ଚୋରି
ଚୋରି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୁର ଧାତୁ) ସମ୍ପାଦନା
- ୧. ଅପହରଣ — ୧. Theft.
[ଦ୍ରଷ୍ଟବ୍ୟ —ଦ୍ରବ୍ୟ—ସ୍ୱାମୀର ବିନା ଅନୁମତିରେ ଅନ୍ୟାନ୍ୟ ଲାଭ ଆଶାରେ ତାଙ୍କ ଧନ ହରଣକୁ ଚୋରି ବୋଲା ଯାଏ]
- ୨. ଚୌର୍ଯ୍ୟ ବୃତ୍ତି; ତସ୍କରତା — ୨. Habit or act of stealing.
- ୩. ଗୁପ୍ତକର୍ମ —୩. Secret act.
ଅଷ୍ଟଦୁର୍ଗ ହରି ଦ୍ୱୟ ବୋଲେ ଚୋରି ଧରା ପଡ଼ି ଗଲା ପରି କବିସୂର୍ଯ୍ୟ. ସଙ୍ଗୀତ
- ୪. ଚୋରାଧାନ; ଚୋରା ମାଲ —୪. Stolen article.
ବିବେକ ଏହି ଚୋରି ପ୍ରମାଣ, ବନେ ପଶେ ଘେନି ଜଟା ଧାରଣ ଭଞ୍ଜ. ବୈଦେହୀଶବିଳାସ
ଦେଶଜ - ବିଶେଷଣ - (ଅନ୍ୟ ଶବ୍ଦ ପୂର୍ବେ ବ୍ୟବହୃତ, ଯଥା—ଚୋରି କବାଟ; ଚୋରି ମାଲ ଇତ୍ୟାଦି) ସମ୍ପାଦନା
- ୧. ଅପହୃତ — ୧. Stolen.
- ୨. ଗୁପ୍ତ —୨. Secret; hidden.