ଘୋଡ଼ା
ଘୋଡ଼ା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଘୋଡ଼ା
|
ଦେଶଜ - ବିଶେଷ୍ୟ - ପୁଂ. (ସଂସ୍କୃତ - ଘୋଟକ; ପ୍ରା. ଘୋଡ଼ା) ସମ୍ପାଦନା
- ୧. ଘୋଡ଼ା —୧. Horse.
[ଦ୍ରଷ୍ଟବ୍ୟ —ଘୋଡ଼ା ସ୍ତନ୍ୟପାୟୀ ଚତୁଷ୍ପଦ, ଏହାର ଚାମର ପରି ଲାଞ୍ଜ, ଟାପୁ ଗିନା
ଅନୁବାଦ ସମ୍ପାଦନା
ଘୋଡ଼ା
ତରଙ୍ଗମ, ପତଙ୍ଗ, ବାହ, ଗନ୍ଧର୍ବ, ହରି, ଅରୁଷ, ଆଶି, ଦଧିକା, ଉଚ୍ଚୈଃଶ୍ରବା, ଚାମରୀ, ମରୁଦ୍ରଥ, ରାଜସ୍କନ୍ଧ, ବିମାନକ, ବହ୍ନି, ସୈନ୍ଧବ, ବୀତୀ, ଜବନ, ଶାଳିହୋତ୍ର, ପ୍ରକୀର୍ଣ୍ଣବ, ବାତାୟନ, ନର, ହୟ, ତୁରଗ |
ପରି ଗୋଲ ଗଧ ଏହି ଜାତୀୟ ପଶୁ, କିନ୍ତୁ ଗଧର ଲାଞ୍ଜ ଗୋରୁଲାଙ୍ଗୁଡ଼ ପରି ଓ ଗଧର କାନ ଘୋଡ଼ାକାନ ଅପେକ୍ଷା ବଡ଼; ଘୋଡ଼ାର ଲମ୍ୱ ବେକ ଉପରେ ଗୁଡ଼ିଏ ଲମ୍ୱ କେଶର ଥାଏ ଏ ଖୁବ ଦ୍ରୁତଗାମୀ, ଘୋଡ଼ା ଅଷ୍ଟ୍ରେଲିଆ ଆମେରିକା, ପାରସ୍ୟ, ସିନ୍ଧୁ, ଆରବ ଆଦିର ପଡ଼ିଆ, ମରୁଭୂମି ଓ ପାହାଡ଼ିଆ ଅଞ୍ଚଳରେ ବନ୍ୟ ଅବସ୍ଥାରେ ରହନ୍ତି ଓ ଧରା ହୋଇ ଗୃହପାଳିତ ଅବସ୍ଥାରେ ମଧ୍ୟ ଛୁଆ ପ୍ରସବ କରନ୍ତି ଏମାନେ ବଡ଼ ହେଲେ ଲୋକେ ଏହାକୁ ମଣ କରି ଚଢ଼ନ୍ତି ଓ ଗାଡ଼ିରେ ଲଗାନ୍ତି କେତେକ ଦେଶରେ ଘୋଡ଼ାଙ୍କୁ ଲୋକେ ହଳରେ ଲଗାନ୍ତି ଘୋଡ଼ାମାନେ ହେଁ ହେଁ ରାବ (ହ୍ରେଷା) କରନ୍ତି ଏମାନେ ନାନା ବର୍ଣ୍ଣର ହୁଅନ୍ତି ଦେଶ— ଭେଦରେ ଏମାନେ ମଧ୍ୟ କମ୍ ବେଶି ଉଚ୍ଚ ହୁଅନ୍ତି ଅଷ୍ଟ୍ରେଲିଆର ଘୋଡ଼ା ସବୁଠାରୁ ଉଚ୍ଚ ଓ ସ୍କଟଲାଣ୍ଡ୍ ଦ୍ୱୀପପୁଞ୍ଜରର ଘୋଡ଼ା ସବୁଠାରୁ ସାନ ଏମାନେ ଖୁବ୍ ପ୍ରଭୁଭକ୍ତ ହୁଅନ୍ତି ଲୋକେ ବାଜି ରଖି ଏହାଙ୍କୁ ଦଉଡ଼ାନ୍ତି ଭାରତବର୍ଷରେ ସିନ୍ଧୁ ଓ କାଠିଆବାଡ଼ର ଘୋଡ଼ା ଉତ୍କୃଷ୍ଟ ଶାଳିହୋତ୍ରଙ୍କ ରଚିତ ଅଶ୍ୱ— ଶାସ୍ତ୍ରରେ ଘୋଡ଼ାଙ୍କ ଲକ୍ଷଣ, ଭେଦ, ରୋଗ ଓ ଚିକିତ୍ସା ଆଦି ବର୍ଣ୍ଣିତ ହୋଇଅଛି] (ଘୋଡ଼ୀ—ସ୍ତ୍ରୀ)
ଅନୁବାଦ ସମ୍ପାଦନା
- ୨. କଦଳୀ ବୃକ୍ଷର କଟା ହୋଇଥିବା ଗଣ୍ଡି — ୨. The cut trunk of the plantain tree.
- ୩. ବନ୍ଧୁକରେ ଅଗ୍ନିସଂଯୋଗ କରିବା ଯନ୍ତ୍ର ବା ହାତୁଡ଼ି (ଯାହା ଟିପି ଦେଲେ ବନ୍ଧୁକନଳି ଭିତରେ ଥିବା ବାରୁଦରେ ନିଆଁ ଲାଗି ବନ୍ଧୁକ ଫଏର୍ ହୁଏ) — ୩. Hummer or trigger of a gun.
- ୪. ପିଲାମାନେ ବ୍ୟାୟାମ କରିବା ଓ ଖେଳିବା ପାଇଁ ପ୍ରସ୍ତୁତ ଘୋଡ଼ା ପରି ନିର୍ମିତ ଚତୁଷ୍ପଦ କାଠଖଣ୍ଡ —୪. A wooden horse for children's exercise or play.
- ୫. ସତରଞ୍ଜ ଖେଳରେ ଏକଜାତୀୟ ଗୋଟୀ ଯେ ଥରକେ ଅଢେଇ ଘର ଚାଲେ — ୫. The knight in a game of chess.
- ୬. (ସଂସ୍କୃତ - ଗାତ୍ରାବରଣ) ଆଚ୍ଛାଦନ — ୬. Act of covering.
ଦେଶଜ - ବିଶେଷଣ - ସମ୍ପାଦନା
ଆଚ୍ଛାଦିତ —Covered.
ସେହି ଗିରିର ଉଚ୍ଚ ଉଚ୍ଚ ଶୃଙ୍ଗମାନ ସବୁ ବେଳେ ତୁଷାରରେ ଘୋଡ଼ା ହୋଇଛନ୍ତି ରାଧାନାଥ. ଇତାଲୀୟ ଯୁବା
ପ୍ରାଦେଶିକ - (ପୁରୀ) ବିଶେଷ୍ୟ - (ଯାହାକୁ ଘୋଡ଼ାଇ ବା ଲୁଚାଇ କରି ଉତ୍କୋଚଗ୍ରାହୀ ବ୍ୟକ୍ତିକୁ ଦିଆଯାଏ) ସମ୍ପାଦନା
ଘୁସ୍; ଲାଞ୍ଚ —Bribe.
(ଯଥା—ମୁଁ ତାଙ୍କୁ ପାଞ୍ଚ ଟଙ୍କା ଘୋଡ଼ା ଦେଇଛି)