ଚମକିବା
ଚମକିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଚମକିବା
|
ଦେଶଜ - କ୍ରି. (ସଂସ୍କୃତ - ଚମତ୍କୃତ; ପ୍ରା. ଚଁମକ୍କି)
ସମ୍ପାଦନା- ୧. ହଠାତ୍ ଦୂରକୁ ତୀରବେଗରେ ଗତି କରିବା — ୧. To shoot forth; to shoot out.
ବିଜୁଳି ପରାଏ ବାଣ ଚମକେ ଗଗନେ— ମଧୁସୂଦନ ବର୍ଣ୍ଣବୋଧ
- ୨. (ଶସ୍ତ୍ରାଦି) ଇତସ୍ତତ ସଞ୍ଚାଳିତ ହେବା — ୨. To be marshalled or moved to and fro (weapon).
ସଂଗ୍ରାମପ୍ରାଙ୍ଗଣେ ଧୂଳିପଟଳ ମଧ୍ୟରେ ସୈନିକଙ୍କ ଶସ୍ତ୍ରଜାଳ ଚମକଇ ଖରେ—ମଧୁସୂଦନ ଉତ୍ତରରାମଚରିତ
- ୩. ଝଟକିବା —୩. To flash; to glitter.
- ୪. ଭୟ ଯୋଗୁଁ (ଛାତି) ଧଡ଼ପଡ଼ କରିବା — ୪. To palpilte; to throb.
ଚମକି ତ ନାହିଁ ମୋର ଛାତି—କବିସୂର୍ଯ୍ୟ କିଶୋରୀଚମ୍ପୁ ଚ ଗୀତ
- ୫. ଚମକି ଉଠିବା; ହଠାତ୍ ଭୟରେ ଛାନିଆଁ ହେବା — ୫. To be startled; to wince.
- ୬. କମ୍ପିବା —୬. To tremble.
କଥା ଚମକରେ ଚମକଇ ମହୀ ରହେ ସିନା କ୍ଷଣମାତର— ଭିକାରୀ ଗୀତଲହରୀ
- ୭. ଭୟରେ କମ୍ପିବା — ୭. To tremble through fear.
କୋକିଳ ବଚନ ଶୁଣି ଚମକଇ ଦେହ—ପ୍ରାଚୀ ଶିଶୁଶଙ୍କର ଉଷାଭିଳାଷ
[ଦ୍ରଷ୍ଟବ୍ୟ —ଚମକିପଡ଼ିବାର ଅସମାପିକା ରୂପ ସଙ୍ଗେ ଉଠିବା, ପଡ଼ିବା, ଯିବା କ୍ରିୟା ଲାଗେ]