ଚେର
ଚେର
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. (ସଂସ୍କୃତ - ଚର ଧାତୁ=ଗତି କରିବା; ଯାହା ଭୂମି ମଧ୍ୟକୁ ଗତି କରେ; କିମ୍ୱା ସଂସ୍କୃତ - ଚୂଡ଼ା)—ବୃକ୍ଷମୂଳରୁ ଭୂମିଭିତରକୁ ଭେଦ କରିଥିବା ଲମ୍ୱ ସୂକ୍ଷ୍ମ ରଜ୍ଜୁ ବତ୍ ଅଂଶ — ୧. Root of a tree.
ମାୟା ଚେର ତଳେ ଭେଦିବ ଯେତିକି, ଅନ୍ତକ ରଗଡ଼େ ଝିଙ୍କିବ ତେତିକି ରାଧାନାଥ. ଦରବାର
ଅନୁବାଦ
ସମ୍ପାଦନାଚେର
|
- ୨. (ସଂସ୍କୃତ - ଚୀର) ପଶୁସ୍ତନର ଅଗ୍ରଭାଗ; ଚିର — ୨. The nipple or teat of the udder of a beast; the dug of a beast.
ଷୋଳ ଚେର ଗାଈ ବଛା ଛପନ ପ୍ରାଚୀ, ପରଚେ ଗୀତା
ଅନୁବାଦ
ସମ୍ପାଦନା- ୩. ପାଚିଲା ଆମ୍ୱ, ତାଳ ଆଦି ଫଳମାନଙ୍କ ମଧ୍ୟରେ ଥିବା ସୂକ୍ଷ୍ମ ତନ୍ତୁ —୩. Tough fibres found in some ripe mangoes and palm fruits.
- ୪. (ନାମ) ପ୍ରାଚୀନ ଭାରତର ରାଜ୍ୟବିଶେଷ (ଏହାର ଉତ୍ତରରେ କର୍ଣ୍ଣାଟ, ଦକ୍ଷିଣରେ ସମୁଦ୍ର ଓ ପଶ୍ଚିମରେ କେରଳ ରାଜ୍ୟ ଥିଲା) —୪. Name of an ancient kingdom in South India.
- ୫. (ଲକ୍ଷଣାର୍ଥ) ବଂଶଧର; ସନ୍ତାନ ସନ୍ତତି — ୫. (figurative) Descendent; offspring.
(ଯଥା—ସାଆନ୍ତାରା ବଂଶର କେହି ହେଲେ ଚେର ରହିଲା ନାହିଁ)
- ୬. (ଲକ୍ଷଣାର୍ଥ) ସମ୍ପର୍କ — ୬. (figurative) Connection; relation.