ଚକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚକ୍ର) ସମ୍ପାଦନା

୧. ଚକଡ଼ା; ଗୋଲାକାର ପଦାର୍ଥର ଅଧିକୃତ ସ୍ଥାନ —୧. Place occupied by a round thing ; the base of a round thing.
୨. ଦୁଇ ଜାନୁକୁ ପରସ୍ପର ମଣ୍ଡଳାକାରରେ ଛନ୍ଦି ଭୂମିରେ ବସିବା ଆସନ; ପଦ୍ମାସନ —୨. Squatting cross legged; sitting on the ground by entwining the two thighs and knees and legs, with hips touching the ground.

ଚକାଆସନରେ ବସିଣ ଶୁକ ଋଷି ନେତ୍ର ଦୁଇ ପଲ ପଟରେ ଦେଇ ଖୋଷି କୃଷ୍ଣସିଂହ, ମହାଭାରତ. ଶାନ୍ତି

୩. ବସିବା ନିମନ୍ତେ ଚକ୍ରାକାର ପୀଢ଼ — ୩. A circular slab of stone used as a seat.
୪. ଜଗନ୍ନାଥ ମହାପ୍ରଭୁଆଦି ସ୍ନାନ—ମଣ୍ଡପରେ ଯେଉଁ ଗୋଲ ପଥରରେ ବସି ସ୍ନାନ କରନ୍ତି —୪. Round slabs of stone on which the deities Jagannath, Balabhadra and Subhadra are seated and bathed during Snāna Jātrā
୫. ଗୋଲାକାର ପଥର ଯାହା ଉପେରେ ମଲ୍ଲମାନେ ହାତ ଭରାଦେଇ ଦଣ୍ଡ ପକାନ୍ତି —୫. A slab of stone on which athletes make physical exercises.

ଏକ ସ୍ତଳ ଚକାରେ ହସ୍ତ ନ୍ୟସ୍ତ କଲେ ଆରକ ହୋଇ ଚମକିତ ଭଞ୍ଜ. ପ୍ରେମସୁଧାନିଧି

୬. ଚକୁଆ (ଦେଖ) - ୬. Chakuā (See)
୭. ଚେକା; କୋଡ଼ି ବା ଫାଉଣ୍ଡାରେ ହାଣି ଉଠାଇବା ଘାସଲଗା ମାଟିର ଖଣ୍ଡ —୭. Sod; turf.

ଦେଶଜ - ବିଶେଷଣ - ସମ୍ପାଦନା

ବର୍ତ୍ତୁଳ; ଗୋଲ —Circular; round.

ଗ୍ରାମ୍ୟ - ବିଶେଷ୍ୟ - ସମ୍ପାଦନା

ଚେକା; ଘାସ ସହିତ ମାଟିର ଗୋଲାକାର ଛେଲା — A circular cake of turf; sod.