ଘିଅ

ଉଚ୍ଚାରଣ

ସମ୍ପାଦନା
(file)
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୃତ)

ସମ୍ପାଦନା
୧. ଘୃତ; ନିର୍ଜଳୀକୃତ ନବନୀତ — ୧. Clarified butter; ghee.

[ଦ୍ରଷ୍ଟବ୍ୟ —ବସାଦହିକୁ ମୋହି ସେଥିରୁ ଲହୁଣୀ ବାହାର କରାଯାଏ ଏବଂ ଏହି ଲହୁଣୀକୁ ନିଆଁ ଉପରେ ବସାଇ ସେଥିରୁ ପାଣି ମରିଗଲେ ଯେଉଁ ନିର୍ମଳ ଈଷତ୍ ହଳଦିଆ ତରଳ ପଦାର୍ଥ ରହେ ତାହା ଘିଅ ଘିଅ ସାମାନ୍ୟ ଥଣ୍ଡାରେ ବସିଯାଏ ଏବଂ ସମାନ୍ୟ ଗରମରେ ତରଳି ଯାଏ ଘିଅରେ ହିନ୍ଦୁମାନଙ୍କର ହୋମଆଦି କର୍ମ ଓ ପଞ୍ଚାମୃତ କରାଯାଏ ଏବଂ ଲୋକେ ଘିଅକୁ ଭାତରେ ଗୋଳାଇ ଓ ତରକାରୀ ଓ ଭଜାରେ ପକାଇ ଖାଆନ୍ତି ଏହା ଖାଦ୍ୟର ଅଙ୍ଗ ବିଶେଷ ଘିଅ ଔଷଧରେ ଏବଂ ପିଠା ପ୍ରଭୃତି କରିବାରେ ଲାଗେ; ଦୁଧକୁ ମଧ୍ୟ ମୋହି ସେଥିରୁ ଲହୁଣୀ ବାହାର କରି ଘିଅ କରାଯାଏ]

୨. ମସ୍ତିସ୍କରେ ଥିବା ଘୃତବତ୍ ପଦାର୍ଥ; ମକ୍କା — ୨. The butter-like substance inside the brain.
୩. ମାଛ ଆଦିଙ୍କ ଅନ୍ତରୁ ବାହାରିବା ଘୃତବତ୍ ପଦାର୍ଥ; ମାଛ ଘିଅ —୩. Fish-oil.
୪. ନଡ଼ିଆରସକୁ ନିଆଁରେ ବସାଇ ସେଥିରୁ ଜଳୀୟାଂଶ ନଷ୍ଟ ହେବା ପରେ ରହିଯିବା ଘୃତବତ୍ ପଦାର୍ଥ; ନଡ଼ିଆ— ଘିଅ —୪. Cocoanut oil.

[ଦ୍ରଷ୍ଟବ୍ୟ —ଓଡ଼ିଶାରେ ଏକ ସମୟରେ 'ଋ'ର ଉଚ୍ଚାରଣ ବଙ୍ଗ ଦେଶ ଭଳି 'ରି' ଥିବାର ସୂଚନା:—ଘୃତରୁ ଘିଅ, ଶୃଙ୍ଗରୁ ଶିଙ୍ଗ, ମୃଗରୁ ମିରିଗ, ଗୃହସ୍ଥରୁ ଗିରସ୍ତ; ପରନ୍ତୁ'ଋ'ର ଆଜିକାଲି ପରି 'ରୁ' ଉଚ୍ଚାରଣ ପୂର୍ବେ ହେଉଥିବାର ମଧ୍ୟ କେତେକ ଅପଭ୍ରଷ୍ଟ ଶବ୍ଦରେ ନିଦର୍ଶନ ଅଛି ଏହି ଘିଅ ଶବ୍ଦ ଇଂରାଜି ଭାଷାରେ 'ଘୀ' ରୂପେ ଗୃହୀତ ହୋଇଅଛି]