ଚାଖିବା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

(ଚଖାଇବା—ଣିଜନ୍ତ)

ଦେଶଜ - କ୍ରିୟାପଦ - (ସଂସ୍କୃତ - ଚକ୍ଷଣ)

ସମ୍ପାଦନା
୧. ସ୍ୱାଦ ଗ୍ରହଣ କରିବା; ଆସ୍ୱାଦନ କରିବା —୧. To taste a thing.

ଦମୟନ୍ତୀ ଯେ ସେହି ମାଂସରୁ ଖଣ୍ଡ଼ିଏ ଚାଖିଦେଲେ ନଳଙ୍କୁ ଜାଣିବା ଉପାୟେ କୃଷ୍ଣସିଂହ. ମହାଭାରତ ବନ

୨. ସ୍ୱାଦ ପରୀକ୍ଷା କରିବା — ୨. To try the taste of a thing.

ସୁସ୍ୱାଦୁ ଫଳ ଯେତେ ପାଇ ଚାଖି ଗୋବିନ୍ଦଙ୍କୁ ରଖଇ—ଭୂପତି. ପ୍ରେମପଞ୍ଚାମୃତ

୩. (ଲକ୍ଷଣାର୍ଥ) ଇନ୍ଦ୍ରିୟଦ୍ୱାରା ଉପଲବ୍ଧି କରିବା — ୩. (fig) To enjoy with any organ of sense.

ଚାମୀକର ଚାରୁଶିରୀମତୀ ସେ କେଉଁ ଅମୀର ଚାଖି ନାହିଁ ଦିନେ ମୋ ନୟନ କବିସୂର୍ଯ୍ୟ. କିଶୋରୀଚମ୍ପୁ