ଚରସ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚର୍ମ) ସମ୍ପାଦନା

ଗଞ୍ଜାଇ ଗଛ ବା ଫୁଲ ବା ଜଟାରୁ ବାହାରିବା ଅଠା; ମାଦକବିଶେଷ —An intoxicant slimygum collected from the flowers stems and buds of the Indian hemp plant (Gan̄jā).

[ ଦ୍ର—ଚରସ୍ ଶବ୍ଦର ହିନ୍ଦୀ ବା ଉର୍ଦ୍ଦୁରେ ଏକ ଅର୍ଥ ଗୋରୁ ବା ମଇଁଷି ଚମଡ଼ାର ଥଳି ପୂର୍ବେ ଚରସ୍ ମଧ୍ୟଏସିଆରୁ ଚମଡ଼ା ଥଳିରେ ପଶି ଭାରତକୁ ଆସୁଥିଲା ଏଥିଯୋଗୁଁ ଏହାର ନାମ ଚରସ୍ ହେଲା ଏହା ଗଞ୍ଜେଇଗଛର ଫୁଲ ଓ ଡ଼େମ୍ଫ ଓ ମଞ୍ଜରୀରୁ ବାହାରେ ଏହା ଦେଖିବାକୁ ମହଣ ଭଳି, ଈଷତ୍, ହଳଦିଆ ଓ ଅଠାଳିଆ ଏହାକୁ ଲୋକେ ଗଞ୍ଜେଇ କଲୀ ବା ଧୂଆଁପତ୍ର ସଙ୍ଗେ ମିଶାଇ ଧୂମ୍ରପାନ କରନ୍ତି ଏହା ପିଇବାମାତ୍ରକେ ନିଶା ଧରେ ଓ ଆଖି ଲାଲ ହୋଇଯାଏ ଏହାର ନିଶା ଗଞ୍ଜେଇ ନିଶାଠାରୁ କିଞ୍ଚିତ୍ ଉଗ୍ର; ଏହି ଅଠା ଉତ୍ତର ପଶ୍ଚିମ ହିମାଳୟ. ନେପାଳ. କମାଉନ୍ , କାଶ୍ମୀର. ଆଫଗାନୀସ୍ଥାନ,

ତୁର୍କୀସ୍ଥାନର ଗଞ୍ଜେଇ ଗଛରୁ ବେଶି ବାହାରେ ଓ ସେ ଦେଶ— ମାନଙ୍କରୁ ଭାରତକୁ ଅଣାଯାଏ ଗ୍ରୀଷ୍ମକାଳରେ ଗଞ୍ଜେଇ ଗଛରେ ଫୁଲ ଧରିବା ପୂର୍ବରୁ ଏହା ସଂଗ୍ରହ କରାଯାଏ ଗଞ୍ଜେଇ ଗଛ ଉପରେ କୌଣସି ପକ୍ଷିର ପର ବା ପତଳା ଚମଡ଼ା ଚଳାଇଲେ ପରରେ ବା ଚମଡ଼ାରେ ଏ ଅଠା ଲାଗିଆସେ ଏହା ଅଧିକ ବ୍ୟବହାର କଲେ ମସ୍ତିଷ୍କର ବିକୃତି ଘଟେ ହିନ୍ଦୀ - ଶବ୍ଦସାଗର ]