଗାଈ ଜନ୍ମ କରି ନ ଥାଏ — ୧. A young cow which has not yet borne any calf; heifer.

ନେତଟି ବଡ଼ ସୁଲକ୍ଷଣୀ, ହାଲକୁ ପ୍ରଥମେ ପଛରେ ଛଡ଼ାଟିଏ ଲାଗିଛି— ଫକୀରମୋହନୀ. ଛମାଣ ଆଠଗୁଣ୍ଠ

ଅନୁବାଦ ସମ୍ପାଦନା

୨. (ସଂସ୍କୃତ - ଛୋ ବା ଛୁର୍ ଧାତୁ) ଛରା; ଇତସ୍ତତଃ ବିକ୍ଷିପ୍ତ ବା ବିଚ୍ଛୁରିତ ଜଳ —୨. Sprinkled water.

ପଡ଼ଅଛି ଦିବ୍ୟ ଚନ୍ଦନପାଣିଛଡ଼ା ଅନେକ ଲୋକ ତହିଁ ହୋଇଛନ୍ତି ଛିଡ଼ା—କୃଷ୍ଣସିଂହ, ମହାଭାରତ. ଆଦି

୩. ଇତସ୍ତତଃ ଜଳାଦି ଛିଞ୍ଚିବା —୩. Sprinkling.

ବାସ୍ତୁ ମାର୍ଜନ ଛଡ଼ା ଦେଇ ସୁବାସ ଜଳେ ମୁଖ ଧୋଇ—ଜଗନ୍ନାଥ. ଭାଗବତ

୪. କଦଳୀ, ପଣସ, ଆମ୍ୱ ପ୍ରଭୃତିରୁ ଚୋପା ଛଡ଼ାଇବା — ୪. Taking off the rind from fruits.

ଅନୁବାଦ ସମ୍ପାଦନା

୫. ସ୍ତ୍ରୀଲୋକମାନଙ୍କର ପାଦର ଅଳଙ୍କାରବିଶେଷ, ମଲ୍ଲ — ୫. An anklet for the leg.

[ଦ୍ରଷ୍ଟବ୍ୟ — ଏ ଅଳଙ୍କାର ଗୋଡ଼ ଗଣ୍ଠିପାଖରେ ପିନ୍ଧାଯାଏ, ଏହା ଗୋଲ ଗୋଲ ଓ ସରୁ ରୁପାର ପତଳା ଛଡ଼କୁ ମୋଡ଼ି ମୋଡ଼ି

ଏହା କରାଯାଏ ଏହା ଗୋଡ଼ରେ ଏକାଧିକ ସଂଖ୍ୟାରେ ପିନ୍ଧା ଯାଏ ଓ ବଳାଗଣ୍ଠି ତଳେ ହୁଗୁଳା ହୋଇ ଥାଏ ଚାଲିଲାବେଳେ ଏକାଧିକ ଛଡ଼ା ପରସ୍ପରକୁ ଆଘାତ କରିବାରୁ ଝଣଝଣ ଧ୍ୱନି ହୁଏ ବଙ୍ଗଦେଶରେ ଓ ପଶ୍ଚିମରେ ଏହା ବ୍ୟବହୃତ ହୁଏ; ଓଡ଼ିଶାରେ ବଙ୍ଗରୀତ୍ୟନୁକାରିଣୀ ସ୍ତ୍ରୀମାନେ ଏହା ପିନ୍ଧିବାର ଦେଖା ଯାଏ] 

ଅନୁବାଦ ସମ୍ପାଦନା

୬. ଅନ୍ତର; ଦୁରତ୍ୱ —୬. Distance; interval.

(ଯଥା— କଟକଠାରୁ ପଚିଶ କୋଶ ଛଡ଼ାରେ ପୁରୀ)

୭. ଛାଡ଼ିବା; ତ୍ୟାଗ କରିବା —୭. Act of leaving.

ଅନୁବାଦ ସମ୍ପାଦନା

୮. ହାର ଆଦିର ଗୋଟିଏ ସରା — ୮. One string of a necklace.

ଦେଶଜ - ବିଶେଷଣ - ସମ୍ପାଦନା

୧. ଦୂରସ୍ଥ —୧. Distant.
୨. ଅନ୍ତରରେ ବା କିଛି ଦୁରରେ ଅବସ୍ଥିତ — ୨. Situated apart.

ଛାମୁରେ ଛାଇ ନ ପଡ଼ୁ ବୋଲି, ଛଡ଼ା ହୋଇ ମୁଁ ଯେ ଛିଡ଼ା ହେଲି— କବିସୂର୍ଯ୍ୟ. ସଙ୍ଗୀତ

୩. ବ୍ୟବହିତ —୩. With interval between; separated from each other.
୪. (ସଂସ୍କୃତ - ଉତସୃଷ୍ଟ) ବ୍ୟବହାର ହେବା ପରେ ପରିତ୍ୟକ୍ତ (ଫୁଲ ଆଦି) —୪. Discarded after use; cast off.

ଅନୁବାଦ ସମ୍ପାଦନା

ଦେଶଜ - ଅ ସମ୍ପାଦନା

୧. ବିନା; ବ୍ୟତୀତ — ୧. Without, except; besides.

(ଯଥା—ତାଙ୍କ ଛଡ଼ା ମୋର ଅନ୍ୟ କେହି ଗତି ନାହିଁ)

୨. ଅନ୍ତରରେ; ଦୂରରେ —୨. Apart from.